January 6, 2025

ଉମରକୋଟ ଡି.ଏନ. କେ. ର ଏକ ଘଟଣା, ପଶୁତ୍ୱ ମାନବିକତାର ବହୁ ଉର୍ଦ୍ଧ୍ବରେ………..

Share

 

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଅନେକ ଜାଗାରେ ଦୂର୍ଘଟଣାର କେହି ଶିକାର ହେଲେ ଟାୟାର ଜାଳି ରାସ୍ତାରୋକ କରି କିମ୍ବା ଶବକୁ ସତ୍କାର ନକରି ରାସ୍ତା ରେ ପକାଇ ରାସ୍ତାରୋକ କରି ଥାଆନ୍ତି। କିନ୍ତୁ ଏପରି ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି ଏକ ଗାଇର ମୃତ୍ୟୁ ରେ ,ଉମରକୋଟ ର,ଡି.ଏନ୍.କେ ମୁଖ୍ୟ ରାସ୍ତା ରେ। କୈାଣସି ଏକ ଅଜଣା ଟ୍ରାକ୍ଟର ଏକ ଗାଇକୁ ଦୂର୍ଘଟଣା ଘଟାଇ ଥିଲା ଏବଂ ଗାଇର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ମଣିଷ ହେଇଥିଲେ ସେଠାରେ ରାସ୍ତା ଅବରୋଧ ହୋଇ ଥାନ୍ତା। କିନ୍ତୁ ପଶୁଟିର କଥା ଅଲଗା । କୈାଣସି ବାଟୋଇ ସେଠାରେ ଅଟକି ନଥିଲେ। କିନ୍ତୁ ଦୁଇଟି ଷଣ୍ଢ ସେଠାରେ ଜଗିରହିଥିବା ଦେଖିବାକୁ ମିଳିଥିଲା। ସେମାନେ କୈାଣସି ଗାଡ଼ି ଇତ୍ୟାଦି ସେଠାକୁ ଯିବାକୁ ଦେଇନଥିଲେ। ଏହା ଦେଖି ଉମରକୋଟ ବଜରଙ୍ଗଦଳ ର ସଭ୍ୟ ମାନେ ଉମରକୋଟ ପୈାରପରିଷଦର ଇ.ଓ.ଙ୍କୁ ଖବର ଦେଇଥିଲେ ମଧ୍ୟ କୈାଣସି ଫଳ ମିଳିନଥିଲା। ଶେଷରେ ବାଧ୍ୟହୋଇ ଆମ ସମ୍ବାଦ ଦାତା ଇ.ଓ.ଙ୍କୁ ଯୋଗାଯୋଗ କରି ଏକ ଟ୍ରାକ୍ଟର ଯୋଗାଡ଼ କରି ବଜରଙ୍ଗଦଳ ର ସଭ୍ୟ ମାନଙ୍କ ସହାୟତାରେ ମୃତଗାଇ ଟିକୁ ସେଠାରୁ ଉଠାଇ ରାସ୍ତା ରୋକ ହଟାଇଥିଲେ।

You may have missed