November 23, 2026

କୁଜଙ୍ଗ ବ୍ଲକ ରେ ମଧୁବାବୁ ପେନସନ ବଣ୍ଟିଲେ ଶିଳ୍ପମନ୍ତ୍ରୀ, ଯୋଡି ହେଲେ ୩ହଜାର ନୂଆ ହିତାଧିକାରୀଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ପଡିଆରେ ଆୟୋଜିତ ପେନସନ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେଇ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ ୩ ହଜାର ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ କରିଛନ୍ତି

IMG-20261115-WA0072
Share

କୁଜଙ୍ଗ ବ୍ଲକ ରେ ମଧୁବାବୁ ପେନସନ ବଣ୍ଟିଲେ ଶିଳ୍ପମନ୍ତ୍ରୀ, ଯୋଡି ହେଲେ ୩ହଜାର ନୂଆ ହିତାଧିକାରୀଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ପଡିଆରେ ଆୟୋଜିତ ପେନସନ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେଇ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ ୩ ହଜାର ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ କରିଛନ୍ତି। ରାଜ୍ୟସ୍ତରୀୟ UPMP ପୋର୍ଟାଲ ଉନ୍ମୋଚନ କରିବା ପରେ କୁଜଙ୍ଗ ବ୍ଲକ ପଡିଆରେ ବିଭିନ୍ନ ପଞ୍ଚାୟତରୁ ଆସିଥିବା ହିତାଧିକାରୀ ନିଜ ହାତରେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ ଭତ୍ତା ବାଣ୍ଟିଥିଲେ। ଏହି ବ୍ଲକ ସ୍ତରୀୟ ଉତ୍ସଵକୁ କୁଜଙ୍ଗ ବ୍ଲକ ବିଡିଓ ଦିପକ ପ୍ରସାଦ ସ୍ବାଇଁ ଆୟୋଜନ କରିଥିବା ବେଳେ ଅନ୍ୟ ଅତିଥି ଭାବେ କୁଜଙ୍ଗ ତହସିଲଦାର ସ୍ବରୂପନନ୍ଦନ ଵେହେରା , ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ପ୍ରଶାନ୍ତ କୁମାର ଜେନା, ସାମଜିକ ସୁରକକ୍ଷ୍ୟା ଅଧିକାରୀ ସଂଗ୍ରାମ କିଶୋର ମହାନ୍ତି, ପଂଚାୟତ ସମିତି ଅଧ୍ୟକ୍ଷା ନୀନାରାଣୀ ସାହୁ, ସରପଞ୍ଚ ବନ୍ଦିତା ଦାସ, ଶ୍ରୀନିବାସ ସ୍ୱାଇଁ, ଦେବେନ୍ଦ୍ର ରାଉତ, ରୋହିତ ଜେନା, ପ୍ରମୁଖ ଉପସ୍ଥିତ ଥିଲେ। ନୂତନ ହିତାଧିକାରୀମାନଙ୍କୁ ପେନସନ ଭତ୍ତା ବଣ୍ଟନର ଶୁଭାରମ୍ଭ କରିଥିଲେ। ଏହି ବିଶେଷ ଅବସରରେ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ‘ଏକୀକୃତ ପେନସନ୍ ପରିଚାଳନା ପୋର୍ଟାଲ୍’ (UPMP) ସଚେତନତା ମଧ୍ୟ କରାଯାଇଥିଲା।ସଭାରେ ମୁଖ୍ୟ ଅତିଥି ଶିଳ୍ପମନ୍ତ୍ରୀ କହିଥିଲେ ଯେ, ରାଜ୍ୟ ସରକାରଙ୍କ ଦ୍ୱାରା ପୂର୍ବର ଅମାନବୀୟ ଓ ସମ୍ବେଦନହୀନ କୋଟା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ସମାପ୍ତ କରାଯାଇ ସବୁ ଯୋଗ୍ୟ ବ୍ୟକ୍ତିଙ୍କୁ ପେନସନ ଦେବାର ଯୁଗ ଆରମ୍ଭ ହୋଇଛି। ଯାହାଦ୍ୱାରା ଜିଲ୍ଲାରେ ମୋଟ MBPY ପେନସନ ହିତାଧିକାରୀଙ୍କ ସଂଖ୍ୟା ୧,୨୧,୨୮୯ ରେ ପହଞ୍ଚିଛି ଏବଂ ଜିଲ୍ଲା ସାମାଜିକ ସୁରକ୍ଷା କ୍ଷେତ୍ରରେ ସମ୍ପୂର୍ଣ୍ଣତା ବା ସାଚୁରେଶନ ହାସଲ କରିଛି। ସମାଜର ଶେଷ ବର୍ଗ ର ଲୋକଙ୍କ ପାଖରେ ସରକାରୀ ସୁବିଧା ସୁନିଶ୍ଚିତ କରିବା ହିଁ ପ୍ରକୃତ ଉଦ୍ଦେଶ୍ୟ ବୋଲି ସେ କହିଥିଲେ। ଵୃଦ୍ଧ ବୃଦ୍ଧା ମାନେ ଆତ୍ମ ସମ୍ମାନ ର ସହ ବଞ୍ଚିବାର ସୁଯୋଗ ପାଇବେ।ବାଇଟ-ସମ୍ପଦ ସ୍ବାଇଁ (ଶିଳ୍ପମନ୍ତ୍ରୀ)। ( ପାରାଦ୍ୱୀପ ରୁ ଦେବାଶିଷ ପାଣି ଙ୍କ ରିପୋର୍ଟ ଉପାନ୍ତ ଖବର )

You may have missed