August 19, 2026

ଇଣ୍ଟରସିଟ ଟ୍ରେନ କୁ ହୁମା ଷ୍ଟେସନ ରେ ରଖିବା ପାଇଁ ଦାବୀ ପତ୍ର

IMG-20230531-WA0043
Share

ଇଣ୍ଟରସିଟ ଟ୍ରେନ କୁ ହୁମା ଷ୍ଟେସନ ରେ ରଖିବା ପାଇଁ ଦାବୀ ପତ୍ର
===================

ଗଞ୍ଜାମ =ପ୍ରଦୀପ କୁମାର ପଣ୍ଡା

ହୁମା ପଞ୍ଚାୟତ ସମିତି ସଭ୍ୟ ଧ୍ରୁବ ଚରଣ ପଲାଇଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଇଣ୍ଟରସିଟି ଟ୍ରେନ କୁ ହୁମା ଷ୍ଟେସନ ରେ ରଖିବା ପାଈଁ ବୁଧବାର ଦିନ ଇଷ୍ଟକୋଷ୍ଟ ରେଳବାଇ ଜେନେରାଲ ମ୍ୟାନେଜର ମନୋଜ ଶର୍ମା ଭେଟି ଦାବୀ ପତ୍ର ପ୍ରଦାନ କରିଥିବା ଜଣା ପଡିଛି l ଏଠାରେ ଉକ୍ତ ଟ୍ରେନ ରହିବା ଦ୍ୱାରା ସ୍ଥାନୀୟ ଅଂଚଳର ଛାତ୍ରୀ ଛାତ୍ର,, ଶହ ଶହ ଲୋକ ସକାଳ ପାଇଲେ ନିଜ ନିଜ କର୍ମ ପାଇଁ ରେଳଗାଡି ଉପରେ ନିର୍ଭର କରିଥାନ୍ତି ଏଥିସହ ଚାଷ ସମୟରେ ଆଖ ପାଖ ଅଂଚଳର ବହୁ ମହିଳା ପୁରୁଷ ଟ୍ରେନ ଉପରେ ନିର୍ଭର କରି ଚାଷ କାର୍ଯ୍ୟ କରିବାକୁ ବାହାରକୁ ଯିବାକୁ ପଡିଥାଏ l ତେଣୁ ଯୁଦ୍ଧ କାଳୀନ ଭିତ୍ତିରେ ରେଳ ବିଭାଗ କତୃପକ୍ଷ ଦୃଷ୍ଟି ଦେଇ ସ୍ଥାନୀୟ ଅଂଚଳ ଲୋକଙ୍କ ସମସ୍ୟା ସମାଧାନ କରିବାକୁ ଦାବୀ ହୋଇଛି l ଅନ୍ୟଥା ଆନ୍ଦୋଳନ କରାଯିବ ବୋଲି ପ୍ରତିନିଧି ଦଳ ପକ୍ଷରୁ କୁହାଯାଇଛି l

You may have missed