September 29, 2024
Share

➡️୧-ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ୨୧ ଦିନର ବାହାର ଚନ୍ଦନ ଯାତ୍ରା ଶେଷହେବା ପରେ ଆଜିଠାରୁ ୨୧ ଦିନ ଧରି ଆରମ୍ଭ ହେବ ଭିତର ଚନ୍ଦନଯାତ୍ରା l ଆଜିଠାରୁ ମହାପ୍ରଭୁ ଚନ୍ଦନ ବେଶରେ ସଜେଇ ହୋଇ ଶ୍ରୀମନ୍ଦିର ଭିତରେ ଖେଳିବେ ଚାପ ।

➡️୨-କନ୍ୟାକୁମାରୀରେ ପୂଜାର୍ଚ୍ଚନା ପରେ ପ୍ରସିଦ୍ଧ ବିବେକାନନ୍ଦ ରକ ମେମୋରିଆଲରେ ଧ୍ୟାନ ମୁଦ୍ରାରେ ବସିଲେ ପ୍ରଧାନମନ୍ତ୍ରୀ ମୋଦି, ୪୫ ଘଣ୍ଟା ଯାଏ କରିବେ ଅନ୍ନ ତ୍ୟାଗ l

➡️୩-ଡେଙ୍ଗୁ ଜ୍ବରର ଟିକାକୁ ମିଳିଲା ଗ୍ରୀନ ସିଗନାଲ। ଜାପାନର ଫାର୍ମାସ୍ଯୁଟିକାଲ କମ୍ପାନି ତାକେଡା ଫାର୍ମାସ୍ଯୁଟିକାଲ କମ୍ପାନୀର ଟିକାକୁ ଅନୁମୋଦନ ଦେଲା ବିଶ୍ବ ସ୍ବାସ୍ଥ୍ଯ ସଂଗଠନ l

➡️୪-ଶେଷ ହେଲା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର, ଆସନ୍ତାକାଲି ଓଡ଼ିଶାରେ ୬ଟି ସଂସଦୀୟ କ୍ଷେତ୍ର ଓ ୪୨ ବିଧାନସଭା କ୍ଷେତ୍ରରେ ହେବ ମତଦାନ । ୪୬୦ ଜଣ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା l ୧୦,୮୮୨ ମତଦାନ କେନ୍ଦ୍ରରେ ମତାଧିକାର ସାବ୍ୟସ୍ତ କରିବେ ମୋଟ୍ ୯୯.୬୧ ଲକ୍ଷ ଭୋଟର୍ । ପ୍ରାୟ ୭୨ ହଜାର ପୋଲିଂ କର୍ମଚାରୀ ହୋଇଛନ୍ତି ନିୟୋଜିତ।

➡️୫-ଜାତୀୟ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ବଡ ବୟାନ । କହିଲେ, ପାଣ୍ଡିଆନ ନୁହଁନ୍ତି ରାଜ୍ୟବାସୀ ବାଛିବେ ମୋ ଉତରାଧିକାରୀ l

➡️୬-ଦେଶର ଉତ୍ତର, ଉତ୍ତର ପଶ୍ଚିମ ଏବଂ ଓଡ଼ିଶାକୁ ମିଶାଇ ପୂର୍ବ। ସବୁଠି ଆକାଶରୁ ଖସୁଛି ନିଆଁ ଝୁଲ। ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ହିଟ୍ ୱେଭ୍। ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା ୪୭ ଡିଗ୍ରୀ ତାତିରେ ଜଳିଲା ଝାରସୁଗୁଡ଼ା। ରାଜ୍ୟର ୪ ସହରର ତାପମାତ୍ରା ୪୬ ଡିଗ୍ରୀ ଉପରେ।

➡️୭-ଏଥର ରଜରେ ପାଦ ଥାପିବ ମୌସୁମୀ, ଓଡିଶାକୁ ଜୁନ ୧୨ ପରେ ମୌସୁମୀ ଛୁଇଁବାର ସମ୍ଭାବନା ରହିଛି, ପୂର୍ବାନୁମାନ କଲା ପାଣିପାଗ ବିଭଗ । ଜୁନ ୧ରୁ ସେପଟେମ୍ବର ୩୦ ପର୍ଯ୍ୟନ୍ତ ମୌସୁମୀ ପାଇଁ ଏଥର ୧୦୬ ସେଣ୍ଟିମିଟର ବର୍ଷା ହେବାର ସମ୍ଭାବନା ରହିଛି l

➡️୮-ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଚନ୍ଦନ ଯାତ୍ରାର ଶେଷ ଦିବସରେ ଭଉଁରୀ ଯାତ୍ରା ନେଇ ବିଗ୍ରହମାନେ ଚାପ ଖେଳୁ ଥିବା ବେଳେ ବାଣ ବିସ୍ପୋରଣ ଯୋଗୁଁ ଏଯାଏଁ ୩ ମୃତ, ୨୮ ଆହତ, କୁମ୍ଭାରପଡ଼ା ଥାନାରେ ହେଲା ମାମଲା ରୁଜୁ l ଆହତମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପମୂଳକ ସହାୟତା କଲେ ଘୋଷଣା l

➡️୯-ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଭଦ୍ରକ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀରେ ୧୪୪ ଧାରା ହେଲା ଜାରି l ଜୁନ୍ ୨ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । କୌଣସି ସ୍ଥାନରେ ୫ରୁ ଅଧିକ ଲୋକ ଏକତ୍ର ନ ହେବାକୁ ହେଲା ନିର୍ଦ୍ଦେଶ l

