ଆଜିର ଖବର…
* : ଦର୍ପଣର ପ୍ରତିବିମ୍ବ**ତାରିଖ : ୨୬ ନଭେମ୍ବର ୨୦୨୬,ଗୁରୁବାର**୧ -* ବିରୋଧୀଙ୍କୁ ପଢ଼ିକି ଆସିବାକୁ ପରାମର୍ଶ ଦେଲେ ରାଜସ୍ୱ ମନ୍ତ୍ରୀ; କୋଟିଆ ପ୍ରସଙ୍ଗରେ ଦେଲେ ରୋକଠୋକ୍ ଜବାବ।*୨ -* ବିଦ୍ୟୁତ୍ କର୍ମଚାରୀଙ୍କ ଆନ୍ଦୋଳନକୁ ନେଇ ସରକାରଙ୍କ ଚେତାବନୀ: ବ୍ଲାକମେଲ୍ ଚଳିବ ନାହିଁ, ଜରୁରୀ ସେବା ବାଧାପ୍ରାପ୍ତ ହେଲେ ନିଆଯିବ କଠୋର ଆକ୍ସନ୍।*୩ -* ‘ଅର୍ଣ୍ଣବ’ ଯୋଗୁଁ ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହୋଇଥିବା ଅଞ୍ଚଳରେ ଶତପ୍ରତିଶତ ବିଦ୍ୟୁତ୍ ସଂଯୋଗ ଦେବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ଏବେ ବି ରାଜ୍ୟର ୪ଟି ଜିଲ୍ଲାର ୧୬,୯୧୪ଟି ପରିବାର ପାଖରେ ବିଦ୍ୟୁତ୍ ସେବା ପହଞ୍ଚିପାରିନାହିଁ। ଗଞ୍ଜାମ ଜିଲ୍ଲାର ସର୍ବାଧିକ ୧୬,୧୯୩ଟି ପରିବାର ରହିଛନ୍ତି।*୪ -* ଚୋରା ମୋରମ ଚାଲାଣ ଗାଡ଼ି ଯାଞ୍ଚ କରିବାକୁ ଯାଇଥିବା ତହସିଲଦାରଙ୍କୁ ଟ୍ରାକ୍ଟର ମଡ଼ାଇ ମାରିଦେବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ଅଧୀନ ଦେବଶୋଳ ପଞ୍ଚାୟତର ବାଛୁରିପାଳ ଛକ ନିକଟରେ ଘଟିଛି ଏହି ଘଟଣା।*୫ -* ଟାଟାରେ କାର୍ଯ୍ୟରତ ଆଉଟ୍ସୋର୍ସ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା। ୩,୧୫୫ ଆଉଟ୍ସୋର୍ସ କର୍ମଚାରୀଙ୍କୁ କାର୍ଯ୍ୟରୁ ବାଦ୍ ଦେବା ନିଷ୍ପତ୍ତି ପ୍ରତ୍ୟାହାର। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କଲେ ଘୋଷଣା। ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ନିଆଯାଇଛି ଏହି ନିଷ୍ପତ୍ତି।*୬ -* ନୂଆ ରାସନ କାର୍ଡ ପାଇଁ ୨୩.୧୫ ଲକ୍ଷ ଆବେଦନ: ୧୦.୨୯ ଲକ୍ଷ ଆବେଦନ ଅଗ୍ରାହ୍ୟ, ୫ ଲକ୍ଷର ଚାଲିଛି ଯାଞ୍ଚ, ଇ-କେୱାଇସି ନହେଲେ ବି ବନ୍ଦ ହେବନି ଚାଉଳ।*୭ -* ସମାନ ଯୋଗ୍ୟତା ଓ ଦାୟିତ୍ୱ ଆବଶ୍ୟକ କରୁଥିବା ବିଭିନ୍ନ ବିଭାଗର ପଦବୀ ପାଇଁ ଗୋଟିଏ ପରୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ।*୮ -* ଭୁବନେଶ୍ୱରର ମଞ୍ଚେଶ୍ୱର ଥାନା ଆଇଆଇସି (IIC) ଗୟାନନ୍ଦ ଶାହ ନିଲମ୍ବିତ। କର୍ତ୍ତବ୍ୟରେ ଅବହେଳା ପାଇଁ ତାଙ୍କୁ ବୁଧବାର ନିଲମ୍ବନ କରିଛନ୍ତି ପୁଲିସ ମହାନିର୍ଦ୍ଦେଶକ (ଡିଜିପି)।*୯ -* କମ୍ବାଇନ୍ଡ ପୁଲିସ ସର୍ଭିସ୍ ପରୀକ୍ଷା (Combined Police Service Examination) ବା CPSE-୨୦୨୪ର ଲିଖିତ ପରୀକ୍ଷା ପାଇଁ ବୁଧବାର OSSC ତାରିଖ ଘୋଷଣା କରିଛି। ଡିସେମ୍ବର ୨୬ ଓ ୨୭ ତାରିଖରେ ଏହି ପରୀକ୍ଷା କରାଯିବ।*୧୦ -* ଅନଲାଇନ୍ ନିବେଶ ନାଁରେ ୨୯.୫୪ ଲକ୍ଷର ଠକେଇ, ୨୫ ଲକ୍ଷ ଲାଭ ମିଳିବ ବୋଲି କହିଥିଲେ; ମାଷ୍ଟରମାଇଣ୍ଡ ସମେତ ୩ ଗିରଫ।📢 ଓଡ଼ିଆରେ ଦୈନିକ ଖବର ଓ ଉପଯୋଗୀ ସୂଚନା ପାଇଁ “ଜୀବନ ଦର୍ପଣ”ହ୍ଵାଟ୍ସଆପ୍ ଚ୍ୟାନେଲ କୁ Follow କରନ୍ତୁ। ଆପଣଙ୍କ ପରିବାର ଓ ବନ୍ଧୁମାନଙ୍କ ସହିତ Channelଟି Share କରନ୍ତୁ।*୧୧ -* ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଏସ୍ଆଇ ପ୍ରଭାସିନୀ ସାହୁ ଆତ୍ମହତ୍ୟା ଘଟଣାକୁ ପାଞ୍ଚ ଦିନ ବିତି ଯାଇଥିବା ବେଳେ ଏହି ମାମଲାରେ ଆସିଛି ନୂଆ ମୋଡ଼। ପ୍ରଭାସିନୀଙ୍କୁ ତାଙ୍କ ସ୍ୱାମୀ, ଶ୍ୱଶୁର ଓ ଶାଶୂ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ବାପା ଆଣିଲେ ଏମିତି ଅଭିଯୋଗ।*୧୨ -* ଅଡ଼ୁଆରେ ଓଡ଼ିଆ ଫିଲ୍ମର ପ୍ରଯୋଜକ ରାକେଶ କୁମାର ପାଢ଼ୀ। ପ୍ରେମ ଓ ପ୍ରତାରଣା ଅଭିଯୋଗରେ ତାଙ୍କୁ ଭରତପୁର ପୁଲିସ୍ ଉଠାଇ ନେଇ ଅଟକ ରଖିଛି। ଗତକାଲି ରାତିରେ ରାକେଶଙ୍କୁ ପୁଲିସ ଉଠାଇ ନେଇଥିଲା।*୧୩ -* ଓଡ଼ିଶାରେ ଜଣକ ପରେ ଜଣେ ପୁଲିସ ଅଧିକାରୀଙ୍କ ଅସ୍ୱାଭାବିକ ମୃତ୍ୟୁ ଚିନ୍ତା ବଢ଼ାଇଛି। ନଭେମ୍ବରରେ ତିନି ଜଣ ଅଧିକାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ରାଜ୍ୟରେ ୨୬,୧୦୧ ପୁଲିସ ପଦବୀ ଖାଲି ପଡ଼ିଛି। କାର୍ଯ୍ୟରତ ଅଧିକାରୀଙ୍କ ଉପରେ କାମର ଚାପ କମାଇବା ସହ ନିୟମିତ ଛୁଟି ଓ କାଉନସେଲିଂ ବ୍ୟବସ୍ଥା କରିବାକୁ ଦାବି ଉଠିଛି।*୧୪ -* ଭୁବନେଶ୍ୱରର ମୋଷ୍ଟୱାଣ୍ଟେଡ୍ ଅପରାଧୀ କାଶୀ ରାଉତକୁ ଆନ୍ଧ୍ରପ୍ରଦେଶର ଟେକ୍କାଲିରୁ ଗିରଫ କରିଛି କ୍ୟାପିଟାଲ ଥାନା ପୁଲିସ। ତା’ ନିକଟରୁ ସେମି ଅଟୋମେଟିକ୍ ପିସ୍ତଲ, ୩ଟି ଜୀବନ୍ତ ଗୁଳି ଓ ଧାରୁଆ ଅସ୍ତ୍ର ଜବତ ହୋଇଛି। ତା’ ନାଁରେ ଆକ୍ରମଣ, ଲୁଟ୍ ଓ ଅପହରଣ ଭଳି ପ୍ରାୟ ୩୦ଟି ମାମଲା ରହିଛି।*୧୫ -* ଛାଡ଼ଖାଇରେ ରାଜଧାନୀରେ ରେକର୍ଡ ଆମିଷ ବେପାର, ଦିନକରେ ଖାଇଗଲେ ୫ କୋଟିରୁ ଅଧିକ ଟଙ୍କାର ମାଛ, ମାଂସ।*୧୬ -* ଦୁଇ ଦଫା ଦାବି ପୂରଣରେ ବିଳମ୍ବ ଅଭିଯୋଗ କରି ଡିସେମ୍ବର ୪ରୁ ବିଧାନସଭା ସମ୍ମୁଖରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ପ୍ରାଥମିକ ଶିକ୍ଷକ ମହାସଂଘ। ଲେଭଲ୍-୯ ଅନୁସାରେ ୩୫,୪୦୦ ଟଙ୍କା ମୂଳ ବେତନ ଓ ୨୦୦୧ରୁ ଠିକା କାର୍ଯ୍ୟକାଳକୁ ମୂଳ ଚାକିରିରେ ଗଣନା କରି ନୋସନାଲ୍ ଇନ୍କ୍ରିମେଣ୍ଟ ପ୍ରଦାନ ଦାବି କରିଛି ମହାସଂଘ।*୧୭ -* ୧୮୬୧ ମସିହାର ପୁରୁଣା ପୁଲିସ ଆଇନ ବଦଳାଇ ନୂଆ ଓଡ଼ିଶା ପୁଲିସ ବିଲ୍ ଆଣିବାକୁ ରାଜ୍ୟ ଆଇନ କମିସନ ସୁପାରିସ କରିଛନ୍ତି। ଏଥିରେ ଆଇନଶୃଙ୍ଖଳା ଓ ତଦନ୍ତ ଦାୟିତ୍ୱ ଅଲଗା କରିବା, ପ୍ରଥମେ ୧୨ ଘଣ୍ଟା ଓ ପରେ ୮ ଘଣ୍ଟା ଡ୍ୟୁଟି, ପୁଲିସ ବିରୋଧରେ ଅଭିଯୋଗର ତଦନ୍ତ ପାଇଁ ବିଚାରପତିଙ୍କ ନେତୃତ୍ୱରେ କମିସନ ଗଠନ ଏବଂ ପୁଲିସ କଲ୍ୟାଣ ବ୍ୟୁରୋ ପ୍ରସ୍ତାବ ରହିଛି।*୧୮ -* ଆଜି ପୁଣି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଗତ ମାର୍ଚ୍ଚ ମାସରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମଧ୍ୟରେ ଗଣତିମଣତି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଶେଷଥର ପାଇଁ ଗତ ଅଗଷ୍ଟ ୩୧ ତାରିଖ ଓ ସେପ୍ଟେମ୍ବର ୧ ତାରିଖରେ ଗଣତି କରାଯାଇଥିଲା।*୧୯ -* ଆନ୍ଦୋଳନରେ ଉଠୁଛି ପଡ଼ୁଛି ଲୋୟର ପିଏମ୍ଜି, ଗାନ୍ଧୀମାର୍ଗରେ ଗର୍ଜୁଛନ୍ତି ଅଙ୍ଗନବାଡ଼ି କର୍ମୀଙ୍କଠୁ ଅନେକ ସଂଗଠନ।*୨୦ -* କୋଟିଆରେ ଗୃହରକ୍ଷୀ ନିଯୁକ୍ତିକୁ ନେଇ ବିବାଦ। ସ୍ଥାନୀୟ ଯୁବକ ଆବେଦନ କରିଥିଲେ ମଧ୍ୟ ନିଯୁକ୍ତିରୁ ବଞ୍ଚିତ ହୋଇଥିବା ଏବଂ ବାହାର ଲୋକଙ୍କୁ ଚାକିରି ମିଳିଥିବା ଅଭିଯୋଗ କରିଛନ୍ତି। ଅନ୍ୟପଟେ, ୧୨୫ଟି ପଦବୀ ମେରିଟ୍ ଆଧାରରେ ପୂରଣ ହୋଇଥିବା କହିଛନ୍ତି କୋରାପୁଟ ଏସ୍ପି।*୨୧ -* ‘ଆମେ ରେଡିଏସନ୍ ସହିବୁ, ଆମେରିକା ଲହୁଣି ଖାଇବ’— ନରାଜ ପ୍ରକଳ୍ପକୁ ନେଇ ବର୍ଷିଲେ ବିରୋଧୀ।*୨୨ -* ରାଜ୍ୟର ନଦୀଭିତ୍ତିକ ପର୍ଯ୍ୟଟନର ବିକାଶ ଓ ନାଗରିକଙ୍କ ପାଇଁ ଉନ୍ନତ ଜନସ୍ଥାନ ସୃଷ୍ଟି ଲକ୍ଷ୍ୟରେ ଭୁବନେଶ୍ୱର ନିକଟସ୍ଥ ପାଣ୍ଡରାଠାରେ ୮୦ କୋଟି ଟଙ୍କା ବ୍ୟୟରେ ରିଭରଫ୍ରଣ୍ଟ ପ୍ରକଳ୍ପ ବିକଶିତ ହେବ।*୨୩ -* ନୂଆପଡ଼ା ଓ ନୟାଗଡ଼ରେ ନୂଆ ହୋମିଓପାଥିକ୍ ମେଡିକାଲ କଲେଜ ପ୍ରତିଷ୍ଠା ହେବ: ମୁଖ୍ୟମନ୍ତ୍ରୀ।*୨୪ -* ଛାଡ଼ଖାଇରେ ଆମିଷ ଚର୍ଚ୍ଚା ଭିତରେ ବିଧାନସଭାରେ ରାଜ୍ୟବାସୀଙ୍କ ଖାଦ୍ୟ ରୁଚିର ରୋଚକ ତଥ୍ୟ ସାମ୍ନାକୁ ଆସିଛି। ମନ୍ତ୍ରୀଙ୍କ ଉତ୍ତର ଅନୁସାରେ, ଓଡ଼ିଶାରେ ବର୍ଷକୁ ୧.୨୨ ଲକ୍ଷ ମେଟ୍ରିକ୍ ଟନ୍ ମଟନ୍ ଓ ୯.୪୬ ଲକ୍ଷ ମେଟ୍ରିକ୍ ଟନ୍ ମାଛ ଖିଆଯାଉଛି।*୨୫ -* ଛଟେଇ ବିରୋଧରେ ଭୁବନେଶ୍ୱରରେ ଠିକା ବିଦ୍ୟୁତ୍ କର୍ମଚାରୀଙ୍କ ଚରମ ପ୍ରତିବାଦ। ନଅତାଲା ନିକଟରେ ୩୩ କେଭି ଟାୱାର ଉପରେ ଚଢ଼ିଛନ୍ତି ୪ କର୍ମଚାରୀ। ପୁଲିସ ଓ ଅଗ୍ନିଶମ ବାହିନୀର ଉଦ୍ଧାର ଉଦ୍ୟମ ଜାରି।*୨୬ -* ପକ୍କା ରାସ୍ତା ଦାବିରେ ଭୁବନେଶ୍ୱର ଅଭିମୁଖେ ପଦଯାତ୍ରା କରୁଥିବା ରାୟଗଡ଼ା ପୂଜାରୀବମ୍ବୁ ଗ୍ରାମବାସୀଙ୍କୁ ପ୍ରଶାସନର ଲିଖିତ ପ୍ରତିଶ୍ରୁତି। ଏହାପରେ ସ୍ଥଗିତ ହେଲା ସତ୍ୟାଗ୍ରହ।*୨୭ -* ଗଞ୍ଜାମ କଉଡ଼ିଆ ଗାଁରେ ରାମାୟଣ ନାଟକ ମଞ୍ଚସ୍ଥ ବେଳେ ହନୁମାନ ଭୂମିକାରେ ଅଭିନୟ କରୁଥିବା ମିଥୁନ ପ୍ରଧାନଙ୍କ ମୃତ୍ୟୁ। ହୃଦ୍ଘାତ ଯୋଗୁଁ ମୃତ୍ୟୁ ହୋଇଥିବା ସୂଚନା।*୨୮ -* SAMPADA ସର୍ଭେ ୨୦୨୩-୨୫ ଅନୁଯାୟୀ, ଓଡ଼ିଶାରେ ୬୦ ବର୍ଷରୁ ଅଧିକ ବୟସର ୫୯.୬% ମହିଳା ରକ୍ତହୀନତାର ଶିକାର। କିଶୋରୀଙ୍କ ମଧ୍ୟରେ ମଧ୍ୟ ଏହି ହାର ୪୫% ରହିଛି।*୨୯ -* ୧୨ ଦଫା ଦାବି ପୂରଣ ପାଇଁ ସରକାରଙ୍କୁ ଆହ୍ୱାନ ଦେଇଛନ୍ତି ରାଇସ୍ ମିଲର୍ସ। ଦାବି ନେଇ ଆସନ୍ତା ୨୭ ତାରିଖରେ ବରଗଡ଼ରେ ବିଶାଳ ସମାବେଶ ହେବ। ଏଥିରେ ୨୦୦ରୁ ଅଧିକ ମିଲ୍ ମାଲିକ ସାମିଲ ହେବେ।*୩୦ -* ଖଣି ଓ ଶିଳ୍ପ ଭିତ୍ତିଭୂମିରେ ଆଗକୁ ବଢ଼ୁଛି ରାୟଗଡ଼ା ଜିଲ୍ଲା। ସ୍ୱତନ୍ତ୍ର ରେଳ ଡିଭିଜନ୍ ପ୍ରତିଷ୍ଠା ପରେ ଓଡ଼ିଶାର ଅନ୍ୟତମ ଶିଳ୍ପ କରିଡର୍ ଭାବେ ଏହି ଜିଲ୍ଲା ଅଗ୍ରଗତି କରୁଛି। ହେଲେ ବିଡ଼ମ୍ବନା, ଆଜି ପର୍ଯ୍ୟନ୍ତ ଜିଲ୍ଲାର ୪୬୭ ଗାଁକୁ ରାସ୍ତା ନାହିଁ।*୩୧ -* ଛତିଶଗଡ଼ ପୁଲିସ ବିରୋଧରେ ଜିଲ୍ଲାପାଳଙ୍କୁ ଭେଟିଲେ ଚନ୍ଦାହାଣ୍ଡି ମକା ବ୍ୟବସାୟୀ।*୩୨ -* ଏଗ୍ରିଷ୍ଟାକ୍ ଫାର୍ମର ଆଇଡି ନଥିଲେ ବି ଯୋଗ୍ୟ ଚାଷୀ ଧାନ ବିକ୍ରି କରିପାରିବେ ବୋଲି ବିଧାନସଭାରେ ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।*୩୩ -* ମହାନଦୀର ସ୍ୱାର୍ଥ ସୁରକ୍ଷା ନେଇ ମହାନଦୀ ବଞ୍ଚାଅ ଆନ୍ଦୋଳନର ୬ ଦଫା ଆବେଦନ ଗ୍ରହଣ କରିନାହିଁ ଟ୍ରିବ୍ୟୁନାଲ। ରାଜ୍ୟ ଆଡଭୋକେଟ୍ ଜେନେରାଲଙ୍କ ଜରିଆରେ ଦାଖଲ ପାଇଁ ପରାମର୍ଶ ଦିଆଯାଇଛି।*୩୪ -* ଓଏସ୍ଏସ୍ସିର ୮୮୩ଟି କନିଷ୍ଠ ସହାୟକ ଓ କନିଷ୍ଠ କିରାଣି ପଦବୀ ପାଇଁ CBT ପରୀକ୍ଷା ଆରମ୍ଭ। ରାଜ୍ୟର ୭୯ଟି କେନ୍ଦ୍ରରେ ୧,୧୬,୨୬୬ ଜଣ ପରୀକ୍ଷା ଦେବେ।