November 15, 2026

ପୁରୀଜିଲ୍ଲା କଂଗ୍ରେସ ପକ୍ଷରୁ ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କାର୍ଯ୍ୟକ୍ରମ ପାଇଁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ l

IMG-20261113-WA0055
Share

 

ପୁରୀ ଆଜି ତା୧୩/୧୧/୨୦୨୬ରିଖ ପୂର୍ବାହ୍ନ ଘ୧୦.୦୦ମିନିଟ ସମୟରେ ଇନ୍ଦିରା ଭବନ, ପୁରୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ “ଭୋଟ ବଞ୍ଚାଓ ଦେଶ ବଞ୍ଚାଓ” କାର୍ଯ୍ୟକ୍ରମ ପରୀପ୍ରେକ୍ଷୀରେ ଏକ ଗୁରୁତ୍ବପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ଏଥିରେ ମଧ୍ୟପ୍ରଦେଶର ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ଶର୍ମା ଏଆଇସିସି ର ପର୍ଯ୍ୟବେକ୍ଷକ ଭାବରେ ଉପସ୍ଥିତ ରହି ସାମ୍ବାଦିକ ଙ୍କୁ ସମ୍ବୋଧିତ କରିଥିଲେ । ସେ ଦେଶରେ ମୁଖ୍ୟ ନିର୍ବାଚନ ଅଧିକାରୀ ଜ୍ଞାନେଶ କୁମାର ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଙ୍କ ଇସାରାରେ‌ ଦେଶର ୧୩ କୋଟି ଲୋକଙ୍କ ଭୋଟ କାଟି ନାଗରିକତା ରୁ ବାଦ୍ ଦେଇଛନ୍ତି ସେଥିପାଇଁ ଗାଁ ରୁ ସହର ପର୍ଯ୍ୟନ୍ତ ସମସ୍ତ ଲଢେଇ କରି ଜ୍ଞାନେଶ କୁମାରଙ୍କ ବହିଷ୍କାର ଏବଂ ଗିରଫଦାରୀ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏଥିସହ ଉତ୍ତର ପ୍ରଦେଶ, ଅଯୋଧ୍ୟା ରାମ ମନ୍ଦିରର ଦାନ ଅର୍ଥ ଚୋରି କରିଥିବା ମୁଖ୍ୟ ଟ୍ରଷ୍ଟି ଚମ୍ପତ୍ତରାୟ କୁ ଗିରଫ କରିବା ପାଇଁ ସାମ୍ବାଦିକ ମାନଙ୍କୁ ଜନଜାଗରଣ ସୃଷ୍ଟି ପାଇଁ ଆହ୍ବାନ କରିଥିଲେ । ଏଥି ସଭାରେ ଜିଲ୍ଲା କଂଗ୍ରେସ ସଭାପତି ଇଂ ରାଜେଶ କୁମାର ମିଶ୍ର ଙ୍କ ନିର୍ଦ୍ଦେଶକ୍ରମେ ବରିଷ୍ଠ ଉପସଭାପତି ଶ୍ରୀଯୁକ୍ତ ନିରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ପିସିସି ପର୍ଯ୍ୟବେକ୍ଷକ ନଳିନୀ ସ୍ବାଇଁ, ଅଶୋକ ମଙ୍ଗରାଜ, ପିସିସି ସଂପାଦକ ମାନସ ରଞ୍ଜନ କର, ବରିଷ୍ଠ କଂଗ୍ରେସ ନେତା ବିନାୟକ ଦାସମହାପାତ୍ର, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସରସ୍ବତୀ ପାତ୍ର, ବିଦ୍ୟୃତଲତା ଆଚାର୍ଯ୍ୟ, ପୁରୀ ପୂର୍ବତନ ପିସିସି ସଂପାଦକ ବିଶ୍ଵନାଥ ଦାଶ, ନଗର କଂଗ୍ରେସ ସଭାପତି ବିଶ୍ବରଂଜନ ମହାପାତ୍ର, କାକଟପୁର ବ୍ଲକ ସଭାପତି ଅବଧୂତ ସ୍ବାଇଁ, ବ୍ରହ୍ମଗିରି ବ୍ଲକ ସଭାପତି ସରପଞ୍ଚ ନିରଞ୍ଜନ ମିଶ୍ର, କୃଷ୍ଣପ୍ରସାଦ ବ୍ଲକ ସଭାପତି କିଶୋର ଚନ୍ଦ୍ର ମହାନ୍ତି, ରାଜ୍ୟ ଓବିସି ସଂପାଦକ ଉମାକାନ୍ତ ବେହେରା, ରାଧେଶ୍ୟାମ ସାହୁ, କାଳୀ ପ୍ରସାଦ ନାୟକ, ପୂର୍ବତନ କାଉନସିଲର ସିତାକାନ୍ତ ମହାନ୍ତି, ବିଚିତ୍ରାନନ୍ଦ ଦାଶ, ମନୋଜ ମହାପାତ୍ର, ଦୀପକ କୁମାର ଜେନା, ସୁରେନ୍ଦ୍ର କୁମାର ସାହୁ, ବିଶ୍ବରଂଜନ ସାମନ୍ତରାୟ, ସୌମ୍ୟରଞ୍ଜନ ପ୍ରଧାନ, ଆଶୁତୋଷ ମିଶ୍ର,

ପ୍ରମୁଖ ଉପସ୍ଥିତ ଥିଲେ ଏବଂ ଜିଲ୍ଲା କଂଗ୍ରେସ ଉପସଭାପତି ଶ୍ରୀଯୁକ୍ତ ସୁକାନ୍ତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l