March 10, 2026

ଉମରକୋଟ ବ୍ଲକ ଭଣ୍ଡରିଗୁଡ଼ା ଗ୍ରାମ ପଞ୍ଚାୟତ ଅଧୀନ ଐତିହାସିକ ପୋଡାଗଡ ପୀଠର ଶ୍ରୀ କୈଳାଶ ଚନ୍ଦ୍ର ବେହେରା ଙ୍କୁ ସମ୍ବର୍ଦ୍ଧିତ……….

IMG-20251231-WA0060
Share

 

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଉମରକୋଟ ବ୍ଲକ ଭଣ୍ଡରିଗୁଡ଼ା ଗ୍ରାମ ପଞ୍ଚାୟତ ଅଧୀନ ଐତିହାସିକ ପୋଡାଗଡ ପୀଠର ଗବେଷକ ଶ୍ରୀ କୈଳାସ ଚନ୍ଦ୍ର ବେହେରାଙ୍କୁ ବ୍ରହ୍ମପୁର ସ୍ଥିତ ଗଞ୍ଜାମ କଳା ପରିଷଦ ଠାରେ ୱାର୍ଡ ଚାରିଟି ଫାଉଣ୍ଡେସନ ତରଫରୁ ସମ୍ବର୍ଦ୍ଧିତ କରା ଯାଇଛି ଡଃ ବେହେରା ତାଙ୍କର ଅକ୍ଲାନ୍ତ ପରିଶ୍ରମ ଫଳରେ ପୋଡ଼ାଗଡ ଇତିହାସ ଉପରେ ସନ୍ଦର୍ଭ କାଶି ବିଶ୍ଵ ବିଦ୍ୟାଳୟ ରେ ଉପସ୍ଥାପନ କରି ଏହି ଡଃ ଉପାଧି ପ୍ରାପ୍ତ ହୋଇଛନ୍ତି ସେ ନଳ ଡାଏ ନେଷ୍ଟୀ ଉପରେ ଛତିଶଗଡ,ଓଡ଼ିଶାର ତଥ୍ୟ।ଉପସ୍ଥାପନା କରି ପ୍ରଶଂସିତ ହୋଇଛନ୍ତି ସେ ପ୍ରଫେସର ସୁଶାନ୍ତ ଦାସଙ୍କ ଅଧୀନରେ ସ୍ଵୀକୃତି ପ୍ରାପ୍ତ ହୋଇ ଅକ୍ଟୋବର ,୧୪ ତାରିଖରୁ କୃତକାର୍ଯ୍ୟ।ହୋଇଛନ୍ତି ଏଣୁ ୱାଲ୍ଟ ଚାରିଟି ଫାଉଣ୍ଡେସନ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ବ୍ରହ୍ମପୁର ମହାନଗର ନିଗମ ମେୟର ସଂଘମିତ୍ରା ଦଳେଇ ଓ। ବ୍ରହ୍ମପୁର ସହରର ବରିଷ୍ଟ ସାମ୍ବାଦିକ,ପ୍ରଫେସରମାନେ ଉପସ୍ଥିତିରେ ଏହି ସମ୍ମାନ ପ୍ରଦାନ କରାଗଲା ଡଃ ବେହେରାଙ୍କୁ ତାଙ୍କ ଦ୍ଵାରା।ପ୍ରତିଷ୍ଠିତ ପୋଡ଼ାଗଡ ଆଦର୍ଶ ବାନ ବିଦ୍ୟାଳୟ ତରଫରୁ ସ୍ବାଗତ ସମ୍ବର୍ଧନା ପ୍ରଦାନ କରାଯାଇଛି ଏହି ଅବସରରେ ପୋଡ଼ାଗଡ ସେବାୟତ ଚାରିଟେବୁଲ ଟ୍ରଷ୍ଟ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ମହା ଆଡ଼ମ୍ବରରେ ସ୍ବାଗତ ଜଣାଇଛନ୍ତି ବିଦ୍ୟାଳୟର ସଭାପତି ଓ ଟ୍ରଷ୍ଟର ସଭାପତି ଶ୍ରୀଯୁକ୍ତ ଉର୍ଦ୍ଧ୍ବ ଚରଣ ନାୟକ ସମ୍ପାଦକ ପୁରୁଷୋତ୍ତମ ଭତ୍ରା,ସଦସ୍ୟ ଜଗବନ୍ଧୁ ଭତ୍ରା ,କବିରାଜ ଗୋଣ୍ଡ ଙ୍କ ସହିତ ବିଦ୍ୟାଳୟର ଅଧକ୍ଷା ଜୟଶ୍ରୀ ବେହେରା ସମ୍ପାଦକ ଶୁଭଶ୍ରୀ ବେହେରା ,ଗୁରୁମା ନିହାରିକା ମହାନ୍ତି,ସବିତା ଗୁରୂମା , କରୁଣା ଗରୁମା ,ଜଗଦୀଶ ଗୁରୁଜୀ ,ମଦନ ପୂଜାରୀ ଅବିନାଶ ଶେଠ୍ ମୁନି ବିଶୋଇ।ଉପସ୍ଥିତରେ ଶତାଧିକ ଛାତ୍ର ଛାତ୍ରୀ ଡଃ ବେହେରାଙ୍କୁ ପୁଷ୍ପ ଗୁଛ ଦେଇ ସମ୍ମାନ ଜଣାଇଥିଲେ ଡଃ ବେହେରା ଆଗରୁ ନବରଙ୍ଗପୁର ଗୌରବ ,ପ୍ରକୃତି ବନ୍ଧୁ, ଭାରତ ଜ୍ୟୋତି ସମ୍ମାନ ଓ ରାଜ୍ୟସ୍ତରୀୟ ଅନେକ ସମ୍ମାନର ଅଧିକାରୀ ହୋଇଥିବାରୁ ପୋଡ଼ାଗଡ ଅଞ୍ଚଳ ବାସି ତେୟନବେ ମୌଜାର ଶିରା ପୂଜାରୀ ,ଜନସାଧାରଣ ଅତ୍ୟନ୍ତ ଆନନ୍ଦିତ ତାଙ୍କର ଦୀର୍ଘାୟୁ କାମନା କରି ସମ୍ପାଦକ ପୁରୁଷୋତ୍ତମ ଭତ୍ରା ଧନ୍ୟବାଦ୍ ଅର୍ପଣ କରିଥିଲେ