March 10, 2026

ଆଗକୁ ଆସୁଛି ରାକ୍ଷୀ ପୂର୍ଣ୍ଣିମା,ବଜାରରେ ବ୍ୟବସାୟୀ ମାନେ ମେଲିଲେଣି ରାକ୍ଷୀର ପସରା।  

IMG-20250731-WA0017
Share

ବୋଲଗଡ଼,(ଉପାନ୍ତ ଖବର): ଦିନ କେଇଟା ପରେ ଆସିବ ରାକ୍ଷୀ ପୂର୍ଣିମା। ଭଉଣୀଙ୍କ ପାଇଁ ଏହି ଦିନଟି ବେଶ ମହତ୍ବ ପୁର୍ଣ ହୋଇଥାଏ । ଭାଇ ହାତରେ ରାକ୍ଷୀ ବାନ୍ଧିବ ଭଉଣୀ ଆଉ ଲୋଡିବ ସୁରକ୍ଷାର ପ୍ରତିଶ୍ରୃତି । ଏଥିପାଇଁ ବଜାର ମାନଙ୍କରେ ରାକ୍ଷୀ ବ୍ୟବସାୟ ମାନେ ପସରା ଜମେଇ ବସିଲେଣି। ବିଭିନ୍ନ ରଙ୍ଗ ବେରଙ୍ଗ ଓ ବିଭିନ୍ନ ଡିଜାଇନର ରାଖି ରହିଛି ଦୋକାନ ମାନଙ୍କରେ । ଭଉଣୀ ମାନେ ଆସି ତାଙ୍କ ମନପସନ୍ଦର ରାକ୍ଷୀ ନେଇ ଯାଉଛନ୍ତି। କଲିକତା, ବମ୍ବେରୁ ରାକ୍ଷୀ ଆଣି ଜଟଣୀର ବ୍ୟବସାୟୀ ମାନେ ସାରା ଓଡ଼ିଶାରେ ବିଭିନ୍ନ ଷ୍ଟଲ୍କୁ ଯୋଗାଇଥାନ୍ତି। ଚଳିତ ବର୍ଷ, ତୁଳା ରାକ୍ଷୀ, ମାଳି ରାକ୍ଷୀ, ଲୁମ୍ବା ରାକ୍ଷୀ, ସହ ଚନ୍ଦନ ସିନ୍ଦୂର ରାକ୍ଷୀ ମଧ୍ୟ ମିଳୁଛି । ୫ ଟଙ୍କାରୁ ଆରମ୍ଭ କରି ୧୦୦୦ଟଙ୍କା ପର୍ଯ୍ୟନ୍ତ ରାକ୍ଷୀ ରହିଛି । ଚଳିତ ବର୍ଷ ଭଲ ବ୍ୟବସାୟ ହେବ ବୋଲି ବ୍ୟବସାୟୀ ମାନେ କହିଛନ୍ତି।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।