ସିଲାଟ ବାରଖଣ୍ଡିଆ ଖେଳ ପଡିଆରେ ଦ୍ବିଦିବସୀୟ ଫୁଟବଲ ଟୁଣ୍ଟାମେଣ୍ଟ
ସୁରେନ୍ଦ୍ର କଠାର ଙ୍କ ରିପୋର୍ଟ
ଅତାବିରା ବ୍ଲକ ଅଧିନ ସିଲାଟ ବାରଖଣ୍ଡିଆ ଖେଳ ପଡିଆରେ ମା ସମଲେଶ୍ବରୀ ଏଥୋଲେଟିକ ଏସୋସିଏସନ ତରଫରୁ ଚାଲିଥିବା ଦ୍ବିଦିବସୀୟ ଫୁଟବଲ ଟୁଣ୍ଟାମେଣ୍ଟ ଆଜି ରବିବାର ସନ୍ଦ୍ୟା ୬ଟାରେ ଉଦଯାପିତ ହୋଇଯାଇଛି |ଏହି ଟୁଣ୍ଟାମେଣ୍ଟେ ବରଗଡ ୟନାଇଟେଡ,ରେଂଗାଲି,ଉଲୁଣ୍ଡା,ବିଏମ ପୁର,ବେଲପାହାଡ,ରାଉରକେଲା ଓ ମୟୁରଭଂଜ ଦଳ ଅଂଶ ଗ୍ରହଣ କରିଥିଲେ |ଫାଇନାଲ ମ୍ୟାଚଟି ବିଏମ ପୁର ଓ ବରଗଡ ମଧ୍ଧରେ ହୋଇଥିଲା |ଏଥିରେ ବିଏମ ପୁର ଦଲ ବିଜୟ ଲାଭ କରିଥିଲେ |ମୁଖ୍ୟ ଅତିଥି ଭାବେ ଅତାବିରା ପୂର୍ବତନ ନଗର ସଭାପତି ସୁରେନ୍ଦ୍ର ସ୍ବାଇଁ,ସମ୍ମାନୀତ ଅତିଥି ଭାବେ ସଦାଶିବ ପ୍ରଧାନ,ପୂର୍ବତନ ସରପଂଚ ଦୟାସାଗର ନେଗି,ମଣ୍ଡଲ ସଭାପତି ବିକାଶ ଗଡତିଆ,ସୁରେନ୍ଦ୍ର ଭୋଇ,ବୀରେନ ହୋତା,ପୂର୍ଣ୍ନଚନ୍ଦ୍ର ସାଲମା ଯୋଗ ଦେଇଥିଲେ |ବିଜେତା ଓ ଉପବିଜେତା ଦଳକୁ ଅତିଥିଗଣ ପୁରସ୍କାର ପ୍ରଦାନ କରିଥିଲେ |ଏହି ଟୁଣ୍ଟାମେଣ୍ଟରେ ବୃନ୍ଦାପନ ନାଏକ,ଯୁବରାଜ ମରେଇ,ଅର୍ଜୁନ ପଶାୟତ,ଦେବଦତ୍ତ ତାଣ୍ଡି,ଭରତ ପ୍ରଧାନ,ବିକ୍ରମ ବରିହା ପ୍ରମୁଖ ସହଯୋଗ କରିଥିଲେ |
