July 1, 2024
Share

*ଖବର ଆଜିର*
ତାରିଖ ୩୧/୧୦/୨୦୨୩ ମଙ୍ଗଳବାର ।।

ବିଶ୍ଵକପରେ ଆଫଗାନିସ୍ତାନର ତୃତୀୟ ବଡ଼ ବିଜୟ, ଶ୍ରୀଲଙ୍କାକୁ ୭ ଓ୍ଵିକେଟ୍‌ରେ ଦେଲା ମାତ୍ ।

କେଜ୍ରିୱାଲଙ୍କ ବଢିଲା ଅଡ଼ୁଆ, ମଦ ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ନୋଟିସ୍ ପଠାଇଲା ଇଡି ।

ମେକ୍ସିକୋରେ ଘୂର୍ଣ୍ଣିଝଡର ତାଣ୍ଡବଲୀଳା; ୪୮ ମୃତ, ବଢୁଛି ଦୁର୍ଦ୍ଦଶା ।

ଭାରତର ସହାୟତାକୁ ପ୍ରଶଂସା କଲା ଇସ୍ରାଏଲ; ବନ୍ଧୁତା ଠାରୁ ଅଧିକ ଚାହୁଁଛୁ କୂଟନୈତିକ ସମର୍ଥନ ।

ଫ୍ୟୁଚର ଗ୍ରୁପ୍‌କୁ କିଣିବ କିଏ ? ଦୌଡ଼ରେ ଅଛନ୍ତି ଅମ୍ବାନୀ-ଜିନ୍ଦଲ ।

ସିଙ୍ଗୁର-ନାନୋ ପ୍ରୋଜେକ୍ଟ ମାମଲା: ଟାଟା ମୋଟର୍ସକୁ ୭୬୬ କୋଟି କ୍ଷତିପୂରଣ ଦେବେ ପଶ୍ଚିମବଙ୍ଗ ସରକାର ।

୮ ତାରିଖ ଯାଏଁ ଘୁଂଚିଲା ବସ ଧର୍ମଘଟ: ବସ ମାଲିକ ସଂଘରେ ପରବର୍ତୀ ବୈଠକରେ ନିଆଯିବ ନିଷ୍ପତି ।

ଅଡୁଆରେ ଅଭିନେତା ସଂଜୟ ଦତ୍ତ, ରାପର ବାଦଶାହା: ବେଟିଂ ଆପରେ ଆଇପିଏଲ ପ୍ରମୋସନ ଅଭିଯୋଗ ନେଇ ମୁମ୍ବାଇ ସାଇବର ଥାନାରେ ମାମଲା ରୁଜୁ ।

ନିର୍ବାଚନୀ ବର୍ଷରେ ଧିମେଇଗଲା ଭିଜିଲାନ୍ସ : ଗତବର୍ଷ ୧୭୫ କୋଟି, ଏବର୍ଷ ମାତ୍ର ୯୩କୋଟି ଟଙ୍କାର ଆୟବର୍ହିଭୂତ ସମ୍ପତ୍ତି ଠାବ।

ଗୁଜରାଟରେ ପ୍ରଧାନମନ୍ତ୍ରୀଙ୍କ ବିଶାଳ ରୋଡ ଶୋ, ଅମ୍ବାଜୀ ମନ୍ଦିରରେ କଲେ ପୂଜାପାଠ ଓ ଆଳତି: ରାଜ୍ୟବାସୀଙ୍କୁ ୬ହଜାର କୋଟି ଟଙ୍କାର ଭେଟି ।

ସୁପ୍ରିମକୋର୍ଟରେ ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଖାରଜ: ରିଭିୟୁ ପିଟିସନ ଆବେଦନ କରିବ ଆପ୍‌ !

ରାଜ୍ୟକୁ ମିଳିବେ ନୂଆ ରାଜ୍ୟପାଳ  । ଆଜି ଶପଥ ଗ୍ରହଣ କରିବେ ରଘୁବର ଦାସ ।

ସୁନାବେଡ଼ା ଅଭୟାରଣ୍ୟ କଟିଙ୍ଗପାଣି ଗାଁ ଗୋଧସପଡ଼ାରେ ଏକ କଲରାପତରିଆ ବାଘ ଜଣେ ୮ ବର୍ଷର ପୁଅକୁ ଝାମ୍ପି ନେଇଥିବା ଜଣାପଡ଼ିଛି। ଘର ପାଖରେ ଖେଳୁଥିବାବେଳେ ନାବାଳକକୁ କଲରାପତରିଆ ବାଘ ଝାମ୍ପି ନେଇ ନିକଟସ୍ଥ ଜଙ୍ଗଲକୁ ଚାଲି ଯାଇଥିଲା।

ବିଶ୍ୱକପ୍‌ରେ ଲଜ୍ଜାଜନକ ପରାଜୟ ପରେ ଇସ୍ତଫା ଦେଲେ ପିସିବିର ମୁଖ୍ୟ ଚୟନକର୍ତ୍ତା ଇଞ୍ଜାମାମ-ଉଲ୍-ହକ୍ ।

କେରଳ ବିସ୍ଫୋରଣ: ଆତ୍ମସମର୍ପଣକାରୀଙ୍କ ଖୁଲାସା, ସଙ୍ଗଠନ କାର୍ଯ୍ୟରେ ଅତିଷ୍ଠ ହୋଇ ବ୍ଲାଷ୍ଟ କରିଥିବା ସ୍ୱୀକାର ।

ଟ୍ରେନ ଦୁର୍ଘଟଣାରେ ଶୋକ ପ୍ରକାଶ କଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ । ମୂଳ କାରଣ ଖୋଜିବାକୁ ଦେଲେ ନିର୍ଦ୍ଦେଶ ।

ଗୋଟିଏ ପଟେ ଅଭିନେତା ମନୋଜ ମିଶ୍ରଙ୍କୁ ବ୍ୟାନ୍‌ ଘଟଣାକୁ ନେଇ ବିବାଦ ତେଜିବାରେ ଲାଗି ଥିବାବେଳେ ଅନ୍ୟପଟେ ସ୍ୱତନ୍ତ୍ର କୋଶଳ ପ୍ରଦେଶ ଦାବିରେ ନଭେମ୍ବର ୧୫ରେ ମହା କୋଶଳ ବନ୍ଦ ଡାକରା ଦେଇଛି ।

ଟାୟାର ଫାଟିବାରୁ ଦୁର୍ଘଟଣାଗ୍ରସ୍ତ ହେଲା ସରକାରୀ ବସ୍ । ବରଗଡ଼ରୁ ନବରଙ୍ଗପୁର ଯାଉଥିବା ବେଳେ ଅଧାବାଟରେ ଫାଟିଲା ବସ୍ ଟାୟାର । ଭାରସାମ୍ୟ ହରାଇ ବିଲ ଭିତରେ ପଶିଗଲା ବସ୍ । ଦୁର୍ଘଟଣାରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ।

ଗାଜାରେ ଇସ୍ରାଏଲର ଗ୍ରାଉଣ୍ଡ ଅପରେସନ; ଟ୍ୟାଙ୍କରୁ ହେଭି ଫାୟାର, ଆତଙ୍କୀଙ୍କୁ ଖୋଜି ଖୋଜି ମାରୁଛନ୍ତି।

ସିଗନାଲ ଓଭରସୁଟିଂ ପାଇଁ ହୋଇଛି ଦୁର୍ଘଟଣା । ରେଲୱେର ପ୍ରାଥମିକ ସୂଚନା ପରେ ସନ୍ଦେହ ଘେରରେ ଲୋକପାଇଲଟଙ୍କ ଭୂମିକା ।

ଧୋନିଙ୍କୁ ମିଳିଲା ନୂଆ ଦାୟିତ୍ଵ, ବ୍ରାଣ୍ଡ୍‌ ଆମ୍ବାସଡର ଭାବେ ନିଯୁକ୍ତି କଲା SBI ।

ସରିଲା ରେସ୍କ୍ୟୁ ଅପରେସନ୍‌: ଆନ୍ଧ୍ର ଟ୍ରେନ୍‌ ଟ୍ରାଜେଡିରେ ମୃତ୍ୟୁ ସଂଖ୍ୟା ୧୩, ସ୍ପଷ୍ଟ କଲା ରେଳବାଇ ।

ଆଜି ଅମୃତ କଳସ ଯାତ୍ରାର ଉଦ୍‌ଯାପନୀ ସମାରୋହ : ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ।

ତୁରନ୍ତ ଅଭିନେତା ମନୋଜ ମିଶ୍ରଙ୍କ ଉପରୁ ବ୍ୟାନ୍ ହଟାଇବା ଦରକାର: ସମ୍ପାଦକ ଅରୁଣ ମହାନ୍ତି ।

ଭାରତୀୟ ସେନାର ବଡ଼ ସଫଳତା: ଶତ୍ରୁଙ୍କ ନିଦ ହଜାଇବ ‘ପ୍ରଚଣ୍ଡ’, ୨୮୮ କିମି ଗତି, ୬ ଟନ୍ ଓଜନ ନେଇ ଦେଖାଇଲା ପରାକ୍ରମ ।

ତ୍ରିକୋଣୀୟ ମୁକାବିଲାରେ ଫସିଲେ ଭୁପେଶ ବଘେଲ, ଶେଷ ମୂହୁର୍ତ୍ତରେ ନାମାଙ୍କନ ଦାଖଲ କଲେ ଅମିତ୍ ଯୋଗୀ।

ସୁପ୍ରଭାତ ,ଶୁଭ ସକାଳ ।