ସମ୍ବଲପୁର ମହାରାଣୀ” ଏବଂ “କପଟ ଫାଶ” ଉନ୍ମୋଚନ
ସମ୍ବଲପୁର – ୨୫/୧୧- ବିଶ୍ବ ଐତିହ୍ୟ ଦିବସ ପାଳନ ଅବସରରେ ଦୀପକ କୁମାର ପଣ୍ଡାଙ୍କ ରଚିତ ଦୁଇଟି ପୁସ୍ତକ ” ସମ୍ବଲପୁର ମହାରାଣୀ” ଏବଂ “କପଟ ଫାଶ” ର ଶୁଭ ଉନ୍ମୋଚନ କରାଯାଇଛି । ସମ୍ବଲପୁରର ପ୍ରଥମ ମହିଳା ଶାସିକା ରାଣୀ ରତ୍ନ କୁମାରୀ ସମ୍ମୁଖୀନ ହୋଇଥିବା ଆହ୍ବାନ ତଥା ତାଙ୍କ ସଂଘର୍ଷମୟ ଜୀବନ ଉପରେ ସମ୍ବଲପୁର ମହାରାଣୀ ରଚିତ । ଇନଟାକ, ସମ୍ବଲପୁର ଚାପ୍ଟର ପକ୍ଷରୁ ବୀର ସୁରେନ୍ଦ୍ର ସାଏ ସଂଗ୍ରହାଳୟରେ ଆଜି ପାଳିତ ଆନ୍ତର୍ଜାତିକ ଐତିହ୍ୟ ସପ୍ତାହ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟର ଇତିହାସ ବିଭାଗ ଅଧ୍ଯାପକ ତଥା ଇନଟାକ ର ସଦସ୍ୟ ଡଃ ଅତୁଲ କୁମାର ପ୍ରଧାନ ଐତିହ୍ୟ ର ମହତ୍ତ୍ୱ ସମ୍ପର୍କରେ ବର୍ଣ୍ଣନା କରି କହିଲେ ଯେ ଏହା ଆମ ସଂସ୍କୃତି ଓ ସଭ୍ୟତାର ଆଧାର ଅଟେ ତେଣୁ ଐତିହ୍ୟ ପ୍ରତି ସଦାବେଳେ ଆମର ଋଚି, ସଚେତନତା ଓ ସଂରକ୍ଷଣ ବୋଧ ରହିବା ଆବଶ୍ୟକ। ସେଥିପାଇଁ ଉନ୍ନୀତ ଦେଶ ଗୁଡିକ ଏହାକୁ ଖୁବ ମହତ୍ତ୍ୱ ଦେଉଛନ୍ତି। ସ୍ଥାନୀୟ ଐତିହ୍ୟ ସହିତ ଆମେ ଯୋଡ଼ି ହୋଇ ରହିଲେ ଆମର ଦାୟିତ୍ବବୋଧ ଓ ଗୌରବବୋଧ ର ବିକାଶ ହେବ । ଇନଟାକ ର ସଦସ୍ୟ ଡା଼ ଗୁଣ ସାଗର ଦାଶ ପଶ୍ଚିମ ଓଡି଼ିଶାର ଐତିହ୍ୟ ବିଭବ ଗୁଡିକର ସଂରକ୍ଷଣ ନେଇ ଠୋସ ପ୍ରସ୍ତାବ ଦେଇଥିଲେ। ଅଧ୍ଯାପକ ଅଖିଳ ବିଶ୍ବାଳ, ଅଧ୍ଯାପକ ପ୍ରଦୀପ କୁମାର ପଣ୍ଡା, କବି ହୈ।ଭାଗ୍ଯବନ୍ତ ମହାରଣା, ଚିତ୍ରକର- ସାହିତ୍ୟିକ ପ୍ରଶାନ୍ତ ମାଝୀ, କବି ଲକ୍ଷ୍ମୀ ନାରାୟଣ ପଣ୍ଡା ତଥା ଛାତ୍ରଛାତ୍ରୀ ଏଥିରେ ଯୋଗ ଦେଇଥିଲେ । ବୀର ସୁରେନ୍ଦ୍ର ସାଏ ସଂଗ୍ରହାଳୟକୁ ପାରମ୍ପରିକ କ୍ରୀଡା ଉପକରଣ ” ସାତ ଗାଦି” ପ୍ରଦାନ କରିଥିବାରୁ ଶ୍ରୀ ସୁଧୀର କୁମାର ଝା ଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା। ଇନଟାକ, ସମ୍ବଲପୁର ଚାପ୍ଟର ର କନଭେନର ଦୀପକ କୁମାର ପଣ୍ଡା ଏଥିରେ ଅଧ୍ଯକ୍ଷତା କରିଥିବା ବେଳେ କୋ-କନଭେନର ଡା ବିଭୂଦତ୍ତ ପ୍ରମୋଦ କୁମାର ମିଶ୍ର ସ୍ବାଗତ ଭାଷଣ ଓ ଧନ୍ଯବାଦ ଅର୍ପଣ କରିଥିଲେ।
