November 15, 2024
Share

 

ପଦ୍ମପୁର :30.08(ଜୟନ୍ତ କୁମାର ସେଠ)ପଦ୍ମପୁର ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ ପଦ୍ମପୁର ପରିସର ମଧ୍ୟରେ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ରାଣୀ ନାଥଙ୍କ ସଭାପତିତ୍ଵରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସୁଶ୍ରୀ ସଂଗୀତା ଗୌନ୍ତିଆ ପରିଚାଳନା କରିବା ସହ ପ୍ରସିଦ୍ଧ ହକି ତାରକା ମେ. ଧ୍ୟାନଚାନ୍ଦଙ୍କ ସ୍ମୃତି ଚାରଣ କରି କ୍ରୀଡା ହିଁ ଶରୀରକୁ ନିରୋଗ ରଖିବାର ଏକ ଉତ୍ତମ ମାଧ୍ୟମ ବୋଲି ଦର୍ଶାଇ ଥିଲେ । ଉପରୋକ୍ତ ସଭାରେ ଶ୍ରୀମତୀ କୁନ୍ତଳା ସାହୁ, ଡ. ଚନ୍ଦ୍ରିକା ଭୋଇ, ଶ୍ରୀମତୀ ଲୋପାମୁଦ୍ରା ନାୟକ, ଶ୍ରୀମତୀ ସରିତାରାଣୀ ପ୍ରଧାନ ଉପସ୍ଥିତ ଥିଲେ । ଦ୍ଵିତୀୟ ଦିବସର ପ୍ରାରମ୍ଭରେ ଅଧ୍ୟକ୍ଷା, ଅଧ୍ୟାପକ, ଅଧ୍ୟାପିକା, ସମସ୍ତ କର୍ମଚାରୀ ଏବଂ ଛାତ୍ରୀବୃନ୍ଦ କ୍ରୀଡା ଉଦ୍ଦେଶ୍ୟରେ ଥିବା ଶପଥ ପାଠ କରିଥିଲେ । କ୍ରୀଡା ବିଭାଗର ପ୍ରମୁଖ ଡ. ଚନ୍ଦ୍ରିକା ଭୋଇଙ୍କ ତତ୍ଵାବଧାନରେ ବିଭିନ୍ନ ପ୍ରତିଯୋଗୀତାମାନ ଆୟୋଜିତ ହୋଇଥିଲା । ଶ୍ରୀ ସୀମିତ କୁମାର ମହାନ୍ତି, ଶ୍ରୀ ଫକିରମୋହନ ଭୋଇ, ଶ୍ରୀ ରବି ଅମରୀ ମହାବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କ ସହଯୋଗରେ କ୍ରୀଡା ପ୍ରତିଯୋଗୀତାକୁ ପରିଚାଳନା କରିଥିଲେ ।