*୩୫ -* ବାତ୍ୟା ଓ ବନ୍ୟା କ୍ଷତିପୂରଣ ଦାବିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଦାବିପତ୍ର ଦେଲା ଗଞ୍ଜାମ ବିଜେଡି।*୩୬ -* ୨ ଦିନିଆ ଓଡ଼ିଶା ଗସ୍ତ ସାରି ନୂଆଦିଲ୍ଲୀ ଫେରିଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।*୩୭ -* ଅନୁଗୋଳ: ୩ ବର୍ଷରେ ୫୩୦ ଶିଶୁ ନିଖୋଜ: ୧୯ ଜଣଙ୍କ ପତ୍ତା ମିଳୁନି, ୨୦୨୫ରେ ସର୍ବାଧିକ ୨୩୬।*୩୮ -* ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ଗାତେରି ପଞ୍ଚାୟତର ଆଡ଼ିପଡ଼ା ଗ୍ରାମରେ ଭୟଙ୍କର ଗୋଷ୍ଠୀ ସଂଘର୍ଷ ଘଟିଛି। ଏହି ସଂଘର୍ଷରେ ଛୁରାମାଡ଼ରେ ମନୁ ବାରିକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ଏପରିକି ଗାଁରେ ବୋମାମାଡ଼ ହୋଇଥିବା ଖବର ମଧ୍ୟ ମିଳିଛି। ଘଟଣା ପରେ ଗ୍ରାମରେ ତୀବ୍ର ଉତ୍ତେଜନା ଲାଗି ରହିଛି।*୩୯ -* ଶ୍ରୀମନ୍ଦିର ସିଂହଦ୍ୱାର ସାମ୍ନାରେ ଭକ୍ତଙ୍କ ଭିଡ଼ର ସୁଯୋଗ ନେଇ ଲୁଟପାଟ୍ କରୁଥିବା ମହିଳା ଗ୍ୟାଙ୍ଗ୍କୁ ଧରିଛି ପୁଲିସ। ଦୁଇଟି ପୃଥକ ଲୁଟ୍ ଘଟଣାରେ ସମ୍ପୃକ୍ତ ଅଭିଯୋଗରେ ମୋଟ ୧୫ ଜଣ ମହିଳାଙ୍କୁ ଗିରଫ କରିଛି ପୁରୀ ସିଂହଦ୍ୱାର ଥାନା ପୁଲିସ। ସେମାନଙ୍କ ନିକଟରୁ ନଗଦ ୨୩ ହଜାର ଟଙ୍କା ଜବତ ହୋଇଛି।*୪୦ -* ଋଣ ଶୁଝି ନପାରି ଗାଁ ଛାଡ଼ିଛନ୍ତି। ୪ ବର୍ଷ ହେଲା ଘଞ୍ଚ ଜଙ୍ଗଲରେ ଦିନ ବିତାଉଛନ୍ତି। ସାଥୀରେ ଶିଶୁକନ୍ୟା ସହ ମଞ୍ଚାରେ ଜୀବନ କାଟୁଛନ୍ତି। ଏଭଳି ଚିତ୍ର ଦେଖିବାକୁ ମିଳିଛି ଔପଦା-ମୟୂରଭଞ୍ଜ ରାସ୍ତାର ବାବା ସୁନ୍ଦର ପଶ୍ଚିମା ମନ୍ଦିର ନିକଟସ୍ଥ ଜଙ୍ଗଲରେ। କୁଲଡ଼ିହା ଅଭୟାରଣ୍ୟ ଅଧୀନ ଏହି ଘଞ୍ଚ ଜଙ୍ଗଲରେ ୬ ବର୍ଷର କୁନି ଝିଅକୁ ଧରି ଜଣେ ଆଦିବାସୀ ମହିଳା ଗଛର ମଞ୍ଚା ଉପରେ ଏମିତି ବିପଦସଙ୍କୁଳ ଅବସ୍ଥାରେ ଦିନ କାଟୁଛନ୍ତି।*୪୧ -* ପ୍ରତ୍ୟେକ ଗାଁ ଆଲୋକୀକରଣ କରାଯିବ ଗ୍ରାମ ପଞ୍ଚାୟତର କାମ। ସେଥିପାଇଁ ପ୍ରତି ଗାଁର ପ୍ରତି ସାହିରେ ଲଗାଯାଏ ଷ୍ଟ୍ରିଟ୍ ଲାଇଟ୍। ତେବେ ଏହି ଷ୍ଟ୍ରିଟ୍ ଲାଇଟ୍କୁ ନେଇ ଆସିଛି ଏକ ରୋଚକ ଖବର। ରାଜ୍ୟର ପଞ୍ଚାୟତରେ ଷ୍ଟ୍ରିଟ୍ ଲାଇଟ୍ ବ୍ୟବହାର ବାବଦକୁ ମୋଟ ୧୫୨.୬୬ କୋଟି ଟଙ୍କା ବିଦ୍ୟୁତ୍ ବିଲ୍ ବକେୟା ରହିଛି। ଗୃହରେ ଏହି ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ।*୪୨ -* ଗ୍ୟାସ୍ କଳାବଜାରୀ ଉପରେ ଯୋଗାଣ ବିଭାଗର କଡ଼ା ପ୍ରହାର, ୩ ବର୍ଷରେ ଜବତ ହେଲାଣି ୯ ହଜାରରୁ ଊର୍ଦ୍ଧ୍ୱ ସିଲିଣ୍ଡର: ଯୋଗାଣ ମନ୍ତ୍ରୀ।*୪୩ -* ୨ ବର୍ଷରେ ୪୦ ମାମଲା ରୁଜୁ ହେବା ସହ ୧୩୯ ରାସନ୍ ଡିଲରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୩ ବର୍ଷରେ ୨୭୩ଟି ଅନିୟମିତତା ଅଭିଯୋଗ ଆସିଥିବା ବେଳେ ୩୪୭ ଡିଲରଙ୍କ ଲାଇସେନ୍ସ ରଦ୍ଦ ହୋଇଛି ଏବଂ ୯ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି।*୪୪ -* କମିବ ରାତି ତାପମାତ୍ରା। ଆସନ୍ତା ୨-୩ ଦିନ ଭିତରେ ୩ରୁ ୫ ଡିଗ୍ରୀ ସେଲସିୟସ୍ ଖସିପାରେ। ପାଣିପାଗ ବିଜ୍ଞାନ କେନ୍ଦ୍ରର ଭୁବନେଶ୍ୱର କାର୍ଯ୍ୟାଳୟ ପକ୍ଷରୁ ଏହି ପୂର୍ବାନୁମାନ ଜାରି କରାଯାଇଛି।*୪୫ -* ସଫେଇ କର୍ମଚାରୀଙ୍କ ଆୟୁଷକୁ ନେଇ IIPS ଅଧ୍ୟୟନରେ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି। ଭାରତରେ ସେମାନଙ୍କ ହାରାହାରି ଆୟୁ ୬୩.୮ ବର୍ଷ, ଯାହା ପେସାଦାର ଓ ପରିଚାଳନା କ୍ଷେତ୍ରର କର୍ମଚାରୀଙ୍କଠାରୁ ୧୧ ବର୍ଷ କମ୍। ସଫେଇ କର୍ମଚାରୀଙ୍କ ୩୦.୨% ମୃତ୍ୟୁ ବିଷକ୍ରିୟାଜନିତ।*୪୬ -* ଶାକାହାରୀଙ୍କଠାରେ ଭିଟାମିନ୍ ଅଭାବ: ପ୍ରତି ୩ କିଶୋରଙ୍କ ମଧ୍ୟରୁ ୨ ଜଣଙ୍କ ସ୍ଥିତି ସଙ୍ଗିନ।*୪୭ -* ମାଓବାଦୀ ସଂଗଠନକୁ ଆଉ ଏକ ବଡ଼ ଝଟକା। ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଓଡ଼ିଶାରେ ସକ୍ରିୟ ଥିବା ୧୩ ଲକ୍ଷ ଟଙ୍କାର ଇନାମୀ ଦୁଇ ମାଓବାଦୀ ଆଜି ହିଂସାର ପଥ ତ୍ୟାଗ କରି ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି।*୪୮ -* ସଂସଦର ଶୀତକାଳୀନ ଅଧିବେଶନ ୧୫ ଡିସେମ୍ବର ପୂର୍ବରୁ ସମ୍ଭବ: ସରକାର ସୀମା ପୁନଃନିର୍ଦ୍ଧାରଣ ବିଲ୍ ଆଣିପାରନ୍ତି; ପ୍ରଧାନମନ୍ତ୍ରୀ କ୍ୟାବିନେଟକୁ କହିଲେ- ପ୍ରସ୍ତୁତି କରନ୍ତୁ।*୪୯ -* CJP ପ୍ରବକ୍ତା ସୌରଭଙ୍କ ପାସପୋର୍ଟ ବ୍ୟବହାର ଉପରେ ରୋକ୍: ୭ ଦିନରେ ଜନ୍ମସ୍ଥାନ ଜଣାଇବାକୁ ନୋଟିସ୍, ୨ ଦିନ ପୂର୍ବରୁ ଲଣ୍ଡନ ଯିବାରୁ ରୋକାଯାଇଥିଲା।*୫୦ -* ବଙ୍ଗଳାର ମନ୍ତ୍ରୀ କହିଲେ- ଋତବ୍ରତ ଗୋଷ୍ଠୀ ଉପରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁଙ୍କ ଆଶୀର୍ବାଦ: ସମର୍ଥନ ହଟିବା ମାତ୍ରେ ଶେଷ ହୋଇଯିବ ବିଦ୍ରୋହୀ ଗୋଷ୍ଠୀ; ୫୮ ବିଧାୟକ TMCରୁ ଅଲଗା ହୋଇଥିଲେ।*୫୧ -* ଭାରତ ଆମେରିକାର ଅଧିକ ଉତ୍ପାଦନ ଅଭିଯୋଗକୁ ଖାରଜ କଲା: ଆମେରିକୀୟ ଟାରିଫ୍ ଉପରେ କହିଲା- ଟ୍ରେଡ୍ ଡିଲ୍ ଶୀଘ୍ର ପୂରଣ କରିବୁ, ବାଣିଜ୍ୟିକ ପ୍ରସଙ୍ଗ ଆଲୋଚନା ମାଧ୍ୟମରେ ସମାଧାନ କରିବୁ।*୫୨ -* ଆମେରିକା ଚଳିତ ବର୍ଷ ୧,୭୦୦ ଭାରତୀୟଙ୍କୁ ଡିପୋର୍ଟ କଲା, ବେଆଇନ ପ୍ରବାସ ଉପରେ ଭାରତ ବିରୋଧ ଜଣାଇଲା।*୫୩ -* ମୁମ୍ବାଇ- ଦାଉଦଙ୍କ ଘରକୁ ମସଜିଦ ଦର୍ଶାଇବା ଉପରେ ହାଇକୋର୍ଟ ଅସନ୍ତୁଷ୍ଟ: କହିଲେ- ବିଭ୍ରାନ୍ତ କରନ୍ତୁ ନାହିଁ; ବିଲ୍ଡିଂ ଭାଙ୍ଗିବା ଉପରେ ରୋକ୍ ରହିବ, ନମାଜ ପଢ଼ିବାକୁ ମଧ୍ୟ ମନା କଲେ।*୫୪ -* ଭାଗବତ କହିଲେ- ଯୁବକମାନଙ୍କୁ ମିଛ ପ୍ରତି ଘୃଣା, ସେମାନେ ସତ୍ୟ ସହିତ ଅଛନ୍ତି: ବାହାର ଲୋକଙ୍କ ଅପେକ୍ଷା ଭିତର ଲୋକଙ୍କଠାରୁ ଅଧିକ ବିପଦ, ଆମେ ଘୃଣା କରୁଥିବା ପଡ଼ୋଶୀମାନଙ୍କର ମଧ୍ୟ ସାହାଯ୍ୟକାରୀ।*୫୫ -* ପୁଣେରେ ବସ୍-ଷ୍ଟପରେ ଟ୍ରକ୍ ଛାତ୍ରଛାତ୍ରୀଙ୍କୁ ଦଳିଦେଲା, ୩ ଜଣଙ୍କ ମୃତ୍ୟୁ; ୬ ଆହତ, ଧକ୍କା ପରେ ଭାରସାମ୍ୟ ବିଗିଡ଼ିଲା, ତଥାପି ଡ୍ରାଇଭର ଟ୍ରକ୍ ନେଇ ଫେରାର।*୫୬ -* ପୁଣେର ଶିବାଜୀନଗର କୋର୍ଟ ବାହାରେ ବୁଧବାର ଅପରାହ୍ଣ ପ୍ରାୟ ୧:୧୫ ସମୟରେ ହତ୍ୟା ଅଭିଯୁକ୍ତ ଉପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଥିଲା। ଆକ୍ରମଣରେ ତାଙ୍କର ଦୁଇ ହାତ କଟିଯାଇଛି।ଆକ୍ରମଣକାରୀମାନେ ତାଙ୍କୁ ଗୁଳି ମଧ୍ୟ ମାରିଥିଲେ। ୪ ଦିନ ପୂର୍ବରୁ ଜେଲରୁ ମୁକୁଳିଥିଲେ; ୬ ଆକ୍ରମଣକାରୀ ଫେରାର।*୫୭ -* ଜମ୍ମୁ-କାଶ୍ମୀରରେ ୬୫ ପାକିସ୍ତାନୀ ଆତଙ୍କବାଦୀ ସକ୍ରିୟ, ୬୦ ଲସ୍କର-ଜୈଶ ସହ ଜଡ଼ିତ: ଶାହ ୪ ଦିନ ପୂର୍ବରୁ କହିଥିଲେ- ଘାଟିରେ ଏବେ ଜଣେ ବି ସ୍ଥାନୀୟ ଆତଙ୍କବାଦୀ ନାହାନ୍ତି।*୫୮ -* ଶୁଭେନ୍ଦୁ କହିଲେ- ପ୍ରଣବ ମୁଖାର୍ଜୀଙ୍କ ପରାମର୍ଶରେ ବିଜେପିକୁ ଆସିଲି: ସେ କହିଥିଲେ- TMC ପିଉସୀ-ପୁତୁରାର ଦଳ, କର୍ମଚାରୀ ହୋଇ ରହିବାକୁ ଅଛି ନା ଆଗକୁ ବଢ଼ିବାକୁ ଅଛି।*୫୯ -* ବାଂଲାଦେଶ ସୀମାଠାରୁ ୨୦ କିଲୋମିଟର ଦୂର ଆସାମରେ ନିର୍ମାଣ ହେବ ଏୟାରପୋର୍ଟ: ବାର୍ଷିକ ୧୦ ଲକ୍ଷ ଯାତ୍ରୀଙ୍କ କ୍ଷମତା; ୨୦୧୪ କୋଟି ଟଙ୍କା ମଞ୍ଜୁର, କ୍ୟାବିନେଟ ବୈଠକରେ ନିଷ୍ପତ୍ତି।