April 2, 2025

ଜଗାପାଇଁ ରାତି ଟିଏ କାର୍ଯ୍ୟକ୍ରମ ର ପ୍ରସ୍ତୁତି ବୈଠକ l

Share

 

ତିର୍ତ୍ତୋଲ

 

ଆଜି ଜଗତସିଂହପୁର ର ପ୍ରସିଦ୍ଧ ଶ୍ରୀଗୋରେଖନାଥ ପୀଠ ରେ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ତଥା ସମାଜସୁଧାରକ ଡ଼ ଅରୁଣ କୁମାର ପାଣି ଙ୍କ ଜନ୍ମଦିନ କୁ ସାମାଜିକ କର୍ମୀ ମାନେ ନିଆରା ଢଙ୍ଗ ରେ ପାଳନ କରିଛନ୍ତି l କେକ ବଦଳରେ ଛେନାପୋଡ଼ ବାଣ୍ଟିବା ଏବଂ ବୁଲା କୁକୁର ଙ୍କୁ ଖାଦ୍ୟ ଦେଇ ସମାଜ କୁ ବାର୍ତ୍ତା ରଖିଛନ୍ତି l ବରିଷ୍ଠ ସାମାଜିକ କର୍ମୀ ଶ୍ରୀଯୁକ୍ତ ଗୋବିନ୍ଦ ଓଝା ଙ୍କ ସଭାପତିତ୍ବ ରେ ଶ୍ରୀଯୁକ୍ତ ପୂର୍ଣଚନ୍ଦ୍ର ମହାପାତ୍ର, ଶିକ୍ଷାବିତ କଳ୍ପନା ସୂତାର , ଶ୍ରୀ ଅଚ୍ୟୁତ ସେବାଟ୍ରଷ୍ଟ ର ସଭାନେତ୍ରୀ ଅମ୍ରିତା ତରାଇ ,ସାଗର ମହାରଣା , ପୁଷ୍ପାଞ୍ଜଳି ଛୋଟରାୟ , ଯଶସ୍ମିତା ଆଚାର୍ଯ୍ୟ ପ୍ରମୁଖ ଯୋଗଦାନ କରି ଉତ୍ସବ ପାଳନ କରିଥିଲେ l ” ଜଗାପାଇଁ ରାତିଟିଏ ” କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଆଲୋଚନା କରାଯାଇଥିଲା l ଆସନ୍ତା ଦିନରେ ବିଭିନ୍ନ ସ୍ଥାନ ରେ ଏହାର ପ୍ରସ୍ତୁତି ବୈଠକ ହୋଇ ଶେଷରେ ଶ୍ରୀକ୍ଷେତ୍ର ଧାମ ପୁରୀ ରେ ପାଳନ କରାଯିବ l ସାରା ଓଡିଶା ରୁ ଶ୍ରୀଜଗନ୍ନାଥ ପ୍ରେମୀ ଏକାଠି ହୋଇ ବଡଦାଣ୍ଡ ରେ ବିଶ୍ଵଶାନ୍ତି ପାଇଁ ଦୀପଦାନ କରିବେ l ଶ୍ରୀକ୍ଷେତ୍ର ରୁ ମଦ୍ୟ ଆମିଷ ଦୂର , ରାଜ୍ୟ ରେ ଥିବା ବିଭିନ୍ନ ପ୍ରାଚୀନ ଜଗନ୍ନାଥ ମନ୍ଦିର ଗୁଡିକ ର ସୁରକ୍ଷା, ଜଗନ୍ନାଥ ସଂସ୍କୃତି ର ବାର୍ତ୍ତାବହ ବିଭିନ୍ନ ପୀଠ ର ପୁନଃଉଦ୍ଧାର ଓ ପ୍ରଚାର ପ୍ରସାର ଏହାର ମୂଳ ଲକ୍ଷ୍ୟ ବୋଲି ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ଡ଼ ଅରୁଣ ପାଣି ପ୍ରକାଶ କରିଛନ୍ତି l

 

ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।