November 7, 2026

ରଣପୁର ରେ ଐତିହାସିକ ରୁଷ ବିପ୍ଳବର ୧୧୦ ତମ ସ୍ମାରକି ପାଳିତ

IMG-20261107-WA0067
Share

 

 

ରଣପୁର,୭/୧୧(ଉପାନ୍ତ ଖବର) ସିପିଆଇ (ଏମ ) ରଣପୁର ଆଞ୍ଚଳିକ କମିଟି ତରଫରୁ ୧୧୦ ତମ ରୂଷ ବିପ୍ଳବ ସ୍ମାରକି ଚମ୍ପାପେଡି ବାତ୍ୟାଶ୍ରୟ ସ୍ଥଳ ଠାରେ ସାଥୀ ବିଣାପାଣି ମିଶ୍ର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ପାର୍ଟିର ଲାଲ ଝଣ୍ଡା କୁ ସାଥୀ ନିତ୍ୟାପରିଡା ଉତ୍ତୋଳନ କରି ଥିବା ବେଳେ ରଣପୁର ର ମହାନ ବିପ୍ଲବୀ ସାଥୀ ପୁର୍ଣ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଉନ୍ନବିଂଶ ସତାଵଦୀ ରେ ବିଶ୍ୱର ସର୍ବପ୍ରଥମ ବୃହତ୍ତମ ସମାଜତାନ୍ତ୍ରିକ ରାଷ୍ଟ୍ର ଭାବେ ରୁଷ ଅଗ୍ରିମ ସ୍ଥାନ ନେଇଥିଲା ବେଳେ ଜାର ଶାସନ କୁ ହଟାଇ କୃଷକ -ଶ୍ରମିକ ନେତୃତ୍ୱ ରେ ବିପ୍ଳବ ସଂଗଠିତ ହୋଇଥିଲା। ଯେତେବେଳେ ପ୍ରଥମ ବିଶ୍ୱ ଯୁଦ୍ଧ ଛାଲିଛି ଠିକି ୧୯୧୭ ମସିହା ନଭେମ୍ବର ୧୭ ତାରିଖ ଦିନ ଲେନିନି ଙ୍କୁ ନେତୃତ୍ୱ ରେ ସମାଜବାଦୀ ଆନ୍ଦୋଳନ ର ବିଜୟ ହୋଇଥିଲା।ଯେଉଁ ଆନ୍ଦୋଳନ ଭାରତ ସମେତ ଅନ୍ୟାନ୍ୟ ଦେଶର ମୁକ୍ତି ଆନ୍ଦୋଳନ କୁ ସକାରାତ୍ମକ ବାର୍ତ୍ତା ଦେଇଥିଲା। ଦକ୍ଷିଣ ପନ୍ଥୀ ପ୍ରତିକ୍ରିୟା ଶିଳ ଶକ୍ତି ପ୍ରତି ବିଶ୍ୱ ସ୍ତରରେ ଏକ ଚ୍ୟାଲେଞ୍ଜ ଆସିଛି ବୋଲି ବକ୍ତା ମାନେ କହିଥିଲେ। ଆମେରିକା ସିନେଟରେ ୬ ଜଣ କମ୍ୟୁନିଷ୍ଟ ଙ୍କୁ ବିଜୟ, ୟୁରୋପର ବିଭିନ୍ନ ରାଷ୍ଟ୍ରରେ କମ୍ୟୁନିଷ୍ଟ ମାନଙ୍କର ବିଜୟ ସମାଜବାଦୀ ବ୍ୟବସ୍ଥା ପ୍ରତି ବିଶ୍ୱରେ ଆସ୍ଥା ସୃଷ୍ଟି କରିଥିବା ବେଳେ ଆମ ଦେଶର ମୋଦୀ ସରକାର ର ଜନବିରୋଧୀ ନୀତି ଓ ସମ୍ବିଧାନ ବିରୋଧି ନୀତି ବିରୋଧରେ ବିରୋଧି ଦଳ ଓ ସାମାଜିକ ସଂଗଠନ ଗୁଡିକର ଶକ୍ତିଶାଳୀ ଆନ୍ଦୋଳନ ଇଣ୍ଡିଆ ମେଣ୍ଟ ତରଫରୁ ଚାଲି ଥିବା ତୀବ୍ର ଆନ୍ଦୋଳନ ହିଁ ମୋଦୀ ସରକାର ର ମୁଖା ଖୋଲି ଦେଇଛି। ଏହା ବିରୋଧରେ ଜନ ମତ ଜାଗ୍ରତ କରିବାକୁ ପାର୍ଟି ତରଫରୁ ଆହ୍ୱାନ ଦେଇଥିଲେ।ଜନ ଗଣ ଙ୍କ ବିଭିନ୍ନ ସ୍ଥାନୀୟ ସମସ୍ୟା କୁ ନେଇ ଆସନ୍ତା ନଭେମ୍ବର ୨୬ ତାରିଖ ଦିନ ରଣପୁର ବ୍ଳକ ସମ୍ମୁଖରେ ସଂଗଠିତ ଗଣ ଆନ୍ଦୋଳନ କୁ ସଫଳ କରିବା ପାଇଁ ଆହ୍ୱାନ ଦିଆଯାଇ ଥିଲା। ଏହି ସାଧାରଣ ସଭା ରେ ପାର୍ଟିର ଜିଲ୍ଲା ନେତା ନିତ୍ୟାନନ୍ଦ ପରିଡ଼ା, ଦୁଃଶାସନ ଜେନା, ସୁରେଶ ସ୍ୱାଇଁ, କୁଳମଣି ପଲେଇ ପ୍ରମ୍ମୁଖ ବକ୍ତବ୍ୟ ଦେଇଥିଲେ।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।