ଶିଶୁ ବିକାଶ ବିଦ୍ୟା ମନ୍ଦିରରେ ୭ମ ବାର୍ଷିକ ଉତ୍ସବ..

ନୀଳଗିରି ( ଦେବାଶିଷ ଦାଶ )
ବାଲେଶ୍ୱର ଜିଲ୍ଲା ନୀଳଗିରି ଶ୍ୟାମସୁନ୍ଦରପୁର ପଞ୍ଚାୟତର ଶିଶୁ ବିକାଶ ବିଦ୍ୟା ମନ୍ଦିର,ସନ୍ତରାଗଡିଆ ଠାରେ ୭ ମ ବାର୍ଷିକ ଉତ୍ସବ ସମାରୋହ ପାଳିତ ହୋଇଯାଇଛି।
ଏହି ଉତ୍ସବ ସମାରୋହ ମୁଖ୍ୟ ଅତିଥି ରୂପେ ନୀଳଗିରି ମିତ୍ରପୁର ଅଂଚଳ ର ବିଶିଷ୍ଟ ସମାଜସେବୀ,, ତଥା ବିଜେପି ଯୁବ ନେତା ତାପସ ମହାନ୍ତି ଯୋଗଦାନ ଦେଇ ଶିଶୁ ବିକାଶ ବିଦ୍ୟା ମନ୍ଦିର ଉତ୍ତରୀୟ କାମନା କରିଥିଲେ,, ଅନ୍ୟ ମାନଙ୍କ ମଧ୍ୟରେ , ସମ୍ମାନିତ ଅତିଥି ଭାବରେ ହିନ୍ଦୁ ଦେବସେନା ସଂଗଠନ ନୀଳଗିରି ବ୍ଲକ ଅଧ୍ୟକ୍ଷ ବାଦଲ କୁମାର ପଣ୍ଡା, ମୁଖ୍ୟ ବକ୍ତା ଡଃ. ପ୍ରକାଶ ମହାପାତ୍ର,, ଏବଂ ଉପସ୍ଥିତ ରହିଥିବା ଅଭିଭାବକ ମାନଙ୍କୁ ଶିକ୍ଷାର ସଂସ୍କାର ଓ ଶିଶୁ ମାନଙ୍କର ଭଲ ଆଚରଣ ହିଁ,,ଭଲ ମଣିଷ ଗଠନ ହେବାର ସହାୟକ ହୋଇ ପାରିବ ବୋଲି ମାର୍ଗ ଦର୍ଶନ କରିଥିଲେ । ଶିଶୁ ବିକାଶ ବିଦ୍ୟା ମନ୍ଦିର ର ସମ୍ପାଦକ ଅଜିତ୍ କୁମାର ପାଣିଗ୍ରାହୀ,, ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ ଓ ପ୍ରଧାନ ଆଚାର୍ଯ୍ୟ ଶଶିକାନ୍ତ ବେହେରା ବାର୍ଷିକ ବୀବରଣୀ ପାଠ କରିଥିଲେ। ଶିଶୁ ବିକାଶ ଉପଦେଷ୍ଟା ସଭ୍ୟ ଅଧ୍ୟକ୍ଷତା କରିଥିବାବେଳେ ଗୁରୁମା ସସ୍ମିତା ସ ମଞ୍ଚ ପରିଚାଳନା କରିଥିଲେ। ସଭା କାର୍ଯ୍ୟ ଶେଷରେ ଶିଶୁ ମାନଙ୍କ ର ସାଂସ୍କୃତିକ କାର୍ଯ୍ୟକ୍ରମ ଅନଷ୍ଠିତ ହୋଇଥିଲା । ସ୍ଥାନୀୟ ନୃତ୍ୟ ଶିଳ୍ପୀ ପ୍ରଶାନ୍ତ ରାଉତ,ଗୁରୁମା ପଦ୍ମିନୀ ରାଉଳ,ସାଇପ୍ରଭା ପାଣିଗ୍ରାହୀ, ଵନୀତା ରାଣୀ ଖଟୁଆ,ମଧୁସ୍ମିତା ବାରିକ୍, ଗୁରୁଜୀ ପ୍ରିୟ ରଞ୍ଜନ ବେହେରା,କାର୍ତ୍ତିକେଶ୍ୱର ବାରିକ୍, ଶିଶୁ ସେଵିକା ସୁଲୋଚନା ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ଉପଦେଷ୍ଟା ସଭ୍ୟ କୈଳାସ ରାଉତ,ଟୁନୁ ପଟ୍ଟନାୟକ ଓ କାର୍ତ୍ତିକ ଓଝା କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।,,