November 15, 2024

ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ ପିଏମ୍ ଜନମନ ଅନ୍ତର୍ଗତ ଜନସଚେତନତା କାର୍ଯ୍ୟକ୍ରମ ..

Share

  ରାୟଗଡା: ପ୍ରଧାନମନ୍ତ୍ରୀ ଜନମନ ପରିଯୋଜନାରେ ରାୟଗଡ଼ ଜିଲ୍ଲା ବିଷମକଟକ ତହସିଲ୍ ଅନ୍ତର୍ଗତ ଖଜୁରୀ ଠାରେ ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟ

ଡଙ୍ଗରିଆ କନ୍ଧ ହିତାଧିକାରୀଙ୍କୁ ଜାତିଗତ ପ୍ରମାଣପତ୍ର, ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର, ବାର୍ଷିକ ଆୟ ପ୍ରମାଣପତ୍ର ଏବଂ ଜଙ୍ଗଲ ଜମି ପଟ୍ଟା ର ସୁବିଧା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହି ଶିବିରରେ ଜାତିଗତ ପ୍ରମାଣ ପତ୍ର ପାଇଁ ୫୫ଟି ଆବେଦନ, ଜବ କାର୍ଡ ନିମନ୍ତେ ୩୨ଟି, ପ୍ରଧାନମନ୍ତ୍ରୀ କିଷାନ କାର୍ଡ ନିମନ୍ତେ ୧୪୪ଟି ଆବେଦନ ପତ୍ର ଦାଖଲ କରିଥିଲେ l ୦୩ଜଣଙ୍କ ରକ୍ତ ଶିକୁଲା ପରୀକ୍ଷା, ୦୧ଜଣଙ୍କ ଆଧାର କାର୍ଡ ସଂଶୋଧନ, ୦୩ଜଣଙ୍କ ଜଙ୍ଗଲ ଜମି ପଟ୍ଟା ନିମନ୍ତେ ଦରଖାସ୍ତ ଗ୍ରହଣ କରାଯାଇଥିଲା। ଜଣେ ଦିବ୍ୟଙ୍ଗଙ୍କୁ ପ୍ରମାଣପତ୍ର, ୧୪ଜଣଙ୍କ ଜନ୍ମ ପ୍ରମାଣପତ୍ର,୦୩ଜଣଙ୍କ ଖାଉଟି କାର୍ଡ, ୦୮ଜଣଙ୍କ ବିଦ୍ୟୁତ ସଂଯୋଗ, ୦୨ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ପଞ୍ଜୀକରଣ, ୧୦ଛାତ୍ରଛାତ୍ରୀଙ୍କ ପୁନଃ ବିଦ୍ୟାଳୟ ପ୍ରେରଣ, ଛେଳି କୁକୁଡ଼ା ଚାଷ ନିମନ୍ତେ ୦୭ଟି ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା ।

ସେହିପରି ସପ୍ତମ ଦିନରେ ସିନାସାରି ଗ୍ରାମ ପଞ୍ଚାୟତ ସଦର ମହକୁମା ଠାରେ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଲାଞ୍ଜିଆ ସୌରା ଉନ୍ନୟନ ସଂସ୍ଥା, ପୁଟ୍ଟାସିଂର ସ୍ୱତନ୍ତ୍ର ଅଧିକାରୀ ଶ୍ରୀମତୀ ଅସୀମା ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଜଲତାର ସରପଞ୍ଚ ମାର୍କ ଦଳବେହେରା ଓ ସମିତି ସଦସ୍ୟ ଜଗଦିଶ ସବର ସମେତ ସ୍ଥାନୀୟ ଅଞ୍ଚଳର ପ୍ରାୟ ୨୦୦ଉର୍ଦ୍ଧ୍ବ ବିଶେଷ ଭାବରେ ଅନୁନ୍ନତ ଜନଜାତି ବର୍ଗର ଲୋକମାନେ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ ହୋଇଛନ୍ତି । ଗୁଣପୁର ବ୍ଲକର ୭ଟି ପଞ୍ଚାୟତର ୧୩୬ଟି ଗ୍ରାମ ରେ ଅନୁଷ୍ଠିତ ହେବାକୁ ଥିବା ଏହି ଶିବିରର ସପ୍ତମ ଦିନରେ ଆଜି ବିଭିନ୍ନ ବିଭାଗ ଯଥା ରାଜସ୍ବ ବିଭାଗ ପକ୍ଷରୁ ଜାତି ପ୍ରମାଣ ପତ୍ର ପାଇଁ ୦୧ଟି ଆବେଦନ ପତ୍ର ସଂଗୃହିତ ହୋଇଥିବା ବେଳେ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୧୬ଜଣଙ୍କର ରକ୍ତ ଶିକୁଳି ରୋଗ ପରୀକ୍ଷା ଏବଂ ୧୦ ଗୋଟି ଜନ୍ମ ପ୍ରମାଣ ପତ୍ର ବଣ୍ଟନ କରାଯାଇବା ସହ, ୦୧ ଜଣଙ୍କ ରାଶନ କାର୍ଡ ଆବେଦନ ସଂଗ୍ରହ କରାଗଲା ଓ ୦୧ଗୋଟି ଜନ୍ମ ପ୍ରମାଣ ପତ୍ର ବଣ୍ଟନ କରାଯାଇଛି ସେହିପରି ୦୪ ଜଣଙ୍କ ଆଧାର ପଞ୍ଜିକରଣ କରାଯାଇଥିବା ବେଳେ ଟିବି ପରୀକ୍ଷାରେ ଗୋଟିଏ ଆକ୍ଟିଭ୍ କେସ୍ ନ ଥିବା ଜଣାପଡ଼ିଛି , ଟିପିଏସଓଡିଏଲ୍ ପକ୍ଷରୁ ଏସଡିଓ ଶ୍ରୀ ପି . ପାଢ଼ି ଉପସ୍ଥିତ ଥିବା ସହା, ଡାକ୍ତର ଶ୍ରୀ ନିହାର ରଞ୍ଜନ ପଟ୍ଟନାୟକ ଏବଂ ତାଙ୍କ ଟିମ୍ ଏମଏଚଏୁ ଜଗନ୍ନାଥପୁର ଉପସ୍ଥିତ ଥିଲେ, ପାନୀୟଜଳ ଓ ପରିମଳ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, ସାମାଜିକ ସୁରକ୍ଷା, ଗ୍ରାମ୍ୟ ଗୃହ ନିର୍ମାଣ, ଓଡ଼ିଶା ଜୀବିକା ମିଶନ, ମିଶନ ଶକ୍ତି, ଆଇଟିଡ଼ିଏ- ଓଟିଏଲ୍ ପି, ଗୁଣପୁର ପକ୍ଷରୁ ଅଧିକାରୀ ମାନେ ଯୋଗଦେଇ ପିଭିଟିଜିଙ୍କ ପାଇଁ ଉପଲବ୍ଧ ବିଭିନ୍ନ ସୁବିଧା ସୁଯୋଗ ସଂପର୍କରେ ଆଲୋଚନା କରିଛନ୍ତି । ଆଜିର କାର୍ଯ୍ୟକ୍ରମକୁ ଲାଞ୍ଜିଆ ସଉରା ଉନ୍ନୟନ ସଂସ୍ଥାର ମଙ୍ଗଳ ସଂପ୍ରସାରଣ ଅଧିକାରୀ ପରିଚାଳନା କରିଥିବା ବେଳେ ଏହି ସଂସ୍ଥାର ଅନ୍ୟ କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