March 10, 2026

ସତ୍ୟସାଇ ସେବା ସଂଗଠନ କାର୍ଯ୍ୟକୁ ରାଷ୍ଟ୍ରପତି ଙ୍କ ପ୍ରଶଂସା ।

c9aea323-25eb-4259-82cb-2293d13315f7
Share


ଭୁବନେଶ୍ୱର,,ଗରିବ ଓ ଅସହାୟ ଲୋକଙ୍କ କଲ୍ୟାଣ ପାଇଁ କରାଯାଉଥିବା କାର୍ଯ୍ୟ ପ୍ରକୃତ ମାନବ ଧର୍ମ୍ମି ଭାଗବତ କାର୍ଯ୍ୟ ବୋଲି କହିଛନ୍ତି ରାଷ୍ଟ୍ରପତି ଶ୍ରମତି ଦ୍ରୌପଦୀ ମୁର୍ମୁ ।ଶ୍ରୀ ସତ୍ୟସାଇ ଟ୍ରଷ୍ଟ ଓଡ଼ିଶା ଶାଖା ପକ୍ଷରୁ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତି ମୁର୍ମୁ ଙ୍କ ଓଡ଼ିଶା ଗସ୍ତ ଅବସରରେ,ରାଜଭବନ ଠାରେ ସଂଗଠନ ର କର୍ମ କର୍ତ୍ତା ସାକ୍ଷାତ କରି, ସଂଗଠନ କରୁଥିବା କାର୍ଯ୍ୟକ୍ରମ ସମ୍ପର୍କ ରେ ସୂଚନା ପ୍ରଦାନ କରିଥିଲେ । ଶ୍ରୀ ସତ୍ୟସାଇ ଶିକ୍ଷାନୁଷ୍ଠାନ ର ପୁରାତନ ଛାତ୍ର ତଥା ଓଡ଼ିଶାର ମୁଖ୍ୟ ଆୟକର ଆୟୁକ୍ତ କେ,କ୍ରିଷ୍ଣା ବିଶୋଇ, ସାଇ ସଂଗଠନ ର ପୂର୍ବ ଭାରତ ଜୋନ ସଭାପତି ନାରାୟଣ ପ୍ରସାଦ ସର୍,ଓଡ଼ିଶା ଜୋନ ରାଜ୍ୟ ସଭାପତି,ସତ୍ୟ ସ୍ୱରୁପ୍ ପଟ୍ଟନାୟକ,ପ୍ରମୁଖ ରାଷ୍ଟ୍ରପତି ଙ୍କୁ ସାକ୍ଷାତ କରିଥିଲେ । ରାଜ୍ୟରେ ଟ୍ରଷ୍ଟ ପକ୍ଷରୁ ୧୮ଟି ଶିକ୍ଷାନୁଷ୍ଠାନ ,୭ଟି ଧନ୍ଦା ମୂଳକ ପ୍ରଶିକ୍ଷଣ କେନ୍ଦ୍ର,୨୫ଟି ଆର ଓ କେନ୍ଦ୍ର ପ୍ରତିଷ୍ଠା କରା ଯାଇଥିବା କର୍ମ କର୍ତ୍ତା ମାନେ ପ୍ରକାଶ କରିଥିଲେ । ଶ୍ରୀ ସତ୍ୟସାଇ ପ୍ରେମ ତରୁ କାର୍ଯ୍ୟକ୍ରମ ଜରିଆରେ ୩ବର୍ଷ ରେ ରାଜ୍ୟରେ ୧୦ଲକ୍ଷ୍ୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରା ଯାଇ ଥିବାରୁ ମହା ମହିମ୍ ରାଷ୍ଟ୍ରପତି ଏପରି କାର୍ଯ୍ୟକ୍ରମ କୁ ପ୍ରଂସସା କରିଥିଲେ ।