ମା ,ଉଗ୍ରତାରା ବ୍ୟବସାୟୀ ସଂଘ ପକ୍ଷରୁ ଆୟୋଜିତ ହେଲା କାଳୀପୂଜା ଉତ୍ସବ
ପୁରୀ: ଶ୍ରୀକ୍ଷେତ୍ର ପୁରୀ ବଳିଆପଣ୍ଡାସ୍ଥିତ ବିଧବା ଆଶ୍ରମ ଛକ ନିକଟରେ ମା’ ଉଗ୍ରତାରା ବ୍ୟବସାୟୀ ସଂଘ ପକ୍ଷରୁ ମହାଆଡ଼ମ୍ବରରେ ପାଳିତ ହୋଇଛି ପବିତ୍ର କାଳୀପୂଜା ଉତ୍ସବ। ଏହି ଅବସରରେ ମା’ କାଳୀଙ୍କ ପୂଜାର୍ଚ୍ଚନା ସହ ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।ବିଶିଷ୍ଟ ବ୍ୟବସାୟୀ ତଥା ପୂର୍ବତନ କାଉନସିଲର ଜମ୍ବେଶ୍ୱର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏହି ଉତ୍ସବ ଆୟୋଜିତ ହୋଇଥିଲା। ପୂଜା ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା। ଏଥିରେ ଅଞ୍ଚଳବାସୀ ଓ ଭକ୍ତମାନେ ଉତ୍ସାହର ସହ ସାମିଲ ହୋଇ ମା’ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ।ମା’ ଉଗ୍ରତାରାଙ୍କ ଆରାଧନା ସହ ଏହି ଉତ୍ସବ ଅଞ୍ଚଳରେ ଧାର୍ମିକ ଓ ସାଂସ୍କୃତିକ ଉତ୍ସାହ ଭରିଦେଇଥିଲା।ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
