March 11, 2026

୨୦୨୪ ସାଧାରଣ ନିର୍ବାଚନ ରେ ଆନନ୍ଦପୁରରେ ନୂଆ ପ୍ରାର୍ଥୀକୁ ଭୋଟରଙ୍କ ପସନ୍ଦ

IMG-20230731-WA0000
Share

୨୦୨୪ ସାଧାରଣ ନିର୍ବାଚନ ରେ ଆନନ୍ଦପୁରରେ ନୂଆ ପ୍ରାର୍ଥୀକୁ ଭୋଟରଙ୍କ ପସନ୍ଦ

କେନ୍ଦୁଝର ଜିଲ୍ଲାର ୬ଗୋଟି ନିର୍ବାଚନ ମଣ୍ଡଳୀ ରହିଥ‌ିବାବେଳେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ଏକମାତ୍ର ଅନୁସୂଚିତ ଜାତିର ପ୍ରାର୍ଥୀଙ୍କ ନିମନ୍ତେ ରହିଛି। ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ଆଉ କିଛିମାସ ରହିଥିବା ବେଳେ ଏବେ ଠାରୁ ନିର୍ବାଚନର ଉଷ୍ମତା ଧୂରେ ବଢ଼ିବାରେ ଲାଗିଛି! ଆନନ୍ଦପୁର ନିର୍ବାଚନ ମଣ୍ଡଳୀରେ ନୂଆ ପ୍ରାର୍ଥୀଙ୍କୁ ଭୋଟର ପସନ୍ଦ କରୁଥିବାର ଚର୍ଚ୍ଚା ଦିନକୁ ଦିନ ଜୋର ଧରିଛି । ଗତ ୨୦୦୦ ମସିହାରେ ବିଜେପି ଓ ବିଜେଡ଼ି ମେଣ୍ଟ ସରକାରରେ ବିଜେପିର ପ୍ରାର୍ଥୀ ମାୟାଧର ଜେନା ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବେଳେ ୨୦୦୪ ମସିହାରେ ମେଣ୍ଟର ପ୍ରାର୍ଥୀ ମାୟାଧର ଜେନାଙ୍କୁ କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ପିସିସି ସଭାପତି ଓ ମନ୍ତ୍ରୀ ଜୟଦେବ ଜେନା ପରାସ୍ତ କରି ନିର୍ବାଚିତ ହୋଇଥିଲେ । ୨୦୦୯ ମସିହାରେ ମେଣ୍ଟ ସରକାର ଭାଙ୍ଗିବା ପରେ ବିଜେଡ଼ିର ପ୍ରାର୍ଥୀ ଭାଗିରଥ୍ ସେଠା କଂଗ୍ରେସର ପ୍ରାର୍ଥୀ ଜୟଦେବ ଜେନାଙ୍କୁ ପରାସ୍ତ କରି ନିର୍ବାଚିତ ହୋଇଥିଲେ । ୨୦୧୪ ମସିହାରେ ବିଜେପି ଛାଡ଼ି ବିଜେଡ଼ିରେ ଯୋଗଦେଇ ନିର୍ବାଚନରେ ମାୟାଧର ଜେନା କଂଗ୍ରେସ ପ୍ରାର୍ଥୀ ଜୟଦେବ ଜେନାଙ୍କୁ ପରାସ୍ତ କରି ନିର୍ବାଚିତ ହୋଇଥିଲେ । ୨୦୧୪ ନିର୍ବାଚନରେ ବିଜେଡ଼ିର ପୂର୍ବତନ ବିଧାୟକ ଭାଗିରଥ ସେଠା ଟିକେଟ ପାଇବାରୁ ବଞ୍ଚିତ ହୋଇଥିବାରୁ ସେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରି ୨୦୧୯ ନିର୍ବାଚନରେ ବିଜେପିର ଟିକେଟ ପାଇ ନାଟକୀୟ ବୃକ୍ଷରେ ବିଜେପିକୁ ଧୋକା ଦେଇ ବିଜେଡିରୁ ଟିକେଟ ପାଇ କଂଗ୍ରେସନ ଜୟଦେବ ଜେନାଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ। ଦୀର୍ଘ ୨୩ବର୍ଷ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ସବୁକ୍ଷେତ୍ରରେ ଅବହେଳିତ ହୋଇ ପଛରେ ପଡ଼ିଭଳିଥ‌ିବାରୁ ସାଧାରଣରେ ଆଲୋଚନା ହେଉଛି। ଏପରିକି ଆନନ୍ଦପୁର ନିର୍ବାଚନ ମଣ୍ଡଳୀରେ ଶିକ୍ଷିତ ବେକାରୀ ଦିନକୁ ଦିନ ବୃଦ୍ଧି ପାଇଥିବାବେଳେ କେନ୍ଦୁଝର ଜିଲ୍ଲାରେ ଥିବା ଲୁହା, ମାଙ୍ଗାନିଜ ପ୍ରମୁଖ ଖଣିଜ ଦ୍ରବ୍ୟରୁ ରାଜ୍ୟ ସରକାର କୋଟି କୋଟି ଟଙ୍କା ରାଜ ପାଇଥିବା ଓ ବିଦେଶକୁ ରପ୍ତାନା କରି ଲାଭବାନ ହୋଇ ସମଗ୍ର ଉନ୍ନତି ଚିନ୍ତା ନକରିବା ବୁଦ୍ଧିଜୀବୀ ମହଲରେ ଚିନ୍ତାର ବିଷୟ ପାଲଟିଛି । ଆନନ୍ଦପୁର ନିର୍ବାଚିତ ମଣ୍ଡଳୀରୁ ନିର୍ବାଚିତ ଲୋକ ପ୍ରତିନିଧୂମାନେ ନିଜର ସ୍ବାର୍ଥ କଥା ଚିନ୍ତା କରୁଥିବାବେଳେ ନିଜ ଅଞ୍ଚଳର ଉନ୍ନତି ଲାଗି କୌଣସି କଳ କାରଖାନା ସ୍ଥାପନ କରିବା ମନରୁ ପୋଛି ଦେଇଛନ୍ତି । ଫଳରେ ବେକାରୀ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ନିର୍ବାଚନ ମଣ୍ଡଳୀର ଗାଁ ଠାରୁ ସହରଳ ପର୍ଯ୍ୟନ୍ତ ଶିକ୍ଷା, ସ୍ବାସ୍ଥ୍ୟ, କ୍ରୀଡ଼ା ଜଳଯୋଗାଣ, ଗମନାଗମନ, ପରିମଳ, କୃଷି, ଜଳସେଚନ ପ୍ରମୁଖ ସମସ୍ୟାର କୌଣସି ଭିନ୍ନତି ହୋଇନଥିବା ଦେଖାଯାଇଛି । ନିର୍ବାଚିତ ଲୋକ ପ୍ରତିନିଧି ମାନେ ଲୋକମାନଙ୍କର ସମସ୍ୟା ପ୍ରତି ଦୃଷ୍ଟି ନଦେବା ଘଟଣାରୁ ୨୦୧୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀଭାବେ ନୂଆ ତେହେରାଙ୍କୁ କୋଟର ମାନଙ୍କର ପ୍ରଥମ ପସ୍କନ୍ଦ ଦ୍ଵାର ଆଲୋଚନା ନେଉଛି। ବର୍ତ୍ତମାନ ଆନନ୍ଦପୁର ନିର୍ବାଚନ ମଣ୍ଡଳୀରେ ବିଜେଡ଼ି, ବିଜେପି ଓ କଂଗ୍ରେସର ନୂଆ ବେହେରାକୁ ନୂତନ ପ୍ରାର୍ଥୀଭାବେ ଦେଖିବାକୁ ସାଧାରଣରେ ମତପ୍ରକାଶ ପାଇଛି।
(ସୋମେଶ ପରିଡ଼ା ଙ୍କ ରିପୋର୍ଟ)