ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ୩ ଜଣଙ୍କ ଜୀବନ ।

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ୩ ଜଣଙ୍କ ଜୀବନ ।
(ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)
ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ-ଝରିଗାଁ ମୁଖ୍ୟ ରାସ୍ତାର ବାସନି ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ମହିଳା ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଥିବା ଜଣା ପଡିଛି । ଗତକାଲି ବିଳମ୍ବିତ ରାତିରେ ଗୋଟିଏ ମାରୁତି ସ୍ବିଫ୍ଟ୍ ଗାଡିରେ ଜଣେ ମହିଳା ସମେତ ୪ ଜଣ ଛତିଶଗଡ଼ ରାଜ୍ୟର ଜଗଦଲପୁର ସହରରୁ ଡାକ୍ତର ଖାନା କାମ ସାରି ଘରକୁ ଫେରିବା ବାଟରେ ଘଟିଛି ଅଘଟଣ । ଭାରସାମ୍ୟ ହରାଇ ରାସ୍ତା କଢରେ ଥିବା ଗଛରେ ପିଟିଲା କାର୍ । କାର୍ ଟିର ଚିତ୍ର ବୟାନ କରୁଛି ଦୁର୍ଘଟଣା କେତେ ଭୟଙ୍କର ଥିଲା । ଘଟଣାର ଖବର ପାଇ ଉମରକୋଟ ପୋଲିସ ଏବଂ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଂଚି ସମସ୍ତଙ୍କୁ ଉମରକୋଟ ଡାକ୍ତର ଖାନାକୁ ନେଇଥିଲେ । ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସେମାନେ ହେଲେ ରାଇଘର ଥାନା ଅନ୍ତର୍ଗତ ଛତାବେଡା ଗ୍ରାମର ଗାଡି ଚାଳକ ସୁରେଶ ମଣ୍ଡଳ, ସୋନପୁର ଗ୍ରାମର ଗୌରାଙ୍ଗ ରାୟ ଏବଂ ଉମରକୋଟ ଥାନା ଅନ୍ତର୍ଗତ ଅଂଚଳା ଗ୍ରାମର ସତ୍ୟରଞ୍ଜନ ବେପାରୀ । ସେପଟେ ସତ୍ୟରଞ୍ଜନ ବେପାରୀଙ୍କ ସ୍ତ୍ରୀ ତରୁଲତା ବେପାରୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇ ତଦନ୍ତ ଚାଲିଥିବା ଥାନା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବୁରୁଦା ସୂଚନା ଦେଇଛନ୍ତି ।