November 9, 2026

ପୋଖରୀରେ ବୁଡି ମୃତ୍ୟବରଣ କରିଥିବା ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ବିଧାୟକ

IMG-20261109-WA0033
Share

ବରଗଡ : ୯/୧୧(-ସୁରେନ୍ଦ୍ର କଠାର)

ଗତକାଲି ବରଗଡ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ବୁଗବୁଗା ଗ୍ରାମରେ ଘଟିଥିବା ଅଭାବନୀୟ ଘଟଣା ପରେ ଆଜି ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦକଂ ସମେତ ମଣ୍ଡଳ ସଭାପତି ନିରୋଜ ବାରିକ,ଖିରେଶ ମହାକୁର,ପଂଚାୟତ ପ୍ରମୁଖ ପ୍ରେମାନନ୍ଦ କର୍ଣ୍ନ ବିଜେପି କାର୍ଯ୍ୟକର୍ତ୍ତା ପ୍ରଦୀପ ଭୁଏ,ସଂଜୀବ ସାହୁ,ଗୌତମ କର୍ଣ୍ନ,ରମେଶ ପ୍ରଧାନ ପ୍ରମୁଖ ଗାଁ ରେ ପହଞ୍ଚି , ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଉକ୍ତ ଘଟଣା ବିଷୟରେ ଜନ ସାଧାରଣଙ୍କ ପଚାରି ବୁଝିଥିଲେ । ପରିବାର ବର୍ଗଙ୍କୁ ସରକାରୀ ସାହାଯ୍ୟ କିଭଳି ଶୀଘ୍ର ମିଳି ପାରିବ ସେ ଉପରେ ଦୃଷ୍ଟି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଆଜି ଉଭୟ ମୃତକଙ୍କ ଶବ ଗାଁ ରେ ପହଞ୍ଚିବା ପରେ ବିଧାୟକ ଶ୍ରୀ ମହାନନ୍ଦ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।

ପ୍ରକାଶ ଥାଉକି ଗତକାଲି

ମାଛ ମାରିବାକୁ ଗ୍ରାମ ପୋଖରୀରେ ପଶି ମାଛ ମାରିବାକୁ ଯାଇଥିବା ବେଳେ ଜାଲରେ ଛନ୍ଦି ହୋଇ ଦୁଇ ମୃତ । ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ବୁଗବୁଗା ଗ୍ରାମପଞ୍ଚାୟତ ବୁଗବୁଗା

ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପୋଖରୀରେ ମାଛ ଧରୁଥିବା ସମୟରେ ଜାଲରେ ଛନ୍ଦି ହୋଇ ବୁଡ଼ିଯିବାରୁ ଦୁଇଜଣଙ୍କର ମୃତ୍ୟୁ ହୋଇଥିଲାବ। ମୃତକଦ୍ୱୟ ହେଲେ ଗ୍ରାମର ରମେଶ ମହାକୁର (୫୦) ଓ ରିଙ୍କୁ ବର୍ଗେ (୨୪)।ରମେଶ ଓ ରିଙ୍କୁ ରମେଶଙ୍କ ନିଜ ପୋଖରୀରେ ମାଛ ଧରିବା ପାଇଁ ଜାଲ ପକାଇଥିଲେ। ଏହି ସମୟରେ କୌଣସି କାରଣରୁ ଉଭୟ ମାଛଧରା ଜାଲରେ ଛନ୍ଦି ହୋଇ ଗଭୀର ଜଳରେ ବୁଡ଼ିଯାଇଥିଲେ। ବହୁ ସମୟ ଧରି ଦୁହେଁ ଘରକୁ ନଫେରିବାରୁ ପରିବାର ଲୋକ ଓ ଗ୍ରାମବାସୀଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ପରେ ଗ୍ରାମବାସୀ ପୋଖରୀରେ ଖୋଜାଖୋଜି କରି ଉଭୟଙ୍କୁ ଉଦ୍ଧାର କରିବା ସହ ତୁରନ୍ତ ଅତାବିରା ଡାକ୍ତରଖାନାକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ।

You may have missed