November 23, 2026

ଏମ୍.ଏସ୍.ପି. ମଞ୍ଚରେ ରେ ସମ୍ମାନିତ ହେଲେ ପୁରୀ ଜିଲ୍ଲାର ଶ୍ରେଷ୍ଠ ବିଦ୍ୟାଳୟ* ରାଜ୍ୟ ସ୍ତରୀୟ *”ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର”* ରେ ପୁରୀ ଜିଲ୍ଲାର ଦୁଇଟି ବିଦ୍ୟାଳୟ ସମ୍ମାନିତ ହୋଇଛନ୍ତି

IMG-20261115-WA0056
Share

ଏମ୍.ଏସ୍.ପି. ମଞ୍ଚରେ ରେ ସମ୍ମାନିତ ହେଲେ ପୁରୀ ଜିଲ୍ଲାର ଶ୍ରେଷ୍ଠ ବିଦ୍ୟାଳୟ* ରାଜ୍ୟ ସ୍ତରୀୟ *”ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର”* ରେ ପୁରୀ ଜିଲ୍ଲାର ଦୁଇଟି ବିଦ୍ୟାଳୟ ସମ୍ମାନିତ ହୋଇଛନ୍ତି। ବ୍ରହ୍ମଗିରି ବ୍ଲକ୍ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଗୋଉଡ଼ସାହି ଓ ଗୋପ ବ୍ଲକ୍ ଅନ୍ତର୍ଗତ ପତିତପାବନ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଏହି ମର୍ଯ୍ୟାଦାଜନକ ପୁରସ୍କାର ପ୍ରଦାନ କରାଯାଇଛି।ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଭୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ପୁରସ୍କାର ଓ ସମ୍ମାନ ପତ୍ର ପ୍ରଦାନ କରିଥିଲେ।ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ବିଭାଗୀୟ ଶାସନ ସଚିବ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଗୋଉଡ଼ସାହି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମାନସ ରଞ୍ଜନ ପରିଡ଼ା ଓ ପତିତପାବନ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସରୋଜ କୁମାର ମିଶ୍ର ଏହି ପୁରସ୍କାର ଗ୍ରହଣ କରିଥିଲେ। ଉକ୍ତ ରାଜ୍ୟ ସ୍ତରୀୟ ଉତ୍ସବରେ ଶ୍ରେଷ୍ଠ ଜିଲ୍ଲା ଶିକ୍ଷା ଅଧିକାରୀ ରୂପେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ଶ୍ରୀଯୁକ୍ତ ବାସକ କୁମାର ପାତ୍ର ଉପସ୍ଥିତ ରହି ଖୁସି ବ୍ୟକ୍ତ କରିବା ସହ ଉଭୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ସାଧୁବାଦ ଜଣାଇଥିଲେ lଭୁବନେଶ୍ୱର ରୂ ରମେଶ ସାହୁଙ୍କ ରିପୋର୍ଟ

You may have missed