April 25, 2026

ଶ୍ରୀ ରାମଚରିତ ମାନସ ନବାନ୍ନ ପାରାୟଣ ଜ୍ଞାନ ଯଜ୍ଞ ଉଦଘାଟିତ। 

IMG-20250516-WA0042
Share

 

ଖୋର୍ଦ୍ଧା,୧୬/୦୫(ଉପାନ୍ତ ଖବର):ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଅସରଳା ଗ୍ରାମ ର ବ୍ରାହ୍ମଣ ସାହିରେ ସପ୍ତବିଂଶ ବାର୍ଷିକ ଶ୍ରୀ ରାମ ଚରିତ ମାନସ ନବାନ୍ନ ପାରାୟଣ ଜ୍ଞାନ ଯଜ୍ଞ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ପ୍ରଥମ ଦିନ ଅଧିବାସ ଦିବସରେ ଶ୍ରଦ୍ଧାଳୁ ଭକ୍ତମାନେ ଜଳଯାତ୍ରା କରିବା ସହ ଅଗ୍ନି ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ୯ଦିନ ବ୍ଯାପି ଧରି ଚାଲିବାକୁ ଥିବା କାର୍ଯ୍ୟକ୍ରମ ପ୍ରତ୍ୟହ ପ୍ରଭୁଙ୍କର ଯଥା ବିଧି ପୂଜାର୍ଚ୍ଚନା ସହ ସକାଳୁ ସୂର୍ଯ୍ୟ ପୂଜା ଗୋପୁଜା ପାରାୟଣ କାର୍ଯ୍ୟକ୍ରମ ସହ ରାତ୍ରି ସମୟରେ ଓଡିଶା ର ବରିଷ୍ଠ ବରେଣ୍ୟ ସୁନାମଧନ୍ଯ ପ୍ରବଚକ ଦ୍ବାରା ବିଭିନ୍ନ ଦିବସରେ ପ୍ରବଚକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ନବଦିନାତ୍ମକ ବ୍ଯାପି ପ୍ରବଚନ କାର୍ଯ୍ୟକ୍ରମ ରେ ଓଡିଶା ବରେଣ୍ୟ ପ୍ରବଚକ ଗୁରୁପ୍ରସାଦ ମହାପାତ୍ର,ଡ ପ୍ରଦୀପ ଜେନା,ଗୋପାଳ ରାୟଗୁରୁ ଙ୍କ ସହ ସନ୍ଥ ସନ୍ତୋଷ ଚୈତନ୍ୟ ଙ୍କ ଦ୍ବାରା ପ୍ରବଚନ କାର୍ଯ୍ୟକ୍ରମ ସମ୍ପାଦନ ହେବ ବୋଲି କମିଟି ତରଫରୁ ସୂଚନା ମିଳିଛି । ଉକ୍ତ ରାମଚରିତ ମାନସ ନବାନ୍ନ ପାରାୟଣ ଜ୍ଞାନ ଯଜ୍ଞ ରେ ବ୍ଯାସ ରୂପେ ଭବାନୀ ଶଙ୍କର ମିଶ୍ର ଓ ପୁରୋଧା ଓ ଧାରକ ରୂପେ ରମେଶ ଚନ୍ଦ୍ର କର ସମ୍ପାଦନ କରିଥିବା ବେଳେ କର୍ତା ରୂପେ ପରେଶ କୁମାର ମହାପାତ୍ର ସମ୍ପାଦନ କରିବେ। ତେବେ ପ୍ରଥମ ଦିନରୁ ହିଁ ଏହି ଉତ୍ସବରେ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇ ଜଳଯାତ୍ରା ରେ ସାମିଲ ହୋଇ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଏହା ଦ୍ୱାରା ଗ୍ରାମବାସୀଙ୍କ ମଧ୍ୟରେ ଏକତ୍ୱ ଭାବ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

You may have missed