ବଡ଼ ମା ଙ୍କ ୧୩୨ ତମ ଜନ୍ମ ଦିବସ ପାଳିତ ,
ଗଞ୍ଜାମ, ପ୍ରଦିପ କୁମାର ପଣ୍ଡା
ଗଞ୍ଜାମ ସତସଙ୍ଗ ବିହାର ପରିସରରେ ରେ ପରମ ଆରାଧ୍ୟ ଜଗତଜନନୀ ବଡ଼ ମା ଙ୍କ ପୁଣ୍ୟ 132 ତମ ଜନ୍ମ ଦିବସ ମହୋତ୍ସବ ମହାସମାରୋହ ପାଳିତ ହୋଇଯାଇଛି l ଏହି ଉପଲକ୍ଷେ ବ୍ରହ୍ମ ମୁହୂର୍ତ ରେ ଉଷା କୀର୍ତନ,ସମବେତ ଉଷା ବିନତି, ଏବଂ ଗ୍ରନ୍ଥ ପାଠ, ଶୁଭ ଲଗ୍ନ ଘୋଷଣା ହୋଇଥିଲା l ସନ୍ଧ୍ୟା ରେ ସତସଙ୍ଗ ଅନୁଷ୍ଠିତ ହୋଇଥିଲା l ସନ୍ଦ୍ୟା ବିନତି, ଭଜନ, କୀର୍ତନ ସହ ସଦ ଆଲୋଚନା ଅନୁଷ୍ଠିତ ହୋଇଥିଲା l ଠାକୁର ଙ୍କ ଯାଜକ କର୍ମୀ ଇଂ ଗଜେନ୍ଦ୍ର ତାରାଇ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା l ବଡ଼ ମାଙ୍କ ଜୀବନୀ ଆଦର୍ଶ ଓ ଠାକୁର ଙ୍କ ସମାଜ ପାଇଁ ଦିଗଦର୍ଶନ ଉପରେ ଆଲୋଚନା ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ଗଞ୍ଜାମ ବ୍ଲକ ଓ ଏନ, ଏ, ସି ଅଞ୍ଚଳ ର ଗୁରୁ ଭାଇ ମା ମାନେ ଉପସ୍ଥିତ ରହିଥିଲେ l ଏହି କାର୍ଯ୍ୟକ୍ରମ ଙ୍କୁ ଗୋବିନ୍ଦ ଦାସ, ଗଦାଧର ଦାସ, ଯୁଧିଷ୍ଠିର ନନ୍ଦ, ହରି ତରାଇ,ସୁରେନ୍ଦ୍ର ତରାଇ,ହିମାଂଶୁ, ସମେତ ଅନ୍ୟମାନେ ସହଯୋଗ କରିଥିଲେ l
