June 29, 2024

ବର୍ଜ୍ୟବସ୍ତୁର ସୁପରିଚାଳନା ଏକ ଆହ୍ଵାନ..

Share

ରାୟଗଡା : ଥେରୁବାଲି ରାୟଗଡ଼ ଜିଲ୍ଲା ଆଇନ ସହାୟତା ପ୍ରାଧିକରଣ ଓ ଇମ୍ଫା ର ମିଳିତ ସହଯୋଗ ରେ ଇମ୍ଫା ପରିସରରେ ବର୍ଜ୍ୟବସ୍ତୁର ସୁପରିଚାଳନା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଇମ୍ଫା ଥେରୁବାଲି ର ଉପ-ସଭାପତି ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଶ୍ରୀମାନ ଆଶିଷ କୁମାର ରାୟ ଙ୍କ ପରାମର୍ଶ ଓ ସହଯୋଗ କ୍ରମେ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଇମ୍ଫାର ଶ୍ରମିକ ଓ କର୍ମଚାରୀ ମାନେ ଅଂଶ ଗ୍ରହଣ କରିଥିଲେ ଓ ତାଲିମ ଦାତାଭାବେ ଜିଲ୍ଲା ଆଇନ ସହାୟତା ପ୍ରାଧିକରଣ ତରଫରୁ ଶ୍ରୀମତୀ ନିବେଦିତା ପଣ୍ଡା , ସଭ୍ୟା-ସମ୍ପାଦିକା , ଅଧିବକ୍ତା ଶ୍ରୀମାନ କିଶୋର ସାହୁ , ଶ୍ରୀମାନ ସୀତାରାମ ପଣ୍ଡା , ରାୟଗଡ଼ ପୌରପାଳିକାର ଉପଧକ୍ଷ୍ୟା ଶ୍ରୀମତୀ ଶୁଭ୍ର ପଣ୍ଡା ଓ ଶ୍ରୀମାନ ବାଳକ୍ରୀଷ୍ଣା , ଶ୍ରୀମାନ ବିଶ୍ଵନାଥ ଗନ୍ତାୟତ , ସମ୍ପାଦକ ,ବାର ଆସୋଏସନ ,ରାୟଗଡ଼ ଯୋଗଦେଇ ଓ ବର୍ଜ୍ୟବସ୍ତୁର ସୁପରିଚାଳନା ଓ ଏହାର ବ୍ୟତିକ୍ରମ ନେଇ ଆମଦେଶରେ ପ୍ରଚଳିତ ଥିବା ଆଇନ କାନୁନ ଉପରେ ଆଲୋକ ପାତ କରିଥିଲେ କାର୍ଯ୍ୟକ୍ରମ ପାରମ୍ଭରେ ଶ୍ରୀମାନ ଶକ୍ତି ପ୍ରସାଦ ପାଣିଗ୍ରାହୀ , ଇମ୍ଫାର ବରିଷ୍ଠ ପରିଚାଳକ ( ଲୋକ ସମ୍ପର୍କ ) ଉପସ୍ଥିତ ସମସ୍ତଙ୍କୁ ଇମ୍ଫା ପରିବାର ତରଫରୁ ସ୍ଵାଗତ ଜଣାଇଥିଲେ । ଶ୍ରୀମାନ ଏମ॰ ଶ୍ରୀନିଭାସ , ମୁଖ୍ୟ ପରିଚାଳକ (ଯାନ୍ତ୍ରିକ ବିଭାଗ) ,ବର୍ତ୍ତମାନ ଇମ୍ଫାରେ ବର୍ଜ୍ୟବସ୍ତୁର ସୁପରିଚାଳନା କିଭଳି କରାଯାଉଛି ,ତାହା ଉପରେ ସମ୍ୟକ ସୂଚନା ଦେଇଥିଲେ । ଗୁଣବତ୍ତା ବିଭାଗର ମୁଖ୍ୟ ଶ୍ରୀମାନ ପ୍ରଶାନ୍ତ କୁମାର ନାୟକ ଇମ୍ଫାରେ ବର୍ଜ୍ୟବସ୍ତୁର ସୁପରିଚାଳନା ଉପରେ ଏକ ବୃତ୍ତଚିତ୍ର ଉପସ୍ଥାପନ କରିଥିଲେ । ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଭ୍ୟା-ସମ୍ପାଦିକା ଶ୍ରୀମତି ପଣ୍ଡା ଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହିତ ଶେଷ ହୋଇଛି I ସୁଶ୍ରୀ ତପସ୍ଵୀନି ପାଣିଗ୍ରାହୀ ଧନ୍ୟବାଦାର୍ପଣ କରିଥିଲେ।
(ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ)