ବରପାଲି ରେ ୫୮ ତମ ମା ଶ୍ୟାମା କାଳୀ ପୂଜା
ବରପାଲି ,୦୯-୧୧(ସୁଦାମ ଦୀପ) ବରପାଲି ଶ୍ୟାମା ଛକ ରେ ୫୮ ତମ ସାର୍ବଜନୀନ ମା ଶ୍ୟାମା କାଳୀ ପୂଜା ଆରମ୍ଭ ହୋଇଛି । ଚଳିତ ବର୍ଷ ରବିବାର ଦୀପାବଳି ଅମାବାସ୍ୟା ଦିନ ଠାରୁ ଏହି ପୂଜା ଆରମ୍ଭ ହୋଇଛି । ରବିବାର ସନ୍ଧ୍ୟା ରେ ମା ଙ୍କ କଳସ ଶୋଭାଯାତ୍ରା ସହିତ ପୂଜା ଆରମ୍ଭ ହୋଇଛି । ସୋମବାର ସକାଳେ ଚଣ୍ଡୀ ପାଠ , ଚଣ୍ଡୀ ହୋମ ସହିତ ଆଳତି ପୁଷ୍ପାଞ୍ଜଳି ଅନୁଷ୍ଟିତ ହୋଇଥିଲା । ଚଳିତ ବର୍ଷ ସଞ୍ଜୀବ ସଡଙ୍ଗୀ କର୍ତ୍ତା ଦାୟିତ୍ୱ ନିର୍ବାହ କରୁଥିବା ବେଳେ ପଣ୍ଡିତ ଦେବବ୍ରତ କର ମୁଖ୍ୟ ପୁରୋହିତ ଭାବ ରେ ନିୟୋଜିତ ହୋଇଛନ୍ତି । ଏହି ଅବସର ରେ ମନୋରଞ୍ଜନ କାର୍ଯକ୍ରମ ରେ ଆଜି କୀର୍ତ୍ତନ ଧାରା ଅନୁଷ୍ଟିତ ହୋଇଛି । ସୂଚନା ଯୋଗ୍ୟ ଯେ ବରପାଲି ରେ ଏକ ମାତ୍ର କାଳୀ ପୂଜା ମଣ୍ଡପ ହୋଇଥିବାରୁ ଆଖ ପାଖ ଅଞ୍ଚଳ ରୁ ବହୁ ଭକ୍ତ ଙ୍କ ସମାଗମ ଦେଖିବାକୁ ମିଳେ ।
