ଧର୍ମ ପରିବର୍ତନ ଅଭିଯୋଗରେ ମହିଳା ଙ୍କୁ ଗଛରେ ବାନ୍ଧି ସାର୍ବଜନୀନ ମାଡ଼ ମାରିବା ଘଟଣାକୁ ନେଇ ବାଲେଶ୍ୱର ପୋଲିସର ସାମ୍ବାଦିକ ସମ୍ମିଳନୀ
ବାଲେଶ୍ୱର (ଶେଖ ନଜିମ):ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଛଣଖଣପୁର ଅଞ୍ଚଳରେ ଗତ ୨୬ ତାରିଖରେ ଧର୍ମାନ୍ତରୀକରଣ ଅଭିଯୋଗରେ ମହିଳାମାନଙ୍କୁ ଗଛରେ ବାନ୍ଧି ଜୋତାରେ ପିଟିବା ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁସାରେ ମିତ୍ରପୁର ନିକଟସ୍ଥ ଗୋବର୍ଧନ ପୁର ଗାଁରେ ୨୬ ତାରିଖ ଅପରାହ୍ନ ରେ ଭୋଜି ଆୟୋଜନ କରାଯାଇ ଏକ ଆଦିବାସୀ ପରିବାର ଧର୍ମାନ୍ତରୀକରଣ କରାଯାଉଥିଲା। ମିତ୍ରପୁର ମଖାପଦା ଅଂଚଳର ସୁବାସିନୀ ସିଂ, ରେମୁଣା ଥାନା ମୁଖୁରା ଅଂଚଳର ସୁକାନ୍ତି ସିଂ ସେହି ପଂଚାୟତ ଛଣଖଣପୁର ଗାଁର ଗୋବିନ୍ଦ ସିଂଙ୍କ ସମେତ ଅନ୍ୟ ଜଣେ ଯୁବକ ଏକ ଆଦିବାସୀ ପରିବାର କୁ ପ୍ରୋଲୋଭିତ କରି ଧର୍ମ ପରିବର୍ତନ କରୁଥିଲେ। ଗୁରୁବାର ଏମାନେ ଘରେ ମାଂସ ଭୋଜି ସାଙ୍ଗ କୁ କେକ୍ କାଟି ପାର୍ଟି ମନାଇବା ପରେ ଧର୍ମ ପରିବର୍ତନ ଯୋଜନା କରୁଥିଲେ। ଗ୍ରାମବାସୀ ଏହିଭଳି ଆଚରଣ ଦେଖି ଉତ୍ୟକ୍ତ ହୋଇଏହି ତିନି ଜଣ ଧର୍ମପରିବର୍ତନ କାରୀ ଙ୍କୁ ଗଛରେ ବାନ୍ଧି ମାଡ଼ ମାରିବା ସହ ସେମାନଙ୍କ ମୁହଁରେ କେକ୍ ବୋଳି ରନ୍ଧା ମାଂସ କୁ ଫିଙ୍ଗି ଦେଇଥିଲେ। ଏହି ଘଟଣାରେ ପୋଲିସ ତଦନ୍ତ କରି ଦୁଇଟି ମାମଲା ରେମୁଣା ଥାନାରେ ରୁଜୁ ହୋଇଥିବା ବେଳେ ମହିଳାମାନଙ୍କୁ ମାଡ଼ ମାରିଥିବା ଘଟଣାରେ ପୋଲିସ ଏପର୍ଯ୍ୟନ୍ତ ଚାରିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଘଟଣାର ରିପୋର୍ଟ ପାଇବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମହିଳାମାନଙ୍କୁ ଉଦ୍ଧାର କରିଥିଲା। ତା ପରେ ସାଇନ୍ଟଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ପ୍ରମାଣ ସଂଗ୍ରହ କରିଥିଲା । ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଥିଲା । ୨୯ ତାରିଖରେ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ , ୩୦ ତାରିଖରେ ଆଉ ଜଣଙ୍କୁ ଗିରଫ କରାଯାଇଥିଲା । ଗିରଫ ୪ ଜଣ ଅଭିଯୁକ୍ତ ହେଲେ ରେମୁଣା ଥାନା ଅନ୍ତର୍ଗତ ଛଣଖଣପୁର ଅଞ୍ଚଳର ପିତାମ୍ବର ବିଶ୍ୱାଳ , ପ୍ରଶାନ୍ତ କୁମାର ନାୟକ , ଜୟନ୍ତ କୁମାର ନାୟକ ହୋଇଥିବ ବେଳେ ଅନ୍ୟ ଜଣେ ନୀଳଗିରି ଥାନା ଅନ୍ତର୍ଗତ କୁଲ୍ହାପାଳ ଅଞ୍ଚଳର ବାଦଲ କୁମାର ପଣ୍ଡା ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ପୋଲିସ ଏହି ଘଟଣାକୁ ଗୁରତର ସହ ନେଇଛି । ଏହି ଘଟଣାରେ ଏକ କାଉଣ୍ଟର ମାମଲା ମଧ୍ୟ ହୋଇଛି ଧର୍ମାନ୍ତରୀକରଣ ଅଭିଯୋଗରେ। ସେଇଥିରେ ମଧ୍ୟ ଯେଉଁମାନେ ଅଭିଯୁକ୍ତ ଅଛନ୍ତି ପୋଲିସ ସେମାନଙ୍କୁ ନୋଟିସ କରିଛି । ଧର୍ମାନ୍ତରୀକରଣ ଅଭିଯୋଗରେ ଗାଁ ଲୋକ ବିରୋଧ କରିଥିଲେ। ଏହାକୁ ନେଇ ଏମିତି ଘଟଣା ଘଟିଥିବା ନେଇ ବାଲେଶ୍ୱର ପୋଲିସ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ପୂର୍ବାଞ୍ଚଳ ଡି. ଆଇ.ଜି ଡ଼ ସତ୍ୟଜିତ ନାୟକ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ୱର ଏସପି ରାଜ ପ୍ରସାଦ ଉପସ୍ଥିତ ଥିଲେ ।