ହିନ୍ଦୁ ନବବର୍ଷ ଏକତାର ସୂତ୍ର ହେଉ..

ଔପଦା ( ଦେବାଶିଷ ଦାଶ )
ଔପଦା ବ୍ଲକ ଅଧୀନ ଶ୍ୟାମସୁନ୍ଦରପୁରରେ ଜନକଲ୍ୟାଣ ସ୍ୱେଚ୍ଛାସେବୀ ସଙ୍ଗଠନ ଦ୍ବାରା ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳିତ ହୋଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ନୀଳପ୍ରଭା ସାହିତ୍ୟ ସଂସଦର ସମ୍ପାଦକ ଶ୍ରୀଯୁକ୍ତ ଗଙ୍ଗାଧର ଦାସ ଉପସ୍ଥିତ ରହି ହିନ୍ଦୁ ନବବର୍ଷ ପାଳନର ମହତ୍ତ୍ଵ ବିଷୟରେ ଆଲୋକପାତ କରିଥିଲେ । ମୁଖ୍ୟ ବକ୍ତା ନୀଳଗିରି ମହିଳା ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପକ ପ୍ରଦୀପ୍ତ କୁମାର ମିଶ୍ର ଏକତା ବଳରେ ସଙ୍ଗଠନ ଆଗକୁ ଯାଏବୋଲି ମତପୋଷଣ କରିଥିଲେ। ପଞ୍ଚଲିଙ୍ଗେଶ୍ଵର ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ ବେହେରା ଓ ଯୁବ କବି ତଥା ଯୁବ ସ୍ତମ୍ବକାର ଶ୍ରୀ କମଳଲୋଚନ ପଣ୍ଡା ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ସ୍ଵତନ୍ତ୍ର ଅତିଥି ନବକିଶୋର ରାଏ, ଆଇନଜୀବୀ ସଞ୍ଜୟ ମହାନ୍ତି, ସଭାପତି ଜୟନ୍ତ ବେହେରା, ସମ୍ପାଦକ ଚିତ୍ତରଂଜନ ବିଶ୍ବାଳ, ଉପଦେଷ୍ଟା ଲକ୍ଷ୍ମୀଧର ଦାସ ଉପସ୍ଥିତ ଥିଲେ । କୋଷାଧ୍ୟକ୍ଷ ସୁକାନ୍ତ ଦାସ ମଞ୍ଚ ପରିଚାଳନା କରିଥିଲେ। ମହେନ୍ଦ୍ର ଦାସ, ଚିତ୍ତରଂଜନ ମହାନ୍ତି, ବେଣୁ ଜେନା, ବାଜି ସିଂ, ଖଜ ବାରିକ୍, ଲିଲି ସେଠୀ, ବ୍ରହ୍ମା ସାମଲ ପ୍ରମୁଖ ସଙ୍ଗଠନର ସଦସ୍ୟ ସହଯୋଗ କରିଥିଲେ । ଗ୍ରାମର ଏସେଜି ମହିଳା ତଥା ନୃତ୍ୟରେ ସଫଳତା ଲାଭକରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ପରିଶେଷରେ ଦର୍ଶକ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ ।