ବିଶ୍ୱାସ ର ଠାକୁର ପାଟବନ୍ଧର ପଶ୍ଚିମେଶ୍ୱର ଦେବ..
ବୋଲଗଡ଼,(ଉପାନ୍ତ ଖବର): ବୋଲଗଡ଼ ବ୍ଳକ ସାଗରଗୁଆଁ ପଞ୍ଚାୟତର ପାଟବନ୍ଧ ଗ୍ରାମରେ ଥିବା ଶ୍ରୀ ପଶ୍ଚିମଶ୍ୱରଦେବ ଭଗବାନ ଶିବଙ୍କର ପ୍ରମୁଖ ଧାର୍ମିକସ୍ତଳୀ ମଧ୍ୟ ରୁ ଅନ୍ୟତମ, ଏଠାରେ ପ୍ରାକୃତିକ ଶିବଲିଙ୍ଗ ବହୁ ପ୍ରାଚୀନ କାଳରୁ ପୂଜାପାଇ ଆସୁଛନ୍ତି। କିମ୍ବଦନ୍ତୀ ଅନୁସାରେ ଆଜକୁ ପ୍ରାୟ ତିନିଶହବର୍ଷ ରୁ ଊର୍ଦ୍ଧ୍ବ ସମୟ ରୁ ପାଟବଂନ୍ଧ ର ନାଗାପଲି ଜଙ୍ଗଲ ରେ ବାସକରୁଥିବା ନାଗା ସଂପ୍ରଦାୟର ଲୋକମାନଙ୍କର ଆରାଧ୍ୟଦେବତା ରୁପରେ ପୁଜା କରୁଥିଲେ। ଶିବଲିଙ୍ଗପଶ୍ଚିମ କୁ ଢଳିରହିଥିବାରୁ ପଶ୍ଚିମଶ୍ୱର ନାମରେ ପରିଚିତ। ପ୍ରବାଦ ଅଛି ଚରିଆସୁଥିବା ଗାଈ ମାନେ ଶିବଲିଙ୍ଗ ଉପରେ ଆପେ ନିଶୃତ କ୍ଷୀରଦାନକରି ଯାଇଥାନ୍ତି। ସେ ଜାହା ହେଉନା କାହିଁକି ଏଠାକୁ ବହୁ ଦୂରଦୂରାନ୍ତରୁ ଲୋକମାନେ ମାନସିକ କରି ଏଠାକୁ ଆସନ୍ତି। ବିଶ୍ୱାସ ଅନୁଯାୟୀ ଏଠାରେ ସାଧାରଣତଃ ନିୟମ ପ୍ରମାଣ ପାଇଁ ବହୁ ପ୍ରସିଦ୍ଧ ଅଟେ, ସପ୍ତାହକୁ ପାଖାପାଖି ତିନି ରୁ ଚାରି ଦିନ ବିଭିନ୍ନ ଅଞ୍ଚଳରୁ ଲୋକମାନେ ନିୟମ କରିବାକୁ ଆସିଥାନ୍ତି। ରଣପୁର, ଖଣ୍ଡପଡ଼ା, ଭୁବନେଶ୍ବର, ଆଖପାଖ ଅଞ୍ଚଳର ତଥା ଦୂରଦୂରାନ୍ତରୁ ଲୋକ ମାନେ ବିଶ୍ୱାସ ର ସହିତ ଆସିଥାନ୍ତି। ସାତ ରୁ ଏକୋଇଶ ଦିନ ମଧ୍ୟରେ ଏହା ଆସୁଥିବା ଲୋକମାନଙ୍କର ମନସ୍କାମନା ପୂର୍ଣ୍ଣ ହୋଇ ଥାଏ ବୋଲି ଆସୁଥିବା ଭକ୍ତ ମାନେ କହୁଛନ୍ତି । ତତ୍ ସହିତ ସ୍ୱପ୍ନ ଦେଖିବା, ନାଗସାପ ବାଟରେ ଜଗିବା ଇତ୍ଯାଦି ବହୁ ପ୍ରମାଣ ଅଛି ବୋଲି ଭକ୍ତମାନେ କୁହନ୍ତି । ପ୍ରଭୁଙ୍କ ଅପାର କରୁଣା ଏବେ ସାରା ଓଡ଼ିଶାରେ ଗତି କଲାଣି । ପ୍ରତ୍ୟେକ ଦିନ ଅନେକ ଲୋକ ପ୍ରଭୁଙ୍କ ପାଖକୁ ବିଭିନ୍ନ ସମସ୍ୟା ନେଇଁ ଆସନ୍ତି । ଏବଂ ଆଜି ପ୍ରଯ୍ୟନ୍ତ କେହିବି ଖାଲି ହାତରେ ଯାଇ ନଥିବା ଭକ୍ତ ମାନେ କହିଛନ୍ତି ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।