March 11, 2026

ଖାଲ ଖମାରେ ପରିଣତ ହେବାରେ ଲାଗିଛି ଗଜପତି ଜିଲ୍ଲାର ରାଜ୍ୟ ରାଜପଥ ।

IMG-20230731-WA0011
Share

ଖାଲ ଖମାରେ ପରିଣତ ହେବାରେ ଲାଗିଛି ଗଜପତି ଜିଲ୍ଲାର ରାଜ୍ୟ ରାଜପଥ ।

ପାରଳାଖେମୁଣ୍ଡି;୩୧/୭(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ବିଭିନ୍ନ ରାଜ୍ୟରାଜପଥ ଖାଲଖମାରେ ପରିଣତ ହେବାରେ ଲାଗିଛି । ବିଶେଷ କରି ପାରଳା ସହର ଉପକଣ୍ଠସ୍ଥ ଦେବିତୀ ଗ୍ରାମ ଠାରୁ ଲାବାଣ୍ୟଗଡ ପର୍ଯ୍ୟନ୍ତ ଥିବା ରାଜ୍ୟରାଜପଥ ଦିନକୁ ଦିନ ଖାଲଖମାରେ ପରିଣତ ହେଉଥିବାର ପରିଲିକ୍ଷିତ ହୋଇଛି । ଦୀର୍ଘ ଦିନ ହେଲା ଏପରି ରାସ୍ତାରେ ଖାଲଖମା ସୃଷ୍ଟି ହେଉଥିଲେ ହିଁ ପୂର୍ତ୍ତ ବିଭାଗ ଆବଶ୍ୟକୀୟ ମରାମତି ତଥା ରକ୍ଷଣାବେକ୍ଷଣ କରୁ ନଥିବାର ଅଭିଯୋଗ ହୋଇଛି । ଦେବିତୀ ଗ୍ରାମ ମୁଖ୍ୟରାସ୍ତାରେ ବଡ ବଡ ଗର୍ତ୍ତ ସୃଷ୍ଟି ହୋଇଥିବା ବେଳେ ଏହି ଗର୍ତ୍ତ ଲାଗି ବିଭିନ୍ନ ସମୟରେ ଦୁର୍ଘଟଣାମାନ ହେଉଥିବାର ଅଞ୍ଚଳବାସୀ ଜଣାଇଛନ୍ତି । ତେବେ ଏପରି ଏହି ଗ୍ରାମ ଠାରୁ ଲାବାଣ୍ୟଗଡ ପ୍ରାୟ ୩୦କିମିରୁ ଉର୍ଦ୍ଧ ରାସ୍ତାର ବିଭିନ୍ନ ସ୍ଥାନରେ ଗର୍ତ୍ତ ତଥା ଖାଲଖମା ସୃଷ୍ଟି ହୋଇଛି । ସ୍ଥାନେ ସ୍ଥାନେ ରାଜ୍ୟରାଜପଥ ଦବି ଯିବା ସହ କେଉଁ ଠାରେ ପିଚୁ ଉଠିଯିବା ଆଦି ଦୃଷ୍ଟିଗୋଚର ହେଉଛି । ଏହି ରାସ୍ତାଟି ଏପରି ଦୀର୍ଘ ଦିନ ହେଲା ରହିଥିଲେ ମଧ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି । ଏପରି ଖାଲଖମା ରାସ୍ତା ଯୋଗୁଁ ଦୈନନ୍ଦିନ ପଥଚାରୀମାନେ ଛୋଟବଡ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ବେଳେ ମୋଟର ଗାଡି ଆଦି ଭାଙ୍ଗୁଥିବାର ବହୁ ନଜିର ରହିଛି ପ୍ରକାଶ ଯେ, ଏହି ରାସ୍ତାଟି ବ୍ରହ୍ମପୁର ସହର ସମେତ ଆନ୍ଧ୍ରର ବିଭିନ୍ନ ସହର ତଥା ଗ୍ରାମ ଏବଂ ଗଜପତି ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳର ଲାଇଫଲାଇନ ଅଟେ । ତେଣୁ ପୂର୍ତ୍ତ ବିଭାଗ ଉକ୍ତ ରାସ୍ତାର ତୁରନ୍ତ ମରାମତି କରିବାପାଇଁ ଦାବି ହୋଇଛି ।