➡️୧୦-ଭାରତୀୟ ମହାକାଶ ଅଭିଯାନ ପାଇଁ ଐତିହାସିକ ମୁହୂର୍ତ୍ତ: ଶ୍ରୀହରିକୋଟାସ୍ଥିତ ଲଞ୍ଚପ୍ୟାଡରୁ ଘରୋଇ ଷ୍ଟ୍ରାଟଅପ୍’ କମ୍ପାନୀ ଜରିଆରେ ସେମି କ୍ରାୟୋଜେନିକ୍ ରକେଟ୍ ଅଗ୍ନିବାଣର ହେଲା ସଫଳ ପରୀକ୍ଷଣ l

➡️୧୧-ଆରମ୍ଭ ହେଲା ଛତ୍ରପୁରର ପ୍ରସିଦ୍ଧ ଠାକୁରାଣୀ ଯାତ୍ରା । ୨ବର୍ଷକୁ ଥରେ ହେଉଥିବା ଗଞ୍ଜାମ ଜିଲ୍ଲା ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟାଣାମ୍ମା ଠାକୁରାଣୀଙ୍କ ଯାତ୍ରା ଆରମ୍ଭ l ମାସେ ଧରି ମାଆଙ୍କ ଅସ୍ଥାୟୀ ମଣ୍ଡପରେ ଚାଲିବ ପୂଜାର୍ଚ୍ଚନା ।

➡️୧୨-ସାମ୍ନାକୁ ଆସିଲା ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ନିମନ୍ତ୍ରଣ କାର୍ଡ l ଜୁଲାଇ ୧୨ ତାରିଖରେ ବିକେସି ସ୍ଥିତ ଜିଓ ୱାର୍ଲଡ କନଭେନସନ ସେଣ୍ଟରରେ ଅନୁଷ୍ଠିତ ହେବ l

➡️୧୩-ଟିପିଏସ୍ଓଡିଏଲକୁ ମିଳିଲା ‘ଗ୍ରେଟ୍ ପ୍ଲେସ୍ ଟୁ ଓ୍ୱାର୍କ’ ମାନ୍ୟତା l ଏହି ସମ୍ମାନସ୍ପଦ ପ୍ରମାଣପତ୍ର ଚଳିତ ବର୍ଷ ମଇରୁ ଆସନ୍ତା ବର୍ଷ ମଇ ମାସ ପର୍ଯ୍ୟନ୍ତ ବୈଧ ହେବ ।

➡️୧୪-ହୋଟେଲ ବ୍ୟବସାୟୀ ଜୟା ସେଟ୍ଟୀ ହତ୍ୟା ମାମଲାରେ ଅଣ୍ଡରଓ୍ବାର୍ଲଡ ଡନ ଛୋଟା ରାଜନକୁ ହେଲା ଆଜୀବନ କାରାଦଣ୍ଡ l ମୁମ୍ବାଇର ଏକ ସ୍ୱତନ୍ତ୍ର ଅଦାଲତ କଲେ ଦଣ୍ଡିତ l

➡️୧୫-ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଟାଇମ ପତ୍ରିକା ପକ୍ଷରୁ ପ୍ରକାଶିତ ବିଶ୍ୱର ୧୦୦ ପ୍ରଭାବଶାଳୀ କମ୍ପାନି ତାଲିକାରେ ହେଲା ସାମିଲ l ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ହେଉଛି ଏକମାତ୍ର କମ୍ପାନୀ ଯିଏ ଦ୍ବିତୀୟ ଥର ପାଇଁ ହାସଲ କଲା ଏହି ମାନ୍ୟତା l

➡️୧୬-ଜେଲ୍ ଫେରିବେ ନା ବଢିବ ଜାମିନ୍ ଅବଧି: ନିୟମିତ ଏବଂ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ୭ ଦିନ ପାଇଁ ଅନ୍ତରୀଣ ଜାମିନ ବୃଦ୍ଧି କରିବାକୁ ଆବେଦନ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ l

➡️୧୭-ବିଶ୍ବର ପ୍ରଥମ ସିଏନଜି ବାଇକ ବଜାଜ ‘ଫାଇଟର’, ୧୮ ଜୁନରେ ମାର୍କେଟକୁ ଆସିବ l ଏହାକୁ ସର୍ବପ୍ରଥମେ ମହାରାଷ୍ଟ୍ର ଏବଂ ପରେ ସେହି ରାଜ୍ୟମାନଙ୍କରେ ଲଞ୍ଚ୍ କରାଯିବ ଯେଉଁଠି ସିଏନଜି ଷ୍ଟେସନ ଉପଲବ୍ଧ ଥିବ ।

➡️୧୮-ଆସନ୍ତାକାଲି ଭାରତୀୟ ଦଳ ବାଂଲାଦେଶ ବିପକ୍ଷରେ ଖେଳିବ ଓ୍ଵାର୍ମଅପ୍ ମ୍ୟାଚ୍ l

➡️୧୯-ଟି-୨୦ ବିଶ୍ଵକପ୍ ୨୦୨୪କୁ ନେଇ ଓ୍ଵେଷ୍ଟଇଣ୍ଡିଜର ପୂର୍ବତନ ବରିଷ୍ଠ କ୍ରିକେଟର ତଥା ମହାନ କ୍ରିକେଟ୍ ବିଶେଷଜ୍ଞ ଇଆନ ବିଶପ କଲେ ଭବିଷ୍ୟତବାଣୀ, କୁଲଦୀପ ନେବେ ସର୍ବାଧିକ ଓ୍ଵିକେଟ୍ l

➡️୨୦-ଇଣ୍ଡିଆନ ଓମେନ୍ସ ଲିଗ୍ ୨୦୨୪-୨୫ ସିଜନ ପାଇଁ ଯୋଗ୍ୟତା ଅର୍ଜନ କଲା ଓଡ଼ିଶାର ନୀତା ଫୁଟବଲ ଏକଡେମୀ l