November 16, 2024

ଛେଳି ଚୋରି କରିବା ପଡ଼ିଲା ମହଙ୍ଗା,

Share

ଛେଳି ଚୋରି କରିବା ପଡ଼ିଲା ମହଙ୍ଗା,

ବ୍ରାହ୍ମଣୀଗାଁ ,୩୦।୫ : ଦାରିଙ୍ଗବାଡି ଥାନା ୫୯ ନମ୍ବର ଜାତୀୟ ରାଜପଥ ନିରିକେତା ଘାଟିରୁ ଛେଳି ଚୋରିକରି ନେଉଥିବା ପଡ଼ିଲା ମହଙ୍ଗା । ୨ ଜଣ ଚୋର ଙ୍କୁ ଧରି ଚ୍ଛେଚିଲେ ଲୋକେ । ଏକ ପିକଅପ୍‌ ଭ୍ୟାନରେ ୨ ଜଣ ଯୁବକ ଏକ ଛେଳି ଚୋରି କରିନେବା ବେଳେ ଶ୍ରାନିକେତାଠାରେ ଅଞ୍ଚଳବାସୀ ଉକ୍ତ ପି୍‌କଅପଭ୍ୟାନକୁ ଅଟକାଇ ଛେଳିିକୁ ଉଦ୍ଧାର କରିବା ସହ ଏଥିରେ ସମ୍ପୃକ୍ତ ୨ ଜଣଙ୍କୁ ଅଟକାଇ ଉତ୍ତ୍ୟକ୍ତ ଲୋକେ ଉତ୍ତମ ମଧ୍ୟମ କରି ପୋଲିସକୁ ହସ୍ତାନ୍ତର କରିଛନ୍ତି । ସୂଚନାଯୋଗ୍ୟ, ଏକ ପିକଅପ୍‌ ନଂ (ଓଡି ୦୭ ଏ ଏଲ ୭୫୬୬) ଟି ବ୍ରହ୍ମପୁର ଅଭିମୁଖେ ଯାତ୍ରା କରୁଥିଲା। ଏହି ସମୟରେ ରାଜପଥର ନିରିକେତା ଘାଟିରେ ଛେଳି ଗୁଡିକ ଚରୁଥିବା ବେଳେ ପିକଅପରେ ଥିବା ଡ୍ରାଇଭର ଓ ହେଲପର ଦୁହେଁ ଛେଳିିକୁ ଧରି ତାର ମୁହଁରେ ସେଲୋଟେପ ଲଗାଇ ଡାଲାରେ ନେଇ ଯାଉଥିଲେ ଏହି ସମୟରେ ଜଙ୍ଗଲରେ କାମ କରୁଥିବା ଲୋକ ଛେଳି ମାଲିକଙ୍କୁ ଜଣାଇଥିଲେ ଖବରପାଇ ଡାବୁଲମାହା ଗ୍ରାମର ଛେଳି ମାଲିକ ଅଜିତ ପ୍ରଧାନ ଉକ୍ତ ପିକଅପଭ୍ୟାନ ପଛରେ ବାଇକରେ ଗୋଡ଼ାଇଥିଲେ ଏବଂ ଆଗରେ ଥିବା ଗ୍ରାମ ଶ୍ରାନିକେତାକୁ ସୂଚନା ଦେଇ ଉକ୍ତ ଭ୍ୟାନକୁ ଅଟକାଇବାକୁ କହିଥିଲେ। ଶ୍ରାନିକେତାବାସୀ ଭ୍ୟାନକୁ ଅଟକାଇ ଦେଇଥିଲେ ।(କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ରୁ ମନୋରଞ୍ଜନ ରଣା ଙ୍କ ରିପୋର୍ଟ)