March 10, 2026

ନୂଆବର୍ଷ ପାଇଁ ଝଙ୍କଡ଼ ସାରଳା ପୀଠ ରେ, ହୋଇପାରିଲାନି ଧାଡିଦର୍ଶନ ର ବ୍ୟବସ୍ଥା …

IMG-20251231-WA0083
Share

ତିର୍ତ୍ତୋଲତା31/12/2025 ବିଗତ ୩ଦଶନ୍ଧି ଧରି, ହିନ୍ଦୁନବବର୍ଷ ମହାବିଷୁବ ପଣାସଂକ୍ରାନ୍ତି ଝାମୁଯାତ୍ର ଠାରୁ ଦଶଗୁଣ ଅଧିକ ଜନସମାଗମ ଝଙ୍କଡ଼ ସାରଳାପୀଠରେ ଦେଖିବାକୁ ମିଳୁଛି l ମାତ୍ର ଏଠାରେ ବାରିକେଟ ଲଗାଯାଇ ଧାଡିଦର୍ଶନ ର ବ୍ୟବସ୍ଥା କରାଗଲେ, ଯାତ୍ରୀମାନେ ଶୃଙ୍ଖଳାରେ ଯାଇ ମାଆଙ୍କ ଦର୍ଶନ କରିପାରନ୍ତେ l ପ୍ରତିବର୍ଷ ମନ୍ଦିର ପ୍ରଶାସନ ପକ୍ଷରୁ ଆହୁତ ପ୍ରସ୍ତୁତିବୈଠକ ରେ ଏଥିନିମନ୍ତେ ପ୍ରସ୍ତାବ ଦିଆଯାଉଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ଏହାକୁ କାର୍ଯ୍ୟରେ ପରିଣତ କରାଯାଉନାହଁ l ଯାହାଫଳରେ ଯାହାଫଳରେ ଯାତ୍ରୀମାନେ ପ୍ରବଳଭିଡ଼ ମଧ୍ୟରେ ମାଆଙ୍କ ଦର୍ଶନ କରିବାକୁ ଯିବାବେଳେ ବାରମ୍ବାର ପକେଟମାର ଓ ଲୁଟେରା ମାନଙ୍କର ଶିକାର ହୋଇଥାନ୍ତି l ଯଦିବା ମନ୍ଦିରପ୍ରଶାସନ ତରଫରୁ ସୂଚନାକେନ୍ଦ୍ର ମାଧ୍ୟମରେ ଯାତ୍ରୀମାନଙ୍କୁ ସତର୍କ ଓ ସଚେତନ ରହିବାପାଇଁ ସୂଚନା ଦିଆଯାଇଥାଏ, ତଥାପି ଯାତ୍ରୀମାନେ ସେମାନଙ୍କ କବଳରୁ ରାକ୍ଷପାଇପାରନ୍ତିନାହିଁ l ଅପର ପକ୍ଷରେ, ରାଜ୍ୟସରକାର ଙ୍କ ବାୟାଲିଶ କୋଟିଟଙ୍କା ଆର୍ଥିକ ଅନୁଦାନ ରେ 2022 ମସିହାରୁ ଆରମ୍ଭ ହୋଇଥିବା ନବୀକରଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବାରୁ ମନ୍ଦିରର ଭିତର ବାହାର ସବୁ କାମ ଅଧାପନ୍ତୁରିଆ ହୋଇ ପଡ଼ିରହିଛି l ଖୋଦ ଜଗତସିଂହପୁର ଜିଲ୍ଲାପାଳ, ସାରଳାମନ୍ଦିର ଟ୍ରଷ୍ଟବୋର୍ଡ ର ଏକମାତ୍ର ସୋଲଟ୍ରଷ୍ଟି ଭାବରେ ଦାଇତ୍ୱ ବହନ କରିଥିଲେ ମଧ୍ୟ ଥରକ ପାଇଁ କୌଣସି କାର୍ଯ୍ୟକ୍ରମ ର ତଦାରଖ କରୁନଥିବାରୁ, କୌଣସି କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରୁନାହିଁ l ବିଶେଷ କରି ୩ ଟି ପର୍ଯ୍ୟାୟ ରେ ମନ୍ଦିର ସମୁଖସ୍ଥ କନକପୁର ବଜାର ର ଶହଶହ ଦୋକାନ ଘରଗୁଡିକ ଭାଙ୍ଗି ଦିଆଯାଇଥିବାବେଳେ, ନୂତନ ମାର୍କେଟ କପ୍ଲେକ୍ସ ନିର୍ମାଣ ସରି ବିଗତ ସରକାରଙ୍କ ସମୟରେ ତତକାଳୀନ ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ଭରଚୁଆଲ ଉଦଘାଟନ ସରିଥିଲେ ମଧ୍ୟ ଆଜିପଯ୍ୟନ୍ତ ଗୋଟିଏ ହେଲେ ବିସ୍ଥାପିତ ଙ୍କୁ ତାହା ଯୋଗାଇଦିଆଯାଇନାହିଁ l ଯାହା ଫଳରେ କାଁ ଭାଁ ଖୋଲା ଯାଇଥିବା ଉଠାଦୋକାନ ରେ ଲୋକମାନେ ଖାଇପିଇବା ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ସେହିପରି ଏଠାରେ ଥିବା ତିନଚାରିଟି ଯାତ୍ରୀ ବିଶ୍ରାମଗାର ଭାଙ୍ଗି ଦିଆଯିବା ପରେ ଯେଉଁ ନୂତନ ଯାତ୍ରୀନିବାସ, ପାନ୍ଥଶାଳା ଓ ଝଙ୍କଡ଼ ବିଶ୍ରାମାଗାର ଆଦି ନିର୍ମାଣ ସରିବା ପରେ ଏବଂ ସେସବୁର ଭରଚୁଆଲ ଉଦଘାଟନ ସରିବା ପରେ ମଧ୍ୟ କାର୍ଯ୍ୟକାରୀ ହୋଇପାରିନି l ସବୁଠାରୁ ବଡ଼ ଯାତ୍ରୀନିବାସ ମାସମାସ ଧରି ଜିଲ୍ଲା ରିଜର୍ଭପୋଲିସ ବାଟାଲିୟନ ଙ୍କ ବିଶ୍ରାମକକ୍ଷରେ ପରିଣତ ହୋଇଛି l ଯେଉଁ ମାନଙ୍କ ପାଇଁ ଏହି ଯାତ୍ରୀନିବାସ ନିର୍ମାଣ କରାଯାଇଥିଲା, ସେହି ଦୂରଦୁରାନ୍ତ ରୁ ଆସୁଥିବା ଯାତ୍ରୀମାନେ ଏଠାରେ ମୁଣ୍ଡଗୁଞ୍ଜିବାକୁ ସ୍ଥାନ ପାଇପାରୁନଥିବା ବେଳେ, ଦୀର୍ଘ ମାସ ମାସ ଧରି ଏଥିରେ ରିଜର୍ଭପୋଲିସ ଡେରାପକାଇ ରହିବା ର କାରଣ କଣ ? ଆଉ କାହା ନିର୍ଦ୍ଦେଶ ରେ ଏପରି ବ୍ୟବସ୍ଥା କରାଯାଇଛି, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l ସରକାର ବଦଳିଲା, ଶାସନ, ପ୍ରଶାସନ ମଧ୍ୟ ବଦଳିଲା ମାତ୍ର ବଦଳିଲା ନାହିଁ ପ୍ରସିଦ୍ଧ ବାଣୀକ୍ଷେତ୍ର ଝଙ୍କଡ଼ ସାରଳାପୀଠର ଅବ୍ୟବସ୍ଥା, ଅଚଳବ୍ୟସ୍ଥା ଓ ଦୁରାବ୍ୟସ୍ଥା l ତେବେ ରାଜ୍ୟସରକାର, ଦେବୋତ୍ତରବିଭାଗ ଓ ସର୍ବୋପରି ଜିଲ୍ଲାପ୍ରଶାସନ କେବେ ଏ ସବୁର ଆଶୁସମାଧାନ ପାଇଁ କେବେ ଯତ୍ନଶିଳ ହେଉଛନ୍ତି, ତାହା ଦେଖିବାକୁ ବାକିରହିଲା ?ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର