ବାବେବିରା ଗ୍ରାମରେ ନୂଆଁଖାଇ ଭେଟଘାଟ
ସୁରେନ୍ଦ୍ର କଠାର
ବାବେବିରା ଗ୍ରାମରେ ଜୟନ୍ତି ଯୁବକ ସଂଘ ଆନୁକୂଲ୍ୟରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଖେଳ ଶିକ୍ଷକ ଭାବେ ପାରଦର୍ଶିତା ଲାଭ କରିଥିବା ଗାଁ ଝିଅ – ପୁଷ୍ପଲତା ନାଏକ ଙ୍କ ସ୍ମୃତି ରେ ସଙ୍ଘ ଦ୍ୱାରା ଆୟୋଜିତ କରାଯାଇଥିଲା ଧିରେ ଧିରେ ନିଶ୍ଚିହ୍ନ ହେବାର ଶେଷ ପାହାଚରେ ପହଞ୍ଚି ସାରିଥିବା ଖେଳ ‘ବାଗଡି’ ଓ ‘କଁସାଡ଼ି’ ପ୍ରତିଯୋଗିତା l ହଜି ଯାଉଥିବା କେତେ ଖେଳକୁ ଲୋକ ଲୋଚନକୁ ଆଣିବାକୁ ଏବଂ ଉତ୍ତର ପିଢ଼ି କୁ ଜଣାଇବାର ଏକ ଛୋଟିଆ ପ୍ରୟାସ ମାତ୍ର ।
ବାଗଡ଼ି ପ୍ରତିଯୋଗିତା ରେ ଲୋକବନ୍ଧୁ ନାଏକ ଓ କଁସାଡ଼ି ପ୍ରତିଯୋଗିତା ରେ ବିଜୟା ସାହୁ ପ୍ରଥମ ସ୍ଥାନ ଅଧିକାର କରିଥିଲେ l ବିଚାରକ ଆସନରେ ଥିଲେ ଶ୍ରୀଯୁକ୍ତ ଦିବାକର ପ୍ରଧାନ, ଖେଳ ପରିଚାଳନା କରିଥିଲେ ବିକ୍ରମ କେଶରୀ ସାହୁ, ଅମୃତ ବାରିକ ଓ ସୌମ୍ୟ ରଞ୍ଜନ ନାୟକ ସହଯୋଗ କରିଥିଲେ l ଏ ଅବସରରେ ନାଟକ ଶେଷ ପତ୍ର ମଞ୍ଚସ୍ଥ କରା ଯାଇଥିଲା l ସ୍ବର୍ଗୀୟା ପୁଷ୍ପଲତା ନାଏକ ସ୍ମୃତି ସ୍ମାରକୀ ତରଫରୁ ପ୍ରଶ୍ନୋତ୍ତରୀ, ହୁଳହୁଳି, ଗୀତ,ନୃତ୍ୟ,ବାଗଡ଼ି ଓ କଁସାଡ଼ି ପ୍ରତିଯୋଗିତା ରେ ବିଜୟୀଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା l
