ଆଜିର ଖବର …
୧-ଆଜି ଅଁଳା ନବମୀରେ ସାକ୍ଷୀଗୋପାଳରେ କଡ଼ାସୁରକ୍ଷା; ରାଧାପାଦ ଦର୍ଶନ ପାଇଁ ୨୬ ପ୍ଲାଟୁନ୍ ପୋଲିସ ମୁତୟନ, ରହିଛି ୬ ଧାଡ଼ି ବ୍ୟାରିକେଡିଂ।୨-ପଞ୍ଚୁକରେ ଶ୍ରୀମନ୍ଦିର ପାଇଁ ନୂଆ ଟ୍ରାଫିକ୍ ବ୍ୟବସ୍ଥା; କେବଳ ସିଂହଦ୍ୱାରରୁ ମିଳିବ ପ୍ରବେଶ ଅନୁମତି, ଅନ୍ୟ ୩ ଦ୍ୱାରରେ ପ୍ରସ୍ଥାନ।୩-ଭୁବନେଶ୍ୱର:୩ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା।ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୬୦ ପ୍ରତିଶତରୁ ୬୩ ପ୍ରତିଶତକୁ ବୃଦ୍ଧି ପାଇଛି।୪-ଆସୁଛି ବାତ୍ୟା ଅକବାନ ; ଓଡ଼ିଶା ଛୁଇଁବ ବାହ୍ୟ ବଳୟ, ୧୪୫ କିଲୋମିଟର ବେଗରେ ବହିବ ପବନ!୫-ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବ୍ୟାପକ ପ୍ରସ୍ତୁତି: ୮ଟି ଜିଲ୍ଲାରୁ ୨ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର ଲକ୍ଷ୍ୟ।୬-ଜାଡରେ ଥରୁଛି ଜି.ଉଦୟଗିରି, ସର୍ବନିମ୍ନ ତାପମାତ୍ରା ରହିଛି ୧୧.୨ ଡିଗ୍ରୀ ସେଲସିୟସ।୭-ଓଲା, ଉବର ପାଇଁ ନୂଆ ନିୟମ; ମୋବାଇଲ୍ ଆପ୍ ନୁହେଁ, ମିଟର ଦ୍ୱାରା ନିର୍ଣ୍ଣୟ ହେବ ଭଡ଼ା; ନୂଆ ବର୍ଷରୁ ଲାଗୁ ହେବ ନିୟମ।୮-ଭୁବନେଶ୍ୱର:୧୨ ଦଫା ଦାବିରେ ଅଡ଼ି ବସିଲେ ମିଲର୍ସ, ଡିସେମ୍ବର ୧ରୁ ଧାନ ଉଠାଣ ବନ୍ଦ ଚେତାବନୀ।୯-ପୁରୀ:ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଆସୁଥିବା ଭକ୍ତମାନେ ସାବଧାନ। ଶ୍ରୀମନ୍ଦିର ବାହାରେ ବୁଲୁଛନ୍ତି ନକଲି ଗୁମାସ୍ତା। ଦୂରଦୂରାନ୍ତରୁ ଆସୁଥିବା ଭକ୍ତଙ୍କୁ ଟାର୍ଗେଟ୍ କରି ଲୁଟୁଛନ୍ତି।୧୦-ଆଜିଠୁ କମ୍ପିବ ବିଧାନସଭା : ମୁହାଁମୁହିଁ ହେବେ ବିରୋଧୀ-ଶାସକ, ବାତ୍ୟା ଓ କୋଟିଆ ସୀମା ବିବାଦକୁ ନେଇ ଘେରିବେ ବିରୋଧି।୧୧-ମାଲକାନଗିରି:ବାତ୍ୟା ଓ ବର୍ଷା କାରଣରୁ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି; ୨ ଦିନ ଛୁଟି ଘୋଷଣା କଲେ ଜିଲ୍ଲାପାଳ।୧୨-ଭୁବନେଶ୍ବର:କାଫେ ନିକଟରେ ଜଳିଗଲେ ଯୁବତୀ, ଅର୍ଦ୍ଧଦଗ୍ଧ ଅବସ୍ଥାରେ ହସ୍ପିଟାଲରେ ହେଲେ ଭର୍ତ୍ତି, ପୁରୁଷ ବନ୍ଧୁ ସମେତ ୨ ଅଟକ।୧୩-କୋରାପୁଟ:ଅଧାରେ ରହିଗଲା ଦେଶ ସେବା ସ୍ବପ୍ନ,ଦୈ।ଡୁ ଦୈ।ଡୁ ଟଳି ପଡିଲେ ଅଗ୍ନିବୀର ଆଶାୟୀ।୧୪-ନଭେମ୍ବର ୨୬ ଯାଏଁ ଚାଲିବ ବଜେଟ୍ ମନ୍ଥନ; ଯୁବପିଢ଼ିଙ୍କ ସହ ନିର୍ମଳାଙ୍କ ହେବ ସ୍ୱତନ୍ତ୍ର ବୈଠକ, ସାମିଲ ହେବେ Gen Z।୧୫-ପାଟନା:ଛଟ୍ ପର୍ବ ସମୟରେ ମନ୍ତ୍ରୀ ସଞ୍ଜୟ ଟାଇଗରଙ୍କ ଘରେ ବଡ଼ ଧରଣର ଚୋରି, ଚୋରମାନେ ପ୍ରାୟ ୬୦୦ ଗ୍ରାମ ସୁନା, ୨ କିଲୋଗ୍ରାମ ରୁପା ଓ ୭ ଲକ୍ଷ ଟଙ୍କା ନଗଦ ଲୁଟି ନେଇଛନ୍ତି।୧୬-ଡିଜିଟାଲ୍ ପେମେଣ୍ଟରେ ଭାରତର ନୂଆ ରେକର୍ଡ; UPI କାରବାର ଟପିଲା ୩୦ ଲକ୍ଷ କୋଟି, ପ୍ରତିଦିନ ହେଉଛି ୮୨ କୋଟିରୁ ଅଧିକ ଟ୍ରାଞ୍ଜାକ୍ସନ।୧୭-ଆସନ୍ତାକାଲିଠୁ ଆରମ୍ଭ ହେବ ଭାରତ -ନ୍ଯୁଜିଲାଣ୍ଡ ପ୍ରଥମ ଟେଷ୍ଟ।୧୮-ଧୋନିଙ୍କ ଆଇପିଏଲ ଜୀବନ ଶେଷ, CSKର ମାର୍ଗଦର୍ଶକ ନିଯୁକ୍ତ।୧୯-ଡେରାଡୁନ:ଦୁଇ ପୃଥକ୍ ସଡକ ଦୁର୍ଘଟଣାରେ ୧୩ ମୃତ।୨୦-ମସ୍କୋ:ରୁଷ ସାମରିକ ପରିବହନ ବିମାନ ଦୁର୍ଘଟଣାଗ୍ରସ୍ତ,୧୭ ମୃତ।
