November 7, 2026

ଲକ୍ଷ୍ମୀ ଡୁଙ୍ଗୁରୀରେ ସମ୍ବଳକ ଉଡ୍ଡୀୟାନ ରେ ସଫେଇ ଅଭିଯାନ। – ସମ୍ବଳକ ଉଡ୍ଡୀୟାନ ପ୍ରକୃତି ଉଦ୍ୟାନ ବିକାଶ ଦାବି

IMG-20261107-WA0070
Share

 

ସମ୍ବଲପୁର

ସାମାଜିକ ସାଂସ୍କୃତିକ ସଂଗଠନ ଗୁରୁ ପଦ୍ମ ସମ୍ଭବ ପ୍ରଚାର ସମିତି ପକ୍ଷରୁ ଲକ୍ଷ୍ମୀ ଡୁଙ୍ଗୁରୀ ପାଦ ଦେଶରେ ସମ୍ବଳକ ଉଡ୍ଡୀୟାନ ପ୍ରକୃତି ଉଦ୍ୟାନରେ ଶନିବାର ସଫେଇ ଅଭିଯାନ ସହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଚାର ସମିତି ର ସଦସ୍ୟ ସଦସ୍ୟା ମାନେ ସମ୍ବଳକ ଉଡ୍ଡୀୟାନ ପରିସରକୁ ସଫା ସୁତୁରା କରିବା ସହ ଏଠାରେ ସମର୍ପଣ ଉତ୍ସବ ରେ ଲଗା ଯାଇଥିବା ବୃକ୍ଷଗୁଡିକୁ ପୂଜାର୍ଚ୍ଚନା କରାଯାଇଥିଲା। ସମ୍ବଲପୁର ର ପୁରାତନ ନାମ ସମ୍ବଳକ ହୋଇଥିବା ବେଳେ ଏହା ଉଡ୍ଡୀୟାନ ର ଅଂବିଶେଷ ରହିଥିଲା । ତେବେ ସମ୍ବଲପୁର ରେ ପୁରାତନ ଇତିହାସ କୁ ଜଣାଇବା ପାଇଁ ଆବଶ୍ୟକ ଉଦ୍ୟମ ହୋଇପାରୁନାହିଁ। ଗୁରୁ ପଦ୍ମ ସମ୍ଭବ ସମ୍ବଲପୁର ମାଟିର ଗୈ।ରବ ହୋଇଥିବା ବେଳେ ଭାରତୀ ସମାଜ ଏବଂ ଗୁରୁ ପଦ୍ମ ସମ୍ଭବ ପ୍ରଚାର ସମିତି ପକ୍ଷରୁ ଲକ୍ଷ୍ମୀ ଡୁଙ୍ଗୁରି ପାଦଦେଶରେ ସମ୍ବଳକ ଉଡ୍ଡୀୟାନ ପ୍ରକୃତି ଉଦ୍ୟାନକୁ ସମ୍ବଲପୁର ର ଇତିହାସ ର ପ୍ରତିକୃତି ଭାବରେ ବିକଶିତ କରିବା ନେଇ ଉଦ୍ୟମ କରାଯାଉଛି। ବୋୖଦ୍ଧ ଧର୍ମରେ ସହଜ ଯାନ ବା ତନ୍ତ୍ରଯାନର ପ୍ରବର୍ତ୍ତିକା ଲକ୍ଷ୍ମୀକରାଙ୍କ ନାମରେ ଲକ୍ଷ୍ମୀ ଡୁଙ୍ଗୁରୀ ନାମିତ ହୋଇଛି। ତେଣୁ ଗୁରୁ ପଦ୍ମ ସମ୍ଭବ ଙ୍କ ସମୟର ଇତିହାସକୁ ଲୋକ ଲୋଚନକୁ ଆଣିବା ପାଇଁ ସମ୍ବଳକ ଉଡ୍ଡୀୟାନ ରେ ନିୟମିତ କାର୍ଯ୍ୟକ୍ରମ ଆୟୋଜନ ଜାରି ରଖିବା ପାଇଁ ପ୍ରଚାର ସମିତି ଆବାହକ ଭବାନୀଶ ମତ ଦେଇଥିଲେ। ଏହାପରେ ଏହାକୁ ଐତିହାସିକ ପ୍ରକୃତି ଉଦ୍ୟାନ ଭାବରେ ବିକଶିତ କରିବା ପାଇଁ ପ୍ରଚାର ସମିତି ପକ୍ଷରୁ ସମ୍ବଲପୁର ମହାନଗର ନିଗମ କମିଶନର ରେହାନ ଖତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରାଯିବା ସହ ଆଲୋଚନା କରାଯାଇଥିଲା। ଆଜିର କାର୍ଯ୍ୟକ୍ରମରେ ଗୁରୁ ପଦ୍ମସମ୍ଭବ ପ୍ରଚାର ସମିତି ର ଅଭିଷେକ ଭୋଇ, ସୁବ୍ରତ ପ୍ରଧାନ, ଲଲିତା ଭୋଇ, ରଞ୍ଜିତ ସାହୁ, ଅଶୋକ ତ୍ରିପାଠୀ, ଭାରତୀ ସମାଜ ର ମହାସଚିବ ଦେବୀ ପ୍ରସାଦ ଭୋଇ, ଗୋପବନ୍ଧୁ ସେନାପତି, କ୍ଷେତ୍ରୀୟ ସଂଯୋଜକ ଡ଼ ସ୍ବୟଂ ପ୍ରକାଶ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

You may have missed