ସ୍ୱର୍ଗତ ମହେନ୍ଦ୍ର ମାଝୀଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ
**କୋଲନରା : (ସଞ୍ଜିବ କଣ୍ଡାଗରୀ )ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର କୁଚେଇପଦର ଗ୍ରାମ ପଞ୍ଚାୟତ ଅଧିନ ଡାବୁଗୁଡା ଗ୍ରାମର ସ୍ବର୍ଗତ ମହେନ୍ଦ୍ର ମାଝୀଙ୍କ ପବିତ୍ର ସ୍ମୃତିରେ ଶ୍ରଦ୍ଧାଞ୍ଜଳି ଓ ଶୋକ ଶୋଭା ଅନୁଷ୍ଠିତ ହୋଇଯାଇଛି। ସ୍ୱର୍ଗତ ଶ୍ରୀ ମାଝୀ ୨୪ ଏପ୍ରିଲ ୧୯୮୬ ମସିହାରେ ଜନ୍ମ ଗ୍ରହଣ କରି ଶିକ୍ଷା ଜୀବନ ମାଛପୁଟ ଆଶ୍ରମ ବିଦ୍ୟାଳୟରୁ ଶିକ୍ଷା ଗ୍ରହଣ କରିଥିବା ବେଳେ ଉଚ୍ଚ ଶିକ୍ଷା ପାଇଁ ଲକ୍ଷ୍ମୀପୁର ମହା ବିଦ୍ୟାଳୟରେ ଶିକ୍ଷା ସମାପ୍ତ କରି ଉତ୍କଳ ଆଲୁମିନା କମ୍ପାନୀରେ ସିଏସଆର କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ। ପରବର୍ତ୍ତୀ ସମୟରେ ୧୨/୦୭/୨୦୧୨ ମସିହା ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ଆଇନଜୀବି ଉପେନ୍ଦ୍ର ମାଝୀ ଙ୍କ ସାନ ଭାଇ ରାଜସ୍ୱ ବିଭାଗରେ ସହକାରୀ ରାଜସ୍ୱ ନିରୀକ୍ଷକ ଭାବେ ଜନକଲ୍ୟାଣ ସେବାରେ ଯୋଗ ଦେଇଥିଲେ। ରାଜସ୍ୱ ବିଭାଗର ସରକାରୀ ସେବାରେ ଡଙ୍ଗାସିଲ୍, ପୋଡ଼ାପାଡି ରାଜସ୍ୱ ବିଭାଗ ସର୍କଲରେ କାର୍ଯ୍ୟ କରିବା ସହ ଗୁଣୁପୁର ସବଡିଭିଜନର ଉପଖଣ୍ଡ ଅନ୍ତର୍ଗତ ଗୁଣୁପୁର ରାଜସ୍ୱ ବିଭାଗରେ ମଧ୍ୟ କାର୍ଯ୍ୟ କରିଥିଲେ। ପରିଶେଷରେ କାଶୀପୁର ରାଜସ୍ୱ ବିଭାଗ ଅନ୍ତର୍ଗତ ଅଡାଟାକିରି ରାଜସ୍ୱ ବିଭାଗ ସର୍କଲରେ ତାଙ୍କର ସମଗ୍ର ଜୀବନଯାତ୍ରା ରହିଥିଲା। ସ୍ୱର୍ଗତ ମହେନ୍ଦ୍ର ମାଝୀ ଜଣେ କଠିନ ପରିଶ୍ରମୀ, କର୍ତ୍ତବ୍ୟନିଷ୍ଠା, ପରୋପକାରୀ, ଦାୟିତ୍ୱବାନ, ସମାଜସେବା, ନିଜର କାର୍ଯ୍ୟ ପ୍ରତି ଅବହେଳା ନ କରିବା ଓ ଆନ୍ତରିକତା ସହ ଲୋକଙ୍କ ମନରେ ଏକ ସ୍ୱତନ୍ତ୍ର ଛାପ ତାଙ୍କ ଜୀବନର କିଛି ଦୁଃସାହସିକ ଓ ରୋମାଞ୍ଚକ ଘଟଣା ଆଜି ମଧ୍ୟ ଲୋକଙ୍କ ମନରେ ବିଚଳିତ କରୁଛି। ଏହିସବୁ ସମାଜ ସେବାର ପାରିପାର୍ଶିକ ଦୃଷ୍ଟି ମନେ ପକେଇଲେ କାଶୀପୁର ମାଟିର ସଂଗ୍ରାମୀ ପିଲାକୁ ଆମେ ହରେଇଛୁ ବୋଲି ବୁଦ୍ଧିଜୀବୀ ମହଲରେ ଗଭୀର ଯନ୍ତ୍ରଣା ଶୋକ ପ୍ରକାଶ ହୋଇଛି। ସେ ଆଜି ଆମ ଗହଣରେ ନାହାନ୍ତି ସେହିଭଳି ସ୍ୱର୍ଗତ ମାଝୀକୁ ସମଗ୍ର ସମାଜ ଏକ ଅପୂରଣୀୟ କ୍ଷତି ମୃତ୍ୟୁ ଯେତେବେଳେ ଅପ୍ରତିଶୃତ୍ ଭାବେ ଆସେ ସେତେବେଳେ କାହାର ଯନ୍ତ୍ରଣା ଭାଷାରେ ପ୍ରକାଶ କରିବା ଅସମ୍ଭବ ବୋଲି ଶୋକାକୁଳ ପରିବେଶ ସ୍ତବ୍ଧ ହୋଇ ପଡୁଛି। ଏହି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହିତ ଠାକୁରଙ୍କ ନିକଟରେ ପ୍ରାର୍ଥନା କରିବା ସହ ଦିବଙ୍ଗତ ଆତ୍ମାକୁ ଚିର ଶାନ୍ତି ପ୍ରଦାନ କରିବା ପାଇଁ ପରିବାର ବର୍ଗଙ୍କୁ ଏହି ଅସହେୟ ଦୁଃଖ ସହିବା ପାଇଁ ଅସୀମ ଧାର୍ଯ୍ୟ ଓ ଶକ୍ତି ପ୍ରଦାନ କରିବା ପାଇଁ ବିଭିନ୍ନ ମହଲରୁ ପରିବାର ବର୍ଗ, ବନ୍ଧୁବାନ୍ଧବ ମାନଙ୍କ ସହିତ ବିଜୁ ଜନତା ଦଳର କୃଷ୍ଣ ମହାପାତ୍ର, ଶ୍ରଦ୍ଧା ନାଏକ, କୌଶଲ୍ୟା ହିକକା, ଜଗଦୀଶ ପାତ୍ର, ପାଟିଡି ମାଝୀ, ନରସିଂହ ସାଆନ୍ତା, ଗଣେଶ ସାଆନ୍ତା, ଅଭିମନ୍ୟୁ ନାଏକ, ବିନୋଦ ନାଏକ, ଅନୁସୟା ମାଝୀ, ଜଗବନ୍ଧୁ ନାଏକ, ପୂର୍ବତନ ଲୋକସଭା ସାଂସଦ ଝିନ୍ନ ହିକକା, କାଶୀପୁର ତହସିଲଦାର, ଅତିରିକ୍ତ ତହସିଲଦାର, ନାରାୟଣପାଟଣା ତହସିଲଦାର, ରାୟଗଡ଼ା ତହସିଲଦାର, କୋଲନରା ତହସିଲଦାର, ପୂର୍ବତନ ବିଧାୟକ ବିଭୀଷଣ ମାଝି, ମକରନ୍ଦ ମୁଦୁଲି, ମୁକୁନ୍ଦ ଶଢ଼ୀ ସମେତ କାଶୀପୁର ବ୍ଲକର ସମସ୍ତ ରାଜସ୍ୱ ନିରୀକ୍ଷକ, ବ୍ଲକର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହିବା ସହ ଆଦିବାସୀ ସମାଜର କର୍ମକର୍ତ୍ତା ଶିବ ମାଝୀ, ଭଗବାନ ମାଝୀ ପ୍ରମୁଖ ଏହି ଶୋକସଭାରେ ଯୋଗ ଦେଇ ସମବେଦନା ଜଣାଇଥିଲେ।

