ନିଷିଦ୍ଧଞ୍ଚଳ ରୁ ଟ୍ରଲର ଜବତ, ୩ ମୃତ କଇଁଛ ଉଦ୍ଧାର
ଅସ୍ତରଙ୍ଗ ,,:ବିରଳ ପ୍ରଜାତିର ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ନଭେମ୍ବର ୧ ରୁ ଲାଗିଥିବା କଟକଣା କୁ ଅସାଧୁ ଟ୍ରଲର ମାଲି ହେକ ମାନେ ଏହାକୁ ବେଖାତିର କରି ଦେବୀ ନଦୀ ମୁହାଣରୁ ରାମଚଣ୍ଡୀ ମୁହାଣ ପର୍ଯ୍ୟନ୍ତ ଥିବା ସମୁଦ୍ରରେ ବେଆଇନ୍ ମାଛ ଧରୁଥିବା ବେଳେ ଅସ୍ତରଙ୍ଗ ଓ କୋଣାର୍କ ବନ ବିଭାଗ ପକ୍ଷରୁ ୨୫ ରୁ ଉର୍ଦ୍ଧ୍ବ କର୍ମଚାରୀଙ୍କ ମିଳିତ ଚଢ଼ାଉରେ ନିଷିଦ୍ଧାଞ୍ଚଳରୁ ମା କାଳି ନାମକ ଏକ ଟ୍ରଲର ଜବତ କରାଯାଇଛି। ଟ୍ରଲର ରେଜିଷ୍ଟ୍ରେସନ୍ ନମ୍ବର୍ ଆଇଏନଡି ଓଆର ୦୪ଏମଏମ ୨୬୪ ରହିଛି,ଏଥି ସହିତ ୩ଟି ମୃତ ଅଲିଭ ରିଡ଼ଲେ କଇଁଛ ମଧ୍ଯ ଜବତ କରିଛି ବନ ବିଭାଗ। ଜାଲ ପକାଇ ମାଛ ଧରୁଥିବା ବେଳେ ୭ଟି କଇଁଛ ଜାଲରେ ପଡ଼ିଥିଲେ। ସେଥି ମଧ୍ୟରୁ ୪ଟିକୁ ଜୀବିତ ଉଦ୍ଧାର କରାଯାଇ ସମୁଦ୍ରରେ ଛଡ଼ା ଯାଇଥିବା ବେଳେ ୩ମୃତ କଇଁଛ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ନିମନ୍ତେ ପଠା ଯାଇଛି। ଟ୍ରଲରରେ ଥିବା ୬ଜଣ ମତ୍ସ୍ୟଜୀବୀ ମାନଙ୍କୁ ଗିରଫ କରାଯାଇ ବନ୍ୟପ୍ରାଣୀ ସଂରକ୍ଷଣ ନିୟମ ଉଲ୍ଲଂଘନ ଅନୁସାରେ ସେମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ବନ ବିଭାଗ ଓ ମତ୍ସ୍ୟ ବିଭାଗ ପକ୍ଷରୁ ବାରମ୍ଵାର ବାରଣ ସତ୍ତ୍ୱେ ଅସାଧୁ ଟ୍ରଲର ଗୁଡ଼ିକ ନିଷିଦ୍ଧ ଅଞ୍ଚଳରେ ମାଛ ଧରୁଛନ୍ତି। ଯାହା ଫଳରେ ଜାଲରେ ପଡ଼ି ବିରଳ ପ୍ରଜାତିର ଅଲିଭ ରିଡ଼ଲେ କଇଁଛଙ୍କ ମୃତ୍ୟୁ ଘଟୁଛି। ସିଜ୍ ହୋଇଥିବା ଟ୍ରଲର କୁ ଗହୀରମଥା ସ୍ଥିତ କଷ୍ଟଡି କୁ ପଠାଯାଇଛି ଯାହାକୁ ନେଇ ଅସ୍ତରଙ୍ଗ ବନାଞ୍ଚଳ ଅଧିକାରୀ ମୋନାଲିସା ମହାପାତ୍ର ସୂଚନା ଦେଇଛନ୍ତି, କିନ୍ତୁ ଏଠି ପରିବେଶବିତ୍ତ ମାନଙ୍କ ପ୍ରଶ୍ନ ଉଠୁଛି ଏତେ ବାରଣ ସତେ କିପରି ସମୁଦ୍ର ଭିତରେ ଅନୁପ୍ରବେଶ କାରି ପ୍ରବେଶ କରି ମାଛ ଧରୁଛନ୍ତି ଏବେ ଏହି ବିରଳ ପ୍ରଜାତି ର କଇଁଛ ଙ୍କ ମୃତ୍ୟୁ ପାଇଁ ଦାୟୀ କିଏ?
ଦୁଃଶାସନ ନାୟକ,ଅସ୍ତରଙ୍ଗ