April 2, 2025

ବାଲୁଙ୍କେଶ୍ଵର ପବ୍ଲିକ୍ ସ୍କୁଲର ୩ୟତମ ବାର୍ଷିକୋତ୍ସବ 

Share

 

ବୁଗୁଡା : ତା ୩୧/୦୩/୨୫ : ବୁଗୁଡ଼ା ବ୍ଲକର ବାଲିପଦର ଗ୍ରାମସ୍ଥ ଶ୍ରୀ ବାଲୁଙ୍କେଶ୍ଵର ପବ୍ଲିକ୍ ସ୍କୁଲର ତୃତୀୟତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ପ୍ରତିଷ୍ଠାତା ସିମାଞ୍ଚଳ ଦାଶଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ଯ ଅତିଥି ଭାବେ ବଣିକ ସଂଘ ସଭାପତି ଲକ୍ଷ୍ମୀ ପ୍ରସାଦ ନାୟକ , ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମୁରଲିଧର ନନ୍ଦ , ସମ୍ମାନିତ ଅତିଥି ଭାବେ ସ୍କୁଲ ଚେୟାରମ୍ୟାନ ଚିନ୍ମୟ କୁମାର ଦାଶ, କେ.ରାଘବ ପାତ୍ର , ଜି.ରାଜେଶ୍ବର ପାତ୍ର , ବାଲୁଙ୍କେଶ୍ଵର ଏଚ୍ଏସସି ଅଧ୍ଯକ୍ଷ ପଞ୍ଚାନନ ନାହକ ଓ ପବ୍ଲିକ ସ୍କୁଲ ଅଧ୍ଯକ୍ଷା ଲିପସା ପ୍ରଧାନ , ଶିକ୍ଷୟିତ୍ରୀ ସୁଧା କୁମାରୀ ସାହୁ ଓ ଉଷାରାଣୀ ଜେନା ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିଥିଲେ। ଏ ଅବସରରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏଥି ସହ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।ପରିଶେଷରେ ଅଧ୍ୟାପକ ପବିତ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।