March 10, 2026

ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ର ସଦର ମହକୁମା ରାୟଗଡ଼ ସହରକୁ ସପ୍ତାହେ ହେଲା ଜଳଯୋଗାଣ ବନ୍ଦ, ଆନ୍ଦୋଳନ ପାଇଁ ସଜବାଜ

11479a57-92eb-46a0-9b7d-58f37b00f78d
Share

ପାରଳାଖେମୁଣ୍ଡି:୩୧/୫(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ସଦର ମହକୁମା ରାୟଗଡ଼ ସହରକୁ ସପ୍ତାହ ହେଲା ଜଳ ଯୋଗାଣ ବନ୍ଦ ରହିଛି l ଗ୍ରୀଷ୍ମପ୍ରବାହରେ ପ୍ରବଳ ତାତି ସାଙ୍ଗକୁ ଗୁଳୁଗୁଳି ଯୋଗୁଁ ଲୋକେ ହନ୍ତସନ୍ତ ହେଉଥିବା ବେଳେ ତାପମାତ୍ରା ୪୦ ଡିଗ୍ରୀ ତଳକୁ ଖସିବାର ନାଁ ଧରୁନି। ଝାଞ୍ଜି ପବନ ରେ ଦେହ ସିଝିଯାଉଛି। ତା ଉପରେ ଦାଉ ସାଧୁଛି ଜଳକଷ୍ଟ l ଏ ହେଉଛି ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସଦର ମହକୁମା ଠାରେ ଆଜକୁ ପ୍ରାୟ ସପ୍ତାହେ ହେଲା ପାନୀୟଜଳ ଯୋଗାଣ ବନ୍ଦ ହୋଇଯାଇଥିବା ବେଳେ ଏହାକୁ ନେଇ ଦିନକୁ ଦିନ ଜନ ସାଧାରଣରେ ଅସନ୍ତୋଷ ଦେଖାଦେଇଛି l ବିଭାଗୀୟ ଅଧିକାରୀ କିମ୍ବା ପଞ୍ଚାୟତ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ଅଭିଯୋଗ ହେଉଛି l ଏନେଇ ଗ୍ରାମବାସୀ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ଜଣାପଡ଼ିଛି I ପ୍ରକାଶ ଯେ, ରାୟଗଡ଼ ଗ୍ରାମରେ ୭ ଦିନ ହେଲାଣି ପାନୀୟଜଳ ଯୋଗାଣ ବନ୍ଦ ରହିଛି l ଲୋକେ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଡହ ଡ଼ହ ଖରାରେ ମହିଳା ମାନେ ଗରା, ମାଠିଆ ଧରି ନଳକୂପ ପାଖରେ ଧାଡ଼ି ଲଗାଉଛନ୍ତି l ମାଠିଆ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି l ରାୟଗଡ଼ ଗ୍ରାମରେ ପ୍ରାୟ ୪ ହଜାର ଲୋକ ବସବାସ କରୁଥିବା ବେଳେ ରାୟଗଡ଼ ମହେନ୍ଦ୍ରତନୟା ନଦୀ ରୁ ପାଇପ୍ ରେ ଜଳ ଉଠାଇ ସହରକୁ ଯୋଗାଇ ଦିଆଯାଉଛି। ପ୍ରତି ସାହିରେ ଷ୍ଟାଣ୍ଡ ପୋଷ୍ଟ ରହିଥିବା ବେଳେ ଶତାଧିକ ଲୋକଙ୍କୁ ଘରୋଇ ସଂଯୋଗ ଦିଆଯାଇଛି l କିନ୍ତୁ ଆଜକୁ ସାତ ଦିନ ହେବ ସହରକୁ ଜଳଯୋଗାଣ ଠପ୍ ହୋଇଯାଇଛି l ବିଭାଗୀୟ ଅଧିକାରୀ ମାନେ ପାଣି ଯୋଗାଇବା କୌଣସି ପଦକ୍ଷେପ ନ ନେଇ ମୁକ ବଧିର ଭଳି ଚୁପ୍ ହୋଇ ବସିଥିବା ଅଭିଯୋଗ ହୋଉଛି l ଏପଟେ ସାହିର ଝିଅ ବୋହୁ ଙ୍କ ମଧ୍ୟରେ ପାଣି ଲାଗି ପ୍ରତିଦ୍ୱନ୍ଦିତା ଆରମ୍ଭ ହୋଇଛି I ତେଣୁ ତୁରନ୍ତ ଏଥି ପ୍ରତି ବିଭାଗୀୟ ଅଧିକାରୀ ଦୂଷ୍ଟି ଦେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହେଉଛି ନଚେତ ଆଗାମୀ ଦିନରେ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି lଜଳ ଯୋଗାଣ ବନ୍ଦ
ନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ନାରାୟଣ ସେଠୀଙ୍କ ସହ ଆମ ଜିଲ୍ଲା ପ୍ରତିନିଧି ଯୋଗା ଯୋଗ କରି ଜଳ ଯୋଗାଣ ବନ୍ଦର କାରଣ ନେଇ ପଚାରି ବାରୁ ତାର ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିଲେ l କେବଳ ଏତିକି କହି ଥିଲେ ଯେ ଆଜି ସନ୍ଧ୍ୟା ସୁଦ୍ଧା ଜଳ ଯୋଗାଣ ହୋଇଯିବ l