ସ୍ୱାୟତ୍ତ ଶାସନ ଦିବସ 2024 ତିରୋଧାନ ର ଦୀର୍ଘ ବର୍ଷ ପରେ ସ୍ୱାଧୀନତା ସଂଗ୍ରାମୀଙ୍କୁ ମନେ ପକେଇଲା କୋଟପାଡ଼ ବଜ୍ଞାପିତ ଅଞ୍ଚଳ ପରିଷଦ…
କୋରାପୁଟ ଜ଼ିଲ୍ଲା କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟା ଳୟ ପରିସର ରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳନ ହୋଇଯାଇଛି I ପ୍ରାତଃ ସମୟ ରେ ରାମଧୁନ. ପ୍ରଭାତ ଫେରି ପରେ ଅଧକ୍ଷ ଏମ ସଙ୍କର ରାଓ ପରିଷଦ ପ୍ରାଙ୍ଗଣରେ ଜାତୀୟ ପତକା ଉତ୍ତୋଳନ କରିଥିଲେ I ଏହି ଅବସର ରେ ସ୍ୱଚ୍ଛ ସାଥି. ସ୍ୱୟଂ ସହାୟକ ଦଳ ବିଦ୍ୟାର୍ଥୀ. କାଉନ ସିଲର ଓ ସମସ୍ତ କର୍ମ ଚାରି ବୃନ୍ଦ ସହର ପରିକ୍ରମା କରି ମହା ପୁରୁଷ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରି ଥିଲେ I କାର୍ଯାଳୟ ନିକଟରେ ସହିଦ ଲକ୍ଷ୍ମଣ ନାୟକ ଙ୍କ ନୂତନ ପ୍ରତି ମୂର୍ତ୍ତି ସ୍ଥାପନ କରାଯାଇଥିବା ର ବେଳେ ଜାତୀୟ ରାଜ ପଥ ନିକଟ ପାର୍କ ପରିସର ରେ ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ଗୋପାଳ ରାଓ ପଟ୍ଟନାୟକ. ସଦାଶିବ ପ୍ରଧାନୀ,ବିଶ୍ଵନାଥ ମହାପାତ୍ର. ସୂର୍ଯ୍ୟ ନାରାୟଣ ମାଝୀ,ମାଧବ ରନ୍ଧାରୀ ନାୟକ.କପିଳ ପାତ୍ର ଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା. ଏହାପରେ ସଂସ୍କୃତିକ କାର୍ଯା କ୍ରମ ଅନୁଷ୍ଠିତ ହୋଇ ଥିଲା. ସନ୍ଧ୍ୟା ରେ କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଛି I ତିରୋଧାନ ର ଦୀର୍ଘ ବର୍ଷ ପରେ କୋଟପାଡ଼ ର ସ୍ୱାଧୀନ ତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇ ଥିବାରୁ ବୁଦ୍ଧି ଜୀବି ମହଲ ରେ ସ୍ୱାଗତ ଜଣା ଯାଇଛି I ଆଜିର ଏହି କାର୍ଯ୍ୟ କ୍ରମ ରେ ଅନ୍ୟ ମାନଙ୍କ ମଧ୍ୟ ରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପ୍ରମୋଦ କୁମାର ପାଢ଼ୀ. ସୁଧୀର କୁମାର ନନ୍ଦୀ. ପୂର୍ବତନ ବିଧାୟକ ଚନ୍ଦ୍ର ଶେଖର ମାଝୀ. କାଉନ ସିଲର ଟିକୁ ବିଶୋଇ. ଗିରିଶ ପଟ୍ଟନାୟକ,ସଂଗ୍ରାମ ମିଶ୍ର. ଗୋପୀ ମାଝୀ. ଦୁର୍ଗା ସାତ ପଥୀ. କେ ରମେଶ. ମହେଶ ପ୍ରସାଦ ଗୁରୁ ଶ୍ୟାମା ବେଗେମ,ଅବନାଶ ପାତ୍ର. ସନ୍ତୋଷ ମହାନ୍ତି ,ଏ ରାଜେଶ ଦାସ ସୁଶ୍ରୀ ଗୌତମୀ ପଟ୍ଟନାୟକ,ଏ ରାଜେଶ ଦାସ,ସୁଶ୍ରୀ ସୁପ୍ରଭା ମଲ୍ଲିକ ଙ୍କ ସମେତ ସମସ୍ତ କାଉନ ସିଲର ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର ଓଡିଶା I