November 15, 2026

ପଞ୍ଚାୟତ ସମିତି ବୈଠକ ନା ପ୍ରଶିକ୍ଷଣ ଶିବିର = ଜନପ୍ରତିନିଧି ଅସନ୍ତୋଷ

IMG-20261113-WA0054
Share

କୋରାପୁଟ ଜ଼ିଲ୍ଲା କୋଟପାଡ଼ ପଞ୍ଚାୟତ ସମିତି କାର୍ଯା ଳୟ ପରିସର ରେ ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀମତୀ ସନ୍ଧ୍ୟା ସମରଥ ଙ୍କ ସଭାପତି ତ୍ବରେ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି.ଶୁକ୍ରବାର ଅନୁଷ୍ଠିତ ବୈଠକ ରେ ସମବାୟ ବିଭାଗ.ସଡ଼କ ଏବଂ ଗୃହ. ପାନୀୟ ଜଳ.ରାଜସ୍ୱ ଓ ବିପର୍ଯୟ ପରିଚାଳନା. ଡି ଆଇ ସି.ଆଦିବାସୀ ଉନ୍ନୟନ ସଂସ୍ଥା.ସାଧାରଣ ବଣ୍ଟନ. ବିଦ୍ୟୁତ. ଶିକ୍ଷା. ସ୍ୱାସ୍ଥ୍ୟ.କ୍ଷୁଦ୍ର ଓ ଉଠା ଜଳ ସେଚନ ବିଭାଗ ସମେତ ବିଭିନ୍ନ ବିଭାଗର ଉନ୍ନୟନ ମୂଳକ କାମ ବିଷୟ ରେ ଆଲୋଚନା ହୋଇଥିବାର ଜଣାଯାଇଛି lବ୍ଲକର କେତେକ କନିଷ୍ଠ ଯନ୍ତ୍ରୀ.ଡବ୍ଲୁଓ. ଚାଉଳ ଗୋଦାମ ପି ଏଇ ଓ. ଆଇ ପି ଓ.ଏବଂ ଯୋଗାଣ ଅଧିକାରୀ ସଦର ମହୋକୁମାରେ ରହୁ ନାହାନ୍ତି.ସ୍ଥାୟୀ ବି ଇ ଓ ଏବଂ ବି ଏସ ଏସ ଓ ମଧ୍ୟ ବହୁ ଦିନ ଧରି ନାହାନ୍ତି. କେବଳବିଭିନ୍ନ ବିଭାଗ ରେ ସୁପାରିଶ ସହ କାଗଜ କଲମରେ ବିକାଶ ବିଭିନ୍ନ ବିଭାଗ ରେ ଚାଲୁଛି. ଅଧିକାରୀ ମାନେ ସଦର ମହକୁମାରେ ରହୁ ନାହାନ୍ତି ଜୟପୁର ଏବଂ ନବରଙ୍ଗ ପୁ୍ର ଠାରୁ ତାଙ୍କ ଇଚ୍ଛା ଅନୁ ସାରେ ଯିବାଆସିବା କରି ଚାଲିଛନ୍ତି ଏବଂକାର୍ଯା ଳୟ ର ଉପସ୍ଥାନ ଖାତା ରେ ଅନୀୟ ମିତତା ସିସି ଟିଭି କାମ କରୁଛି କି ନାହିଁ. ଏଠାରେ ବୈଠକ ନା ପ୍ରଶିକ୍ଷଣ ଶିବିର ଚାଲିଛି. ବୋଲି ବୈଠକ କୁ ଆସିଥିବା କେତେକ ଜନ ପ୍ରତିନିଧି ନିଜ ନାମ ଆତ୍ମ ଗୋପନ ରଖିବା ସର୍ତ୍ତ ରେ ଗଣ ମାଧ୍ୟମ କୁ ସୂଚନା ଦେଇଥିବାର ଜଣାଯାଇଛି l ସମସ୍ତ ସରପଞ୍ଚ. ସମିତି ସଭ୍ୟ ସଭ୍ୟା ଉପସ୍ଥିତ ନ ଥିବା ବେଳେ ସ୍ଥାନୀୟ ବିଧାୟକ ରୁପୁ ଭତରା. ବ୍ଲକ ଅଧକ୍ଷା କମଳା ଭତରା.ଜି ପି ଡି ଓ କେଦାର ନାଥ ଆଟକା ଜ଼ିଲ୍ଲା ପରିଷଦ ସଭ୍ୟ ତ୍ରିପତି ଚାଲାଣ. ସଭ୍ୟା ଶ୍ରୀମତୀ ଗୀତା ମାଝୀ. ବ୍ଲକ ଉପା ଧକ୍ଷ ବାବୁଲି ପାଣିଗ୍ରାହୀ.ସାଂସଦ ପ୍ରତିନିଧି ରାମେଶ୍ୱେର ଜେନା.ତହସିଲଦାର ପର୍ଶୁରାମ ଭତରା ଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ.ଗୁଡ଼ାଏ ପ୍ରକଳ୍ପ ଡି ପି ଏମ ୟୁ କୋରାପୁଟ ରେ ଅଟକି ରହି ଥିବାରୁ ଜ଼ିଲ୍ଲା ପରିଷଦ ସଭ୍ୟା ଗୀତା ମାଝୀ କ୍ଷୋଭ ପ୍ରକାଶ କରିଥିଲେ l କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନିୟୁସ ଉପାନ୍ତ ଖବର l