*୬୦ -* ଦୀପମ ବିବାଦ- ତାମିଲନାଡୁ ସରକାର ସୁପ୍ରିମକୋର୍ଟରେ କ୍ଷମା ମାଗିଲେ: କହିଲେ- ମନ୍ଦିର ଟ୍ରଷ୍ଟ ରୋକିଲା; କୋର୍ଟଙ୍କ ଆଦେଶ ସତ୍ତ୍ୱେ ସ୍ତମ୍ଭ ଉପରେ ଜଳିଲା ନାହିଁ ଦୀପ।*୬୧ -* ରାହୁଲଙ୍କ ସମ୍ପତ୍ତିର CBI-ED ତଦନ୍ତ ଆଦେଶ ରଦ୍ଦ: ସୁପ୍ରିମକୋର୍ଟ କହିଲେ- ହାଇକୋର୍ଟ ପ୍ରଥମେ ରାହୁଲଙ୍କ ପକ୍ଷ ଶୁଣନ୍ତୁ, ତା’ପରେ ନିଷ୍ପତ୍ତି ନିଅନ୍ତୁ।*୬୨ -* କସାବଙ୍କ ଓକିଲମାନଙ୍କୁ ୧୬ ବର୍ଷ ପରେ ବି ଫିସ୍ ମିଳିନାହିଁ: ୨୬/୧୧ ଆତଙ୍କବାଦୀ ଆକ୍ରମଣ ପରେ ହାଇକୋର୍ଟରେ ୯ ମାସ ମାମଲା ଲଢ଼ିଥିଲେ, ସରକାରଙ୍କଠାରୁ ବକେୟା ମାଗିଲେ।*୬୩ -* ଅପରେସନ୍ ସିନ୍ଦୂରରେ ଭାରତ ଉପରେ ୩ଟି ଚୀନ୍ ସାଟେଲାଇଟର ନଜର ଥିଲା: ଦାବି- ୪ ଦିନ ଭୁଜ, ଜାମନଗର ଏବଂ ରିଲାଏନ୍ସ ରିଫାଇନାରୀର ଗତିବିଧି ଦେଖିଥିଲା।*୬୪ -* ଆସାମରେ IPS ଅଫିସରମାନଙ୍କ ପାର୍ଟିରେ ମାରପିଟ୍: DIGଙ୍କ ଆକ୍ରମଣରେ SSP ଆହତ, କାରଣ ସ୍ପଷ୍ଟ ନୁହେଁ; ମୁଖ୍ୟମନ୍ତ୍ରୀ ହିମନ୍ତ କହିଲେ- ଅଫିସରମାନଙ୍କ ବ୍ୟକ୍ତିଗତ ମାମଲା।*୬୫ -* ରୂପା ₹୯୬୮୦ ଶସ୍ତା, ୧୩ ମାସରେ ସର୍ବନିମ୍ନ ଦର: ₹୧.୪୩ ଲକ୍ଷରେ ପହଞ୍ଚିଲା, ସୁନା ₹୩,୯୦୭ ଖସି ₹୧.୨୧ ଲକ୍ଷରେ ପହଞ୍ଚିଲା।*୬୬ -* TVS ସମ୍ପତ୍ତି ବାଣ୍ଟିବା ପାଇଁ ଲକ୍ଷ୍ମୀ ଭେଣୁ ମାଡ୍ରାସ ହାଇକୋର୍ଟରେ ପହଞ୍ଚିଲେ: ପିତା ଶ୍ରୀନିବାସନଙ୍କ ବିରୋଧରେ ଆବେଦନ କଲେ, ଭାଇ ସୁଦର୍ଶନଙ୍କୁ ଅଧିକ ଅଂଶ ଦେଇଥିବା ଅଭିଯୋଗ।*୬୭ -* ମିଶରରେ ତେଲ ଟ୍ୟାଙ୍କରରେ ନିଆଁ, ୩୧ ଜଣଙ୍କ ମୃତ୍ୟୁ: ୨୧ରୁ ଅଧିକ ଆହତ; ଆଖପାଖରେ ଥିବା ଅନେକ ଗାଡ଼ି ମଧ୍ୟ ଜଳିଗଲା, କାର ଭିତରୁ ଲୋକଙ୍କୁ ଉଦ୍ଧାର କରାଗଲା।*୬୮ -* ଟ୍ରମ୍ପଙ୍କ ଭାରତ ଉପରେ ୨୫% ପର୍ଯ୍ୟନ୍ତ ଟାରିଫ୍ ଲଗାଇବାର ପ୍ରସ୍ତାବ: ୧୪ଟି ଦେଶ ଉପରେ ଶୁଳ୍କ ବଢ଼ାଇବାକୁ ପ୍ରସ୍ତୁତି, ଚୀନ୍ ଉପରେ ସର୍ବାଧିକ ୪୦% ପର୍ଯ୍ୟନ୍ତ ଟାରିଫ୍।*୬୯ -* ICC ରାଙ୍କିଙ୍ଗ- ଟପ୍ ୧୦ ଟେଷ୍ଟ ବ୍ୟାଟରଙ୍କ ମଧ୍ୟରେ ୩ ଭାରତୀୟ ସାମିଲ: ପନ୍ତ ଷଷ୍ଠ, ଗିଲ୍ ୭ମ ଏବଂ ଜୟସ୍ୱାଲ ୯ମ ସ୍ଥାନକୁ ଆସିଲେ; ବୋଲରଙ୍କ ମଧ୍ୟରେ ବୁମରାହ ନମ୍ବର-୧ର ନିକଟତର।*📢 ଓଡ଼ିଆରେ ଦୈନିକ ଖବର ଓ ଉପଯୋଗୀ ସୂଚନା ପାଇଁ “ଜୀବନ ଦର୍ପଣ”ହ୍ଵାଟ୍ସଆପ୍ ଚ୍ୟାନେଲ କୁ Follow କରନ୍ତୁ। ଆପଣଙ୍କ ପରିବାର ଓ ବନ୍ଧୁମାନଙ୍କ ସହିତ Channelଟି Share କରନ୍ତୁ।* *ସୁପ୍ରଭାତ 🙏 ଜୟ ଶ୍ରୀ ଜଗନ୍ନାଥ*
