November 26, 2026

ବିଶିଷ୍ଟ କ୍ରିକେଟ ଖେଳାଳୀ ଓ ସମାଜସେବୀ ଶ୍ରୀ ସୁବ୍ରତ ଭୋଇଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା

IMG-20261126-WA0062
Share

**ବରଗଡ,ତା ୨୬/୧୧ (ସୁରେନ୍ଦ୍ର କଠାର)ଭାରତୀୟ ଜନତା ପାର୍ଟିର ସକ୍ରିୟ ଯୁବନେତା ଶ୍ରୀ ଜିତୁ ଭୋଇଙ୍କ ବଡ ଭାଇ ଶ୍ରୀ ସୁବ୍ରତ ଭୋଇଙ୍କ ଆଜି ସକାଳେ ଦେହାନ୍ତ ହୋଇଯାଇଛି।ଶ୍ରୀ ସୁବ୍ରତ ଭୋଇ ଏକାଧାରରେ ଜଣେ ବିଶିଷ୍ଟ କ୍ରିକେଟ ଖେଳାଳୀ ତଥା ସମାଜସେବୀ ଭାବରେ ଏ ଅଞ୍ଚଳରେ ବେଶ ଗୌରବ ଅର୍ଜନ କରିଥିଲେ। ଖେଳ ପଡ଼ିଆରେ ତାଙ୍କର ଦକ୍ଷତା ଓ ସମାଜସେବା କ୍ଷେତ୍ରରେ ତାଙ୍କର ନିସ୍ୱାର୍ଥପର କାର୍ଯ୍ୟ ପାଇଁ ସେ ସମସ୍ତଙ୍କ ପ୍ରିୟ ଥିଲେ। ଯୁବକମାନଙ୍କୁ ସେ ସବୁବେଳେ ଖେଳ ଓ ସମାଜସେବା ପାଇଁ ପ୍ରେରଣା ଦେଉଥିଲେ। ତାଙ୍କର ହସ ହସ ମୁହଁ, ମିଷ୍ଟ ବ୍ୟବହାର ଓ ସାହାଯ୍ୟ କରିବାର ମନୋଭାବ କେବେ ଭୁଲି ହେବ ନାହିଁ।ତାଙ୍କର ଅକାଳ ବିୟୋଗରେ ଅଞ୍ଚଳବାସୀ, କ୍ରୀଡ଼ାପ୍ରେମୀ, ରାଜନୈତିକ ଓ ସାମାଜିକ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି। ଆମେ ତାଙ୍କର ଅକାଳ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହିତ ଦିବଂଗତ ଆତ୍ମାର ସଦ୍‌ଗତି କାମନା କରୁଛୁ ଏବଂ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଉଛୁ। ଭଗବାନ ତାଙ୍କ ପରିବାରକୁ ଏହି ଅସହ୍ୟ ଦୁଃଖ ସହିବାକୁ ଧୈର୍ଯ୍ୟ ଓ ଶକ୍ତି ଦିଅନ୍ତୁ।