ଏନ୍ଏସ୍ଏସ୍ ୟୁନିଟ୍-୨ର ସ୍ବତନ୍ତ୍ର ଶିବିର ଉଦଯାପିତ
ବୁଗୁଡା : ତା ୩୧/୧୨/୨୪ : ସ୍ଥାନୀୟ ପିପୁଲ୍ସ କଲେଜ ଏନ୍ଏସ୍ଏସ୍ ମହିଳା ୟୁନିଟ୍-୨ର ସପ୍ତଦିବସୀୟ ସ୍ବତନ୍ତ୍ର ଶିବିର ଉଦଯାପିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ହରିକୃଷ୍ଣ ନାୟକଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅଧ୍ୟାପକ ପ୍ରଦୀପ କୁମାର ଦାଶ, ମୁଖ୍ୟବକ୍ତା ଭାବେ ଆଇକ୍ୟୁଏସି କୋଅର୍ଡିନେଟର ଅକ୍ଷୟ କୁମାର ସାହୁ ଓ ସମ୍ମାନିତ ଅତିଥି ଭାବେ ଏନ୍ଏସ୍ଏସ୍ ୟୁନିଟ୍-୧ର ପ୍ରୋଗ୍ରାମ ଅଫିସର ରବିନ୍ଦ୍ର କୁମାର ପୋଲେଇ ଯୋଗ ଦେଇ ସ୍ବେଛାସେବୀଙ୍କୁ ମାର୍ଗ ଦର୍ଶନ କରିବା ସହ ସେମାନଙ୍କ ସେବାକାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ। ଉକ୍ତ ସପ୍ତଦିବସୀୟ ଶିବିର ଅବସରରେ ୟୁନିଟ୍ ପ୍ରୋଗ୍ରାମ ଅଫିସର ଅଧ୍ଯାପିକା ସସ୍ମିତା ସାମନ୍ତରାଙ୍କ ତତ୍ତ୍ବାବଧାନରେ ୫୦ ଜଣ ସ୍ବେଚ୍ଛାସେବୀ କତକଲାରେ ଲୋକଙ୍କ ଜୀବନ ଜୀବିକା ସମ୍ପର୍କିତ ସର୍ଭେ, ସଫେଇ , ସ୍ବଚ୍ଛତା ଓ ସ୍ବାସ୍ଥ୍ଯ ବିଜ୍ଞାନ ସମ୍ପର୍କିତ କର୍ମଶାଳା , ଶୋଭାଯାତ୍ରା ମାଧ୍ୟମରେ ଜନ ସଚେତନତା , ବୃକ୍ଷ ରୋପଣ , ସ୍ବାସ୍ଥ୍ୟ ଶିବିର ଆଦି କାର୍ଯ୍ୟକ୍ରମମାନ କରିଥିଲେ। ଏହି ଉଦଯାପନୀ ଉତ୍ସବ ଅବସରରେ ଅତିଥିମାନଙ୍କ ଦ୍ବାରା ଶିବିରାର୍ଥୀଙ୍କୁ ପ୍ରମାଣ ପତ୍ର ପ୍ରଦାନ ସହ ପୁରସ୍କୃତ କରାଯାଇଥିଲା । ଏଥି ସହ ଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।