March 9, 2026

ଜାମଟିକ୍ରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଦନା ସଭା

IMG-20250731-WA0014
Share

 

ସୁରେନ୍ଦ୍ର କଠାର,ବରଗଡ

ଆଜି ଗୁରୁବାର ମଧ୍ଧାହ୍ନ ୧୨ଟାରେ ଅତାବିରା ବ୍ଲକ ଅଧିନ ଜାମଟିକ୍ରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଭୁଏଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଦନା ସଭା ଅନୁଷ୍ଠିତ ହୋଇଯାଇଛି | ପରିଚାଳନା କମିଟିର ସଭାପତି ଦିବାକର ତ୍ରିପାଠୀକଂ ସଭାପତିତ୍ବରେ |ଏଥିରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁବାଷ ନାଏକ ,ସମ୍ମାନୀତ ଅତିଥି ଭାବେ ବୁଗବୁଗା କ୍ଲଷ୍ଟର ସିଆରସିସି ନନ୍ଦିଘୋଷ ଭୁଏ ,କିଶୋର ପ୍ରଧାନ ,ସିଆରସିସି ଧରମ ନାଏକ ଯୋଗଦେଇଥିଲେ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ସିଆରସିସି ରଂଜନ ନାଏକ | ଛାତ୍ରଛାତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟସଦସ୍ୟା ,ଶିକ୍ଷକ ବୃନ୍ଦ ଉପଢୌକନ ବିଦାୟି ଶିକ୍ଷକ ସନ୍ତୋଷ କୁମାର ଭୁଏକୁ ସମ୍ବର୍ଦ୍ଦନା ପ୍ରଦାନ କରିଥିଲେ |ଶେଷରେ ଗୁପ୍ତ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ |