June 2, 2025

ହାତୀପଲ ଉପରକୁ ୨ ଜଣ ବ୍ୟକ୍ତି ପଥର ମାଡ଼ କରିଛନ୍ତି : ସୋସିଆଲ ମିଡ଼ିଆ ଫେସବୁକ ରେ ଭାଇରାଲ ହେଲା ଭିଡିଓ  ଦୋଷୀ ଉପରେ କାର୍ଯ୍ୟାନୁଷ୍ଠାନ କେବେ ???

Share

      କେନ୍ଦୁଝର : ( ରତି ରଞ୍ଜନ ମହାନ୍ତ ) କେନ୍ଦୁଝର ବନଖଣ୍ଡ ପାଟଣା ବନାଞ୍ଚଳ ଅଟେଇ ସଂରକ୍ଷିତ ଜଙ୍ଗଲରେ ୫ ଦିନ ଡେରା ପକାଇ ୨୬ ଟିକିଆ ହାତୀପଲ ୨୯ ରାତିରେ ଜଙ୍ଗଲରୁ ବାହାରି ବଣ ମହୁଲଡିହା, ବାଲିଯୋଡି ଠାରେ ବୈତରଣୀ ନଦୀ କ୍ରସ କରି ସାହାରପଡା ସେକ୍ସନ ର କୁଣ୍ଡଳା, ମିରିଖୋଜି ଗ୍ରାମ ନିକଟ ଦେଇ ରେଙ୍ଗାଳବେଡା ଗ୍ରାମ ସଂରକ୍ଷିତ ଜଙ୍ଗଲରେ ଡେରା ପକାଇଥିଲେ l

ସୂଚନା ଅନୁସାରେ ୨୯ ତାରିଖ ରାତିରେ ପାଟଣା ବନାଞ୍ଚଳ ବାଲିଯୋଡି ଠାରେ ବୈତରଣୀ ନଦୀ କ୍ରସ କରୁଥିବା ସମୟରେ ୨ ଜଣ ବ୍ୟକ୍ତି ଟ୍ରଚ ଲାଇଟ ଧରି ହାତୀପଲ ପାଖକୁ ଯାଇ ପଥର ମାଡ଼ କରୁଥିବା ଦୃଶ୍ୟ ସାମ୍ନାକୁ ଆସିଛି l ହାତୀପଲ ଉପରେ ଏପରି ଯେଉଁ ଉତ୍ୟାଚାର କରାଯାଉଥିବା ଭିଡିଓ ଏବେ ଫେସବୁକ ରେ ପୋଷ୍ଟ କରା ଯାଇଥିବା ଏବଂ ଏପରି ଭିଡିଓ ଅଧିକ ଭାଇରଲ ହେବା ପାଇଁ ଯେଉଁ ବ୍ୟକ୍ତି ମାନେ ପୋଷ୍ଟ କରି ଯୁବ ସମାଜ ଏବଂ ଲୋକ ମାନଙ୍କୁ କିପରି ଶିକ୍ଷା ଦିଆ ଯାଉଛି ଏହି ଭିଡିଓ ରୁ ଅନୁମେୟ ହେଉଛି l ଏଠାରେ ପ୍ରଶ୍ନ ଉଠୁଛି ହାତୀପଲ ଉପରେ ପାଟଣା ବନ ବିଭାଗ କିପରି ନଜର ରେ ରଖିଛି ତାହା ସ୍ପଷ୍ଟ ବାରି ହୋଇପଡୁଛି l ଲୋକ ମାନେ ମନ ଇଛା ହାତୀ ମାନଙ୍କୁ ଅତ୍ୟାଚାର କରି ପକାଉଛନ୍ତି, ହେଲେ ବନ ବିଭାଗ କର୍ମଚାରୀ ମାନେ ହାତ ବାନ୍ଧି ବସିଥିବା ବା ଡ୍ୟୁଟି ଆଳ ଦେଖାଇ ଗାଡ଼ି ଉପରେ ବସି ରହି ହାତୀପଲ ନିକଟକୁ ଯେଉଁ ବ୍ୟକ୍ତି ମାନେ ଯାଉଛନ୍ତି ତାଙ୍କୁ କୌଣସି ସଚେତନ ବା କାର୍ଯାନୁଷ୍ଠାନ ଗ୍ରହଣ କରୁନାହାନ୍ତି l ହାତୀ ମାନଙ୍କୁ ସମ୍ପୂର୍ଣ ସୁରକ୍ଷା ଦେବାରେ ବିଫଳ ପାଟଣା ବନ କର୍ମଚାରୀ ଏବଂ ଅଧିକାରୀ ଗଣ, ସେପଟେ ହାତୀ ଉପରକୁ ନିଆଁ, ବାଣ, ଟେକା, ପଥର, ଉତ୍ୟଧିକ ବିଭିନ୍ନ ପ୍ରକାର ଶବ୍ଦ କରିବା ଓ ହୋହାଲ୍ଲା କରି ବିଭିନ୍ନ ପ୍ରକାର ଖରାପ ଭାଷା ପ୍ରୟୋଗ କରି ତାଞ୍ଚଲ୍ୟ କରୁଥିବା ଭିଡିଓ ମଧ୍ୟ୍ୟ ସାମ୍ନା କୁ ଆସୁଛି l ସେପରି ଭିଡିଓ ଏବଂ ଅଡ଼ିଓ ଫେସବୁକ ରେ ଭାଇରାଲ କରା ଯାଉଛି ଏବେ ଯୁବ ସମାଜ ଓ ଲୋକ ମାନଙ୍କ ଉପରେ ଏପରି ପୋଷ୍ଟରେ କୁ ପ୍ରଭାବ ପଡୁଥିବା ଯାହା ଆଲୋଚନା ହେଉଛି l ଏହାପରେ ପାଟଣା ବନାଞ୍ଚଳରେ ଥିବା ବନ କର୍ମଚାରୀ କିପରି ହାତୀ ମାନଙ୍କୁ ସୁରକ୍ଷା ଦେବେ କି ସେପରି ଅତ୍ୟାଚାରି କରିବାକୁ ଛାଡ଼ିଦେବେ ତାହା ଦେଖିବାକୁ ବାକି ରହିଲା l ଏଥିପ୍ରତି ଜିଲ୍ଲା ବନଖଣ୍ଡ ଅଧିକାରୀ ସମ୍ପୂର୍ଣ ଦୃଷ୍ଟି ଦେଇ ଦୋଷୀ ମାନଙ୍କୁ ତୁରନ୍ତ ତଦନ୍ତ ଭୁକ୍ତ ପରିସରକୁ ନେଇ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି l ଗତ ରାତିରେ ହାତୀପଲ ୨୨୦ ନମ୍ବର ଜାତୀୟ ରାଜପଥ କ୍ରସ କରୁଥିବା ସମୟରେ ଉଭୟ ପଟରେ ଗାଡ଼ିର ଉଚ୍ଚା ଶବ୍ଦ ଏବଂ ଅତ୍ୟଧିକ ଲାଇଟ ସହ ଲୋକ ମାନେ ହୋହାଲ୍ଲା କରି ଘୋଉଡାଉ ଥିବା ଭିଡିଓ ଭାଇରଲ ହେବାରେ ଲାଗିଛି l

ହାତୀପଲ କୁ ବିଚଳିତ କରୁଥିବା ହେତୁ ଗାଁ ମୁହାଁ ହୋଇ ଘର ଭାଙ୍ଗି ଦେଉଥିବା ପରିସ୍ଥିତି ସୃଷ୍ଟି ହେଉଛି l