June 1, 2025

ରାମଲୀଳା କମିଟି ବୈଠକ ଅନୁଷ୍ଠିତ 

Share

 

 

ପଦମପୁର: (ଜୟନ୍ତ କୁମାର ସେଠ)ପଦ୍ମପୁର ସ୍ଥାନୀୟ ରାଜାଜୀ ଟାଉନ୍ ହଲ ପଦମପୁର ଠାରେ ରାମଲୀଳା କମିଟିର ସଭାପତି ଶ୍ରୀ ପ୍ରମୋଦ ନାଥଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଉପଦେଷ୍ଟା ନାଟ୍ୟଶ୍ରୀ ଶ୍ରୀ ଅଶୋକ ବହିଦାର, ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀ ରମେଶ ଗୁର୍ଲା, ନୃତ୍ୟ ନିର୍ଦ୍ଦେଶକ ତଥା ସଙ୍ଗୀତଜ୍ଞ ଶ୍ରୀ ସୁରେନ୍ଦ୍ର ସାହୁ, ଶ୍ରୀ ସଂଜୀବ ବହିଦାର, ଶ୍ରୀ ରମେଶ ମେହେର,ଶ୍ରୀ ପ୍ରମୋଦ ମିଶ୍ର, ଶ୍ରୀ ରାଜେଶ ନାଏକ ଉପସ୍ଥିତ ଥିଲେ। ଏଥିରେ ସାର୍ବଜନୀନ ଦୁର୍ଗାପୂଜା ପାଳନ ଅବସରରେ ଅନୁଷ୍ଠିତ ହେବାକୁ ଥିବା ରାମଲୀଳା ନାଟ୍ୟଧାରା ନିମନ୍ତେ ଆଲୋଚନା ହୋଇଥିଲା। ଆସନ୍ତା ତା ୨/୯/୨୪ ଅପରାହ୍ନ ୪ ଘଣ୍ଟା ସମୟରେ କଳାକାର ଚୟନ ନିମନ୍ତେ ପ୍ରସ୍ତାବ ନିଆଗଲା। ଏହି କାର୍ଯ୍ୟକ୍ରମଟିର ସଂଯୋଜନା କରିଥିଲେ ଶ୍ରୀ ଆଶିଷ ବୈକାର ଓ ଶ୍ରୀ ଦୀପକ ଦାସ । ଏଥିରେ ରାମଲୀଳା କମିଟିର ଅନ୍ୟ କଳାକାର ମାନେ ଅଂଶ ଗ୍ରହଣ କରି ଆଲୋଚନାରେ ଭାଗ ନେଇଥିଲେ। ରାମଲୀଳାର ପାଣ୍ଡୁଲିପି ଲେଖିବା ତଥା ନିର୍ଦ୍ଦେଶନା ଦେବା ପାଇଁ ନାଟ୍ୟଶ୍ରୀ ଶ୍ରୀ ଅଶୋକ ବହିଦାରଙ୍କୁ ଅନୁରୋଧ କରାଯାଇଥିଲା।

ପରିଶେଷରେ ଶ୍ରୀ ମନୋରଞ୍ଜନ ପୁରୋହିତ ଧନ୍ୟବାଦ୍ ଅର୍ପଣ କରିଥିଲେ।

You may have missed