January 6, 2025
Share

 

୧-ଆସନ୍ତା ଫେବ୍ରୁଆରୀରୁ ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ, ରାଜ୍ୟର ସାଢେ ୩କୋଟି ଲୋକଙ୍କୁ ମିଳିବ କାର୍ଡ।

 

୨-ନୂଆବର୍ଷ ପୂର୍ବରୁ ଶ୍ରୀକ୍ଷେତ୍ରରେ ଅସମ୍ଭାଳ ଭିଡ଼; ଆକ୍ତାମାକ୍ତା ଭକ୍ତ, ଆଜିଠୁ କେବଳ ସିଂହଦ୍ବାର ଦେଇ ପ୍ରବେଶ।

 

୩-ଓଡ଼ିଶା ବିମାନ ସେବାରେ ଯୋଡ଼ିହେବ ନୂଆ ଅଧ୍ୟାୟ, ଜାନୁଆରୀ ୧ରୁ ଝାରସୁଗୁଡ଼ା ଓ ୩ରୁ ଭୁବନେଶ୍ବରରୁ ସିଧାସଳଖ ଉଡ଼ିବ ବିମାନ।

 

୪-କେନ୍ଦ୍ରାପଡା:ଜାନୁୟାରୀ ୧୪ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ଭିତରକନିକା ମନା।

 

୫-ଓଡ଼ିଶା ଆସୁଛି ଇ-ଡବଲ ଡେକର ବସ, ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ଗଡ଼଼ିବ।

 

୬-ବଲାଙ୍ଗୀର:ଜାନୁଆରୀ ୭ରେ ପାଳନ ହେବ ଆଦିବାସୀଙ୍କ ପର୍ବ ସୁଲିଆ ଯାତ୍ରା।

 

୭-ଅଭିଯୋଗ ଶୁଣିବା ମାତ୍ରେ ଆକ୍ସନ ନେଲେ ମୁଖ୍ୟମନ୍ତ୍ରୀ, ହେରମ୍ବ ଗିରିଙ୍କ ପୁଅ ପ୍ରତ୍ୟୁଷ ଗିରିଙ୍କ ହେବ ମାଗଣା ଚିକିତ୍ସା।

 

୮-ଯାତ୍ରାରେ ପୁଣି ଅଶ୍ଳୀଳ ନାଚ, ଆଇଟମ ଗାର୍ଲ ସାହୁ ଭାଉଜଙ୍କ ନାମରେ ମାମଲା ରୁଜୁ।କୋତାମେଟା ଆୟୋଜକ କମିଟି ନାଁରେ ମଧ୍ୟ ହୋଇଛି ମାମଲା।

 

୯-ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ୨୦୨୫ରେ ତିନିଥର ମିଳିବ ସୁଭଦ୍ରା ଟଙ୍କା।

 

୧୦-ପୁରୀ:ମୃତ ଚାଷୀଙ୍କ ଘରେ ପହଁଚିଲେ ରାଣୀ ପଣ୍ଡା ,ତୁରନ୍ତ ଲେଖିଲେ ଚେକ୍, ପୂର୍ଣ୍ଣଚନ୍ଦ୍ର ଦଳେଇଙ୍କର ଏକାଦଶରେ ଦେବେ ମହାପ୍ରସାଦ ସେବା।

 

୧୧-ଭୁବନେଶ୍ୱର:ବନ୍ଧା ହେଲେ ବଣ୍ଟି-ବବଲି ଯୋଡ଼ି, ହାଇପ୍ରୋଫାଇଲ ଠକ ଦମ୍ପତି ଗିରଫ।

 

୧୨-ଖଣ୍ଡପଡ଼ା: ଭାପୁର ପଦ୍ମାବତୀ ମହାନଦୀରୁ ୨ଟି ପ୍ରାଚୀନ ମୂର୍ତ୍ତି ଉଦ୍ଧାର କରାଯାଇଥିବା ସୂଚନା।

 

୧୩-ଅମରାବତୀ:ଇତିହାସ ରଚିଲା ଇସ୍ରୋ, ‘ସ୍ପେଡେକ୍ସ’ର କଲା ସଫଳ ଉତକ୍ଷେପଣ।

 

୧୪-ଯୋଡା:୫୦ ଫୁଟ ତଳକୁ ଖସି ରେଳ ଟ୍ରାକ୍ ଉପରେ ପଡିଲା ଟ୍ରକ୍, ବାଂଶପାଣି – ଜରୋଳି ରୁଟରେ ଟ୍ରେନ୍ ଚଳାଚଳ ବ୍ୟାହତ।

 

୧୫-ଜଳେଶ୍ଵର: ଚୋରା ଆଳୁ ଗାଡ଼ି ପାଇଁ ପଶ୍ଚିମବଙ୍ଗ ପୁଲିସର ହଟହଟ୍ଟା, ଲକ୍ଷ୍ମଣନାଥ ଟୋଲ ଗେଟରେ ଉତ୍ତେଜନା।

 

୧୬-ଉଦଳା:ଦେଢ଼ ହଜାର କ୍ବିଣ୍ଟାଲରୁ ଅଧିକ ଧାନ ଗଚ୍ଛିତ ରଖିଥିଲେ ଗୋଦାମ ମାଲିକ, ସିଲ୍ କଲା ଯୋଗାଣ ବିଭାଗ।

 

୧୭-କଟକ ସହରରେ ମାତିଛନ୍ତି ଷଣ୍ଢ ଓ ଗାଈ ଚୋର ! କାର୍ଯ୍ୟାନୁଷ୍ଠାନ ଦାବିରେ ଡିସିପିଙ୍କ କାର୍ଯ୍ୟାଳୟ ଘେରାଉ କଲେ ବିଭିନ୍ନ ହିନ୍ଦୁ ସଙ୍ଗଠନ।

 

୧୮-ବିହାର ବିପିଏସସି ପରୀକ୍ଷାରେ ଦୁର୍ନୀତି ଅଭିଯୋଗ । ପାଟନାରେ ଆଶାୟୀଙ୍କ ପ୍ରଦର୍ଶନ, ପୁଲିସର ଲାଠିଚାର୍ଜ୍

 

୧୯-ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ଶିକାର ଉଦ୍ଦେଶ୍ୟରେ ବୁଲୁଥିବା ୧୩ଜଣ ଶିକାରୀଙ୍କୁ ଗିରଫ କରାଯାଇଥିବା ନେଇ ବନବିଭାଗ ସୂଚନା।

 

୨୦-ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ: ଉଚ୍ଚଶିକ୍ଷା ବିକାଶ ପାଇଁ ଓଡ଼ିଶାକୁ ୬୭୦ କୋଟି ଅନୁଦାନ ମିଳିବ।

 

୨୧-ନିର୍ବାଚନ ପୂର୍ବରୁ ‘ଆପ’ର ପ୍ରତିଶ୍ରୁତି ବର୍ଷା । ମନ୍ଦିର, ଗୁରୁଦ୍ବାରା ପୂଜକ ଓ ସେବକଙ୍କୁ ମିଳିବ ମାସିକ ୧୮ହଜାର ଦରମା।

 

୨୨-ମେଲ୍‌ବୋର୍ଣ୍ଣ ଟେଷ୍ଟ: ହାରିଲା ଭାରତ,୨-୧ରେ ଆଗୁଆ କଙ୍ଗାରୁ ଦଳ।

 

୨୩-ଭାରତ ପାଇଁ ସତର୍କବାଣୀ, ବାଂଲାଦେଶ ସେନାକୁ ଟ୍ରେନିଂ ଦେବ ପାକିସ୍ତାନ।

 

୨୪-୧୦୦ ବର୍ଷ ବୟସରେ ଆଖି ବୁଜିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମ୍ମି କାର୍ଟର।

 

*🙏 ସୁପ୍ରଭାତ 🙏*

You may have missed