March 11, 2026

ଓଡିଶା ମତ୍ସ୍ୟ ବିଭାଗ ବୈଷୟିକ କର୍ମଚାରୀ ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୮୦ ହଜାର ଟଙ୍କା ଦାନ

IMG-20230731-WA0014
Share

ଓଡିଶା ମତ୍ସ୍ୟ ବିଭାଗ ବୈଷୟିକ କର୍ମଚାରୀ ସଂଘ ତରଫରୁ
ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୮୦ ହଜାର ଟଙ୍କା ଦାନ

ଭୁବନେଶ୍ୱର (ସମୀର ରଞ୍ଜନ) nayବାହାନଗା ରେଳ ଦୁର୍ଘଟଣାରେ ଚିକିତ୍ସିତଙ୍କୁ ସାହାଯ୍ୟାର୍ଥେ ଓଡିଶା ମତ୍ସ୍ୟ ବିଭାଗ ବୈଷୟିକ କର୍ମଚାରୀ ସଂଘ, ଭୁବନେଶ୍ୱର ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୮୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି । ସଂଘର ସାଧାରଣ ସଂପାଦକ ଶ୍ରୀ ପର୍ଶୁରାମ ତ୍ରିପାଠୀ, କୋଷାଧ୍ୟକ୍ଷ ଶ୍ରୀ ବିଶ୍ୱନାଥ ନାୟକ, ଯୁଗ୍ମ ସଂପାଦକ ଶ୍ରୀ ସିଦ୍ଧାର୍ଥ ସ୍ୱରୂପ ଜେନା, କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ଶ୍ରୀ ଖଗେନ୍ଦ୍ର ରାଉତ ଓ କମିଟି ସଦସ୍ୟା ନର୍ମଦା ଦାସ ପ୍ରମୁଖ ଆଜି ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଉଦ୍ଦେଶ୍ୟରେ ଏହି ସହାୟତା ଅର୍ଥ ପ୍ରଦାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସଂଘ ତରଫରୁ କୁହାଯାଇଛି ଯେ, ଗତ ଜୁନ୍ ମାସ ୨ ତାରିଖରେ ବାହାନଗା ରେଳ ଦୁର୍ଘଟଣାରେ ବହୁ ମୂଲ୍ୟବାନ ଜୀବନ ହାନି ଘଟିଥିବାବେଳେ ଏବେ ମଧ୍ୟ ମୃତକଙ୍କ ପରିବାର ଓ ଚିକିତ୍ସିତଙ୍କୁ ସହାୟତା କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସହାୟତା ପ୍ରଦାନ ଜାରି ରହିଛି । ଏଥି ନିମନ୍ତେ ସଂଘର ସଭ୍ୟସଭ୍ୟାମାନେ ସହଯୋଗ କରିଥିବା ସଂଘର କର୍ମକର୍ତ୍ତାମାନେ ପ୍ରକାଶ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ଏପରି ସହାୟତା ଜାରି ରଖିବାକୁ ସଂଘ ତରଫରୁ ଅନୁରୋଧ କରାଯାଇଛି ।