March 10, 2026
ajiro khabar
Share

 

୧-ଭୁବନେଶ୍ୱର: ଆଜିଠୁ କମିବ ଶୀତ,୧୩ ଜିଲ୍ଲାକୁ ଘନ କୁହୁଡି ସତର୍କ ସୁଚନା ଜାରି।

 

୨-ରେକର୍ଡ ଭାଙ୍ଗିଲା ଡିସେମ୍ବର ଥଣ୍ଡା, ୨୦ ଦିନ ରହିଲା ୧୦ ଡିଗ୍ରି ତଳେ ତାପମାତ୍ରା।

 

୩-ବଡ଼ ଆନ୍ଦୋଳନ ପାଇଁ ଡାକ୍ତର ସଂଘର ସଜବାଜ, ଘଣ୍ଟିକିଆ ଓପିଡି ବନ୍ଦ ପରେ ଏବେ ଦୁଇ ଘଣ୍ଟିଆ ବନ୍ଦ ପାଇଁ ପ୍ରସ୍ତୁତି।

 

୪-ବରଗଡ଼:କଂସ ଦରବାରରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ; ହାତୀ ପିଠିରେ ବସି କଲେ ମଥୁରା ନଗରୀ ପରିକ୍ରମା।

 

୫-ଇଂରାଜୀ ନବବର୍ଷ ପାଇଁ ଗାଡ଼ିମୋଟର ଯାଞ୍ଚ କଡ଼ାକଡ଼ି କରିବାକୁ ସମସ୍ତ ଆରଟିଓଙ୍କୁ ଚିଠି ଲେଖିଲେ ପରିବହନ ଆୟୁକ୍ତ।

 

୬-ପୁରୀର ସମସ୍ତ ଅଫିସର୍‌ଙ୍କ ଛୁଟି ବାତିଲ; ଜିଲ୍ଲାପାଳଙ୍କ କଡା ନିର୍ଦ୍ଦେଶ, ଆଜିଠୁ ୪ ଜାନୁଆରି ପର୍ଯ୍ୟନ୍ତ କେହି ଛୁଟିରେ ରହିପାରିବେନି।

 

୭-ନୂଆବର୍ଷରେ ଶୁଭେଚ୍ଛା ଜଣାଇବାକୁ କାର୍ଯ୍ୟାଳୟକୁ ନ ଆସିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ। ସରକାରୀ ଅଫିସରେ ନୂଆ ବର୍ଷ ପାଳନ ମନା।

 

୮-ଭୁବନେଶ୍ୱର:୧୦ ଜଣ ବରିଷ୍ଠ ଆଇପିଏସ ଓ ୨୬ ଜଣ ଆଇଏଏସ୍ ଅଧିକାରୀଙ୍କୁ ମିଳିଲା ପଦୋନ୍ନତି।

 

୯-ଟାଟା ପାୱାର ବିରୋଧରେ ରୁଜୁ ହେଲା ଜନସ୍ୱାର୍ଥ ମାମଲା; ସ୍ମାର୍ଟ ମିଟର ଏବଂ ଅତିରିକ୍ତ ସୁରକ୍ଷା ଜମାକୁ ବିରୋଧ, ତୁରନ୍ତ ପ୍ରତ୍ୟାହାର ପାଇଁ ଦାବି।

 

୧୦-ଆଶାୟୀଙ୍କୁ ଚାକିରି ବାଣ୍ଟିଲେ ମୁଖ୍ୟମନ୍ତ୍ରୀ; ୧୧ଟି ବିଭାଗର ୧୫୪୩ଜଣଙ୍କୁ ମିଳିଲା ନିଯୁକ୍ତି।

 

୧୧-ଗାୟକ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲା:

ଆଗୁଆ ଜାମିନ ଆବେଦନ କଲେ ଗାୟିକା ଅର୍ପିତା ଚୌଧୁରୀ ଓ ଗାୟକ ତଥା ଷ୍ଟୁଡିଓ ମାଲିକ ସୋମେଶ ଶତପଥୀ ।

 

୧୨-ବାରଙ୍ଗ ଅତିରିକ୍ତ ତହସିଲଦାରଙ୍କ ଅମାପ ସମ୍ପତ୍ତି ଦେଖି ଭିଜିଲାନ୍ସ ଟେରା, ଘରୁ ଜବତ ହେଲାଣି ୭୫ ଲକ୍ଷ ନଗଦ କ୍ୟାସ୍।

 

୧୩-ଭୁବନେଶ୍ୱର ବିମାନବନ୍ଦରରୁ ୪କୋଟିର ଗଞ୍ଜେଇ ଜବତ, ବ୍ୟାଙ୍କକରୁ ଆସୁଥିବା ଯାତ୍ରୀଠୁ ଠାବ।

 

୧୪-ତାମିଲନାଡୁରେ ଓଡ଼ିଆ ଯୁବକଙ୍କୁ ଆକ୍ରମଣ ଘଟଣାକୁ ମୁଖ୍ୟମନ୍ତ୍ରୀଙ୍କ ନିନ୍ଦା, କହିଲେ- ଦୋଷୀଙ୍କୁ କଠୋର ଦଣ୍ଡ ପାଇଁ ନିଆଯାଉଛି ଆବଶ୍ୟକୀୟ ପଦକ୍ଷେପ।

 

୧୫-ଭୁବନେଶ୍ୱର:ଦୁଲୁକିବ ରାଜଧାନୀ, ଝୁମିବେ ଜନତା; ଆସନ୍ତା ୪ତାରିଖରୁ ଆରମ୍ଭ ହେବାକୁ ଯାଉଛି ପ୍ରଥମ ‘ପଥ ଉତ୍ସବ’।

 

୧୬-ଥିରୁଅନନ୍ତପୁରମ:ପଞ୍ଚମ ଟି-ଟ୍ବେଣ୍ଟି, ଶ୍ରୀଲଙ୍କାକୁ ୧୫ ରନରେ ହରାଇଲା ମହିଳା ଭାରତୀୟ କ୍ରିକେଟ ଟିମ୍।

 

୧୭-ଶାହଙ୍କ ରଣହୁଙ୍କାର: ପଶ୍ଚିମବଙ୍ଗର ସରକାର ଗଢ଼ିବ ବିଜେପି, ବହିବ ବିକାଶର ଗଙ୍ଗା।

 

୧୮-ତିକ୍ତତା ସଂପର୍କ ମଧ୍ୟରେ ବାଂଲାଦେଶ ଯିବେ ଜୟଶଙ୍କର, ବେଗମ ଖାଲିଦା ଜିୟାଙ୍କ ଅନ୍ତିମ ସଂସ୍କାରରେ ହେବେ ସାମିଲ।

 

୧୯- ଆମେରିକାର ଥିଙ୍କ୍ ଟ୍ୟାଙ୍କର ପୂର୍ବାନୁମାନ :୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ।

 

୨୦-ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା: ଗୁଳି କରିବା ପରେ ହତ୍ୟାକାରୀ କହିଲା-ମୁଁ ମଜା କରୁଥିଲି।

 

୨୧-ଦୁଇ ଦିନ ହେଲା ଜଳୁଛି ଇରାନ: ଆମେରିକୀୟ ଡଲାର ତୁଲନାରେ ରସାତଳକୁ ଗଲାଣି ରିଆଲ, ମୁଦ୍ରାସ୍ଫୀତି ୪୨%ରୁ ଅଧିକ।