April 2, 2025

ଖୋର୍ଦ୍ଧା ପୁବୁ ସାହି ଠାରେ ୟୁଥ୍ ପିଟି ଆସୋସିଏସନ୍ ର ପ୍ରଶିଖ୍ୟାର୍ଥି ମାନଙ୍କୁ ପ୍ରମାଣ ପତ୍ର ବିତରଣ 

Share

ଖୋର୍ଦ୍ଧା-,(ପ୍ରିୟଙ୍କା ମହାପାତ୍ର)ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ପୁବୁସ।ହି ଠାରେ ଦୀର୍ଘ୍ ଦିନ ଧରି ଚାଲିଥିବା ପ୍ରଶିକ୍ଷଣ କେନ୍ଦ୍ର ତାର ଆଜି ସଫଳତା ର ସହ ଉତ୍ତୀର୍ଣ୍ଣ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ ଓ ପ୍ରମାଣ ପତ୍ର ଇଣ୍ଡିଆନ ୟୁଥ୍ ଆସୋସିସନ୍ ତରଫରୁ ପ୍ରଦାନ କରାଯାଇଛି ।ପୂବୁ ସାହି ସ୍ଥିତ ପ୍ରଶିକ୍ଷଣ କେନ୍ଦ୍ର ପରିସର ରେ ଆୟୋଜିତ ଶିବିର ରେ ମୁଖ୍ୟ ଅତିଥି ରୂପେ ୟୁଥ୍ ଆସୋସିଏସନ୍ ର ନିର୍ଦେଶକ ମନିସ କୁମାର ଯୋଗ ଦାନ କରିଥିଲେ ।ପ୍ରଥମେ କରି ଟ୍ରେନିଂ ରେ ଉତ୍ତୀର୍ଣ୍ଣ ଛାତ୍ର ଛାତ୍ରୀ ମାନଂକ ର ଏକ ଟେଷ୍ଟ ନିଆଯାଇ ଥିଲା ।ଏହାପରେ ସଫଳତା ର ସହ ଉତ୍ତୀର୍ଣ୍ଣ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରା ଯାଇଥିଲା ।ଏଥିରେ ଯୋଗ ଦେଇ ସଂସ୍ଥା ର ନିର୍ଦେଶକ ମନିସ କୁମାର କହିଥିଲେ ୟୁଥ୍ ପିଟି ଆସୋସିଏସନ୍ ର ଓଡ଼ିଶା ରେ ଖୋର୍ଦ୍ଧା ଜିଲ୍ଲା ପୁବୁସ।ହି ଓ ଗଞ୍ଜାମ ଜିଲ୍ଲା ଚିକିଟି ଅଞ୍ଚଲରେ ଦୁଇଟି ପ୍ରଶିକ୍ଷଣ କେନ୍ଦ୍ର ରହିଛି ।ଏଥିରେ ବିନା ମୁଲ୍ୟ ରେ ଛାତ୍ର ଛାତ୍ରୀ ମାନଙ୍କୁ ଟ୍ରେନିଂ ସହ ମାଗଣା ରେ ରହିବା ଓ ଖାଇବା ସହ କରାଟେ,ଯୋଗ ପ୍ରଭୃତି ଟ୍ରେନିଂ ଦିଆ ଯାଏ ।ଏହି ଦୁଇଟି କେନ୍ଦ୍ର ବ୍ୟତୀତ ଓଡ଼ିଶା ରେ ବର୍ତ୍ତମାନ କୌଣସି କେନ୍ଦ୍ର ୟୁଥ୍ ପିଟି ଆସୋସିଏସନ୍ ର ନାହିଁ ।ଏହି ଟ୍ରେନିଂ ଭାରତ ସରକାର ଙ୍କ ଖେଳ ଇଣ୍ଡିଆ ସ୍କିମ ଅଧୀନ ରେ ଚାଲୁଥିବା ସଂସ୍ଥା ର ନିର୍ଦେଶକ ମନିସ କୁମାର ପ୍ରକାଶ କରିଛନ୍ତି ।ଏହି ଶିବିର ରେ ଅନ୍ୟତମ ଅତିଥି ତଥା ୟୁଥ୍ ପିଟି ଆସୋସିଏସନ୍ ର ନିର୍ଦେଶିକା ଅନିନ୍ଦିତା କୁମାରୀ ଯୋଗ ଦେଇଥିଲେ।ମାର୍ଶାଲ ଆର୍ଟ ଇଣ୍ଡିଆ କରାଟେ ଆସୋସିଏସନ୍ ର ମନିସ ଶର୍ମା ଥିଲେ ଏହି ଶିବିର ର ଆକର୍ଷଣ ତମ ଅତିଥି । ଓଡିଶା ବିଜେବି ସରକାର ଙ୍କ ସାହାଯ୍ୟ ସହଯୋଗ ମିଳିଲେ ଏହି କାର୍ଯ୍ୟକ୍ରମ ଆଗକୁ ବଢ଼ି ପାରିବ ବୋଲି ପ୍ରକାଶ କରିଥିଲେ ପୂବୁ ସାହି କେନ୍ଦ୍ର ର ପରି ଚାଳକ ରାଜୀବ କୁମାର ପ୍ରଧାନ ଏବଂ ସଂସ୍ଥା ର ଶୁଭେଚ୍ଛୁ ବିଶ୍ୱଜିତ୍ ବଡ ଜେନା ।ଏହି ଶିବିର ର କୁ ଟ୍ରେନର ରଞ୍ଜିତ କୁମାର,ଭାସ୍କର ଗିରି, ଓ ବିକାଶ କୁମାର ସହଯୋଗ କରିଥିଲେ